dd dd

Top Stories

Search here...

News

ଭଦ୍ରକରୁ ୧ କେଜି ବ୍ରାଉନ ସୁଗାର ଜବତ କଲା STF: ବେପାରୀ ଗିରଫ  

Posted On - 1 day ago

ଏହି ଚଢାଉରେ ପ୍ରାୟ ୧ କିଲୋ ଓଜନର ବ୍ରାଉନ ସୁଗାର ଓ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା ।

 

BBSR Reporters

 

ଗତକାଲି ଏଷ୍ଟିଏଫ ଟିମ ଭଦ୍ରକ ଚାନ୍ଦବାଲି ରାସ୍ତାରେ  ବେଆଇନ ବ୍ରାଉନ ସୁଗାର କାରବାର କରାଯାଉଥିବା ବେଳେ ଚଢାଉ କରି    ମିନହାଜ କ୍ୱାଦ୍ରି ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଏହି ଚଢାଉରେ ପ୍ରାୟ ୧ କିଲୋ ଓଜନର ବ୍ରାଉନ ସୁଗାର ସମେତ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା ।

 

ସୂଚନା ଅନୁସାରେ, ଏକ ବିଶେଷ ସୂତ୍ରରୁ ଖବର ପାଇଁ କ୍ରାଇମ ବ୍ରାଞ୍ଚର ଏଷ୍ଟିଏଫ ଟିମ ଏହି ସ୍ଥାନରେ ଚଢାଉ କରିଥିଲା । ଚଢାଉ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଶଙ୍କର ନଗରର । ତେବେ ଏହି ଅଭିଯୁକ୍ତଙ୍କ  ପାଖରେ ନିଷେଧ ସାମଗ୍ରୀ ପାଇଁ କୌଣସି ବୈଧ ଲାଇସେନ୍ସ ନଥାଇ ସେ ଏହି ନିଶାଦ୍ରବ୍ୟ କାରବାର କରୁଥିବାରୁ ତାଙ୍କୁ ଗିରଫ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ନାମରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି ।   

 

ଗତ ୨୫ ଦିନ ମଧ୍ୟରେ STF ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଡ୍ରଗ୍ସ ବେପାରୀଙ୍କ ବିରୋଧରେ  ମୋଟ ୪ଟି ମାମଲା ଚିହ୍ନଟ କରିଛି । ଏହି ମାମଲାରେ STF  ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏମାନଙ୍କ ନିକଟରୁ ମୋଟ ୨ କିଲୋଗ୍ରାମ ବ୍ରାଉନ ସୁଗାର,୨ କ୍ଵିଣ୍ଟାଲ ଗଞ୍ଜେଇ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଜବତ କରିଛି । 

 

Edit by: ଅନୁପମା ମଲ୍ଲିକ

Related News
satta king tw