dd dd

Top Stories

Search here...

News

ଦିଲ୍ଲୀରେ ହୋଇଥିବା ସଂଘର୍ଷ ପାଇଁ କେବଳ ପୋଲିସ ଦାୟୀ : କୃଷକ ନେତା ରାକେଶ ଟିକେତ

Posted On - 1 day ago

କୃଷକ ବ୍ୟାରିକେଡ଼ ଭାଙ୍ଗିବା ସହ ଲାଲକିଲାରେ ପହଞ୍ଚି ସେଠାରେ ନିଜର ସବୁଜ ରଙ୍ଗର ପତାକା ଉତ୍ତୋଳନ କରିଥିଲେ ।

 

BBSR Reporters

 

ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କୁ ଆଜି ଟ୍ରାକ୍ଟର ରାଲି କରିବା ପାଇଁ ଅନୁମତି ଦିଆଯାଇଥିଲା । କୃଷକମାନଙ୍କୁ ନିର୍ଦ୍ଧିଷ୍ଟ ମାର୍ଗରେ ଯିବାପାଇଁ ଅନୁମତି ଦିଆଯାଇଥିଲା କିନ୍ତୁ କିଛି କୃଷକ ବ୍ୟାରିକେଡ଼ ଭାଙ୍ଗିବା ସହ ଲାଲକିଲାରେ ପହଞ୍ଚି ସେଠାରେ ନିଜର ସବୁଜ ରଙ୍ଗର ପତାକା ଉତ୍ତୋଳନ କରିଥିଲେ । ଯାହାକୁ ନେଇ ରାଜଧାନୀର ପୃଥକ ପୃଥକ ସ୍ଥାନରେ ବିକ୍ଷୋଭକାରି ଓ ପୋଲିସଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସଂଘର୍ଷ ବଢିବା ଯୋଗୁଁ ପୋଲିସ କୃଷକ ମାନଙ୍କ ଉପରେ ଲାଠିଚାର୍ଜ କରିଥିଲା  । 

 

 

ଏହି ଘଟଣାକୁ ନେଇ କୃଷକ ନେତା ରାକେଶ ଟିକେତ କହିଛନ୍ତି ଯେ, କୃଷକ ମାନଙ୍କ ଉପରେ ଲାଠିଚାର୍ଜ କରିବା ପୋଲିସର ଯୋଜନା ଥିଲା । ଏଥିପାଇଁ ଦିଲ୍ଲୀ ପୋଲିସ ଯେଉଁ ରାସ୍ତା ଟ୍ରାକ୍ଟର ପ୍ୟାରେଡ ପାଇଁ ଦେଇଥିଲା ସେଠାରେ ବ୍ୟାରିକେଡ଼ କରିଥିଲା ଓ ଏହି ସବୁ ଘଟଣା ପାଇଁ ସରକାର ଓ ପୋଲିସ ଦାୟୀ  ।   

 

ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ପୋଲିସ ରାସ୍ତା ଅବରୋଧ କରିଛି ଓ ତାଙ୍କର ପ୍ରଶ୍ନ ଥିଲା ଯେ କୃଷକଙ୍କୁ ଲାଲକିଲା ପର୍ଯ୍ୟନ୍ତ ଯିବାକୁ ରାସ୍ତା କିଏ ଦେଇଛି । ଯଦି ସରକାରଙ୍କ ଉପରେ କୌଣସି ପ୍ରଭାବ ପଡେନାହିଁ ତେବେ ଅନ୍ୟ କୌଣସି ଜିନିଷ ସେମାନଙ୍କ ଉପରେ ପ୍ରଭାବ ପକାଇ ପାରିବ ନାହିଁ।  ଆମର କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଥିଲା ଓ ଆଗକୁ କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ । ପରବର୍ତ୍ତୀ ରଣନୀତି ପାଇଁ ଆଉ ଏକ ବୈଠକରେ ନିଷ୍ପତି ନିଆଯିବ ବୋଲି କୃଷକ ନେତା କହିଛନ୍ତି ।

 

ସୂଚନା ଯୋଗ୍ୟ ଯେ, କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରତ କୃଷକଙ୍କୁ ଆଜି ଟ୍ରାକ୍ଟର ରାଲି କରିବା ପାଇଁ ଅନୁମତି ଦିଆଯାଇଥିଲା । ଏଥିପାଇଁ କୃଷକଙ୍କୁ ନିର୍ଦ୍ଧିଷ୍ଟ ରାସ୍ତାରେ ଯିବାକୁ ଅନୁମତି ଦେବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଲାଲକିଲାକୁ ଯିବାକୁ ଅନୁମତି ନଥିବା ବେଳେ କୃଷକ ମାନେ ଟ୍ରାକ୍ଟର ଧରି ସେଠାରେ ପହଞ୍ଚିଥିଲେ ଯାହାଫଳରେ ହିଂସା ଘଟଣା ଦେଖିବାକୁ ମିଳିଥିଲା । 

 

Edit by: ଅନୁପମା ମଲ୍ଲିକ

Related News
satta king tw