dd dd

Top Stories

Search here...

News

ରମାଦେବୀ କଲେଜ ଛାତ୍ରୀଙ୍କ ମୃତ ଦେହ ମିଳିଲା ଯାଜପୁରରୁ 

Posted On - 3 minutes ago

 

 ଶେଷ ମେସେଜ ରେ ଝରା ସୋନାଲି ନାମକ ସାଙ୍ଗ ଘରେ ଥିବା କହିଲେ । କିନ୍ତୁ ତାପରେ ମିଳିଲା ମୃତ ଦେହ !

 


BBSR Reporters 


ଯାଜପୁର : ରାସ୍ତା କଡରୁ ଜଣେ ଛାତ୍ରୀଙ୍କ ମୃତଦେହ ହୋଇଛି ଉଦ୍ଧାର ।  ଯାଜପୁର କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ର ପଞ୍ଚାୟତ ମୂଳାପାଲ ଦିଆଲିଖଣ୍ଡି ରାସ୍ତା କଡରୁ ଯୁବତୀଙ୍କ ଏହି ମୃତଦେହ ଉଦ୍ଧାର କରାଯାଉଛି । ଆଜି ସକାଳୁ ଦୁଇ ଜଣ ଯୁବକ ଯୁବତୀଙ୍କୁ ଏକ ସ୍କୁଟି ରେ ନେଇ ଯାଉଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ, ପରେ ସେମାନେ ସେହି ଯୁବତୀଙ୍କ ମୃତଦେହ ରାସ୍ତାକଡରେ ପଡିଥିବା ଦେଖିବାକୁ ପାଇଥିଲେ । ଉକ୍ତ ଯୁବତୀଙ୍କ ପାଖରୁ ଏକ୍ ବ୍ୟାଗ୍ ମଧ୍ୟ ମିଳିଛି । କୁଆଖିଆ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଏନେଇ ଛାନଭିନ୍ ଆରମ୍ଭ କରିଛି । କେମିତି ହେଲା ଯୁବତୀଙ୍କ ମୃତ୍ୟୁ, କିଏ ଏବଂ କାହିଁକି ତାଙ୍କୁ ହତ୍ୟା କଲେ, ମୃତୁ ପୂର୍ବରୁ ଯୁବତୀଙ୍କ ସହ କଣ ଘଟିଥିଲା ସେନେଇ କୌଣସି ସୂଚନା ମିଳିନାହିଁ ।

 

 

ତେବେ ମୃତ ଯୁବତୀଙ୍କ ପରିଚୟ ମିଳିଛି ସେ ମୟୁରଭଞ୍ଜ ଜିଲ୍ଲା, ଯସୀପୁର୍ ଥାନା ଅନ୍ତର୍ଗତ ତରୁଣ୍ଡଇପଶି ଗାଁ ର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ ନାୟକ । ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଫିଲୋସଫି ଅନର୍ସ ର ଛାତ୍ରୀ ଥିଲେ । ଗତ  ୨୪ ତାରିଖ ଦିନ ଯୁବତୀ ଜଣକ ବସ୍ ରେ ବସି ଭୁବନେଶ୍ବର ଆସିଥିଲେ । ତେବେ ଦିଆଲିଖଣ୍ଡି ଠାରେ ତାଙ୍କ ମୃତଦେହ କିଏ ପକାଇଲା ସେ ନେଇ ଏବେ ପ୍ରଶ୍ନ ଉଠିଛି ।

 

 

ସୂଚନଯୋଗ୍ୟ ରମାଦେବୀ ବିଶ୍ୱବିଦ୍ୟାଳୟ ରେ କୂଳପତି ଅପରାଜିତା ଚୌଧୁରୀ କହିଛନ୍ତି "ଝରାଫୁଲ ନାୟକଙ୍କ ବିଷୟରେ ଆମେ ତଥ୍ୟ ସଂଗ୍ରହ କରୁଛୁ, ସେ କଲେଜକୁ ଆସିଥିଲେ କି ନାହିଁ କେଉଁ ଦିନ ହଷ୍ଟେଲକୁ ଯାଇଥିଲେ ଏନେଇ ସମସ୍ତ ତଥ୍ୟ ସଂଗ୍ରହ କରୁଛୁ , ତଥ୍ୟ ସଂଗ୍ରହ ପରେ ଏ ବାବଦରେ ରିପୋର୍ଟ୍ ଦିଆଯିବ" ।

 

 


ତେବେ ଯୁବତୀ ଜଣଙ୍କୁ ସ୍କୁଟିର ମଝିରେ ବସାଇନେଉଥିବାର ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହେଇଛି । ଝରାଙ୍କ ପରିବାର ଲୋକ ଖବର ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ସେମାନଙ୍କୁ ପଚାରଉଚରା ମଧ୍ୟ କରିଛି । ଝରାଙ୍କ ବାପା ଓ ଭାଇ ଅଭିଯୋଗ କରିଛନ୍ତି ଯେ ବାଣୀବିହାର ନିକଟରେ ରାକେଶ ନାମକ ଜଣେ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଥିଲା ଏବଂ ତାଙ୍କୁ ସେମାନେ ସନ୍ଦେହ କରୁଛନ୍ତି । ତାଙ୍କ ଅଭିଯୋଗ କୁ ଆଧାର କରି ପୋଲିସ ମଧ୍ଯ ରାକେଶ କୁ ପଚରାଉଚରା କରିଥିବା ଜଣାପଡିଛି ।

 

 

ଝରାଙ୍କ ବାପାଙ୍କ କହିବା ଅନୁସାରେ ଗତ ୨୪ ତାରିଖ ଦିନ ଝରାଙ୍କୁ ଭୋର ୫.୨୦ ବସ୍ ରେ ବସେଇ ଥିଲେ ଭୁବନେଶ୍ବର ଯିବା ପାଇଁ  । ୨୫ ତାରିଖ ଦିନ ତାଙ୍କ କଲେଜର ଜଣେ ସାରଙ୍କ ଝିଅ ଜନ୍ମଦିନ ପାଇଁ ତାଙ୍କ ଘରକୁ ଯାଇଥିଲେ । ଝରାର କଲେଜ ସାରଙ୍କ ପରିବାର ଲୋକଙ୍କ ସହ ଭଲ ସମ୍ପର୍କ ଥିଲା ସେଥିପାଇଁ ଝରା ଜନ୍ମ ଦିନ ପାଳିବା ପାଇଁ ଯାଇଥିଲେ ଏବଂ ୨୬ ତାରିଖ ଦିନ ସକାଳ ୧୦.୩୫ରେ ବସରେ ଝରା ଫେରିଥିଲେ । କିନ୍ତୁ ଝରାର ବାପା ଫୋନ୍ କରି ଝିଅ ବସରେ ବସିବା ନେଇ ପଚାରିବା ପରେ ସେ   ବାଥରୁମ୍ ଲଗିଲା କାରଣରୁ ବାଣୀବିହାର ରେ ଓହ୍ଲେଇ ପଡିଥିବା କହିଥିଲେ । ଏବଂ ପର ବସରେ ଯିବା ନେଇ ବାପାଙ୍କୁ ଜଣାଇଥିଲେ । ଏହାର କିଛି ସମୟ ପରେ ଫୋନ ନଲାଗିବା ସହ କୌଣସି ଯୋଗାଯୋଗ ମଧ୍ୟ ହୋଇପାରିନଥିଲା ଝରାଙ୍କ ସହ । ପ୍ରାୟ ରାତି ୧୨ ସମୟରେ ଝରାଙ୍କ ଫୋନରୁ ତାଙ୍କ ଭାଇଙ୍କ ପାଖକୁ ଏକ୍ ମେସେଜ ଆସିଥିଲା । ଯେଉଁଥିରେ ସେ ତାଙ୍କ ସାଙ୍ଗ ସୋନାଲି ଘରେ ଥିବା ନେଇ ଲେଖାହୋଇଥିଲା । ପରିବାର ଲୋକଙ୍କ ମୁତାବିକ ସୋନାଲି ନାମକ କୌଣସି ସାଙ୍ଗଙ୍କୁ ସେମାନେ ଜାଣି ନଥିବା କହିଛନ୍ତି । ତେବେ ଏନେଇ ଅଧିକ ତଦନ୍ତ ଜାରିରହିଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି ।

 


Edit by : ଶାନ୍ତିଲତା ମିଶ୍ର

Related News
satta king tw