Top Stories
Search here...
News
ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଝରାଫୁଲଙ୍କ ପ୍ରେମିକ ରାକେଶ ଗିରଫ, ହେଲେ ମାନୁନି ସତ
Posted On - 2 hours ago
ରାକେଶର ଅନ୍ୟତମ ସାଥୀ ଶେଖର ଫେରାର ଥିବାରୁ ଶେଖରକୁ ଧରିବା ଲାଗି ତନାଘନା ଜାରି ରଖିଛି ପୋଲିସ୍। ପଢନ୍ତୁ ପୁରା ଖବର
BBSR Reporters
ଭୁବନେଶ୍ବର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ରାକେଶ ସ୍ବାଇଁ। ଭୁବନେଶ୍ବର ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ରାକେଶ ସ୍ଵାଇଁ ରହୁଥିବା ଜାଣିବା ପରେ କମିସନରେଟ୍ ପୁଲିସ ସହାୟତାରେ ଯାଜପୁର ପୁଲିସ ସୁନ୍ଦରପଦାରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ୍ କରିଛି । ତେବେ ସିସିଟିଭି ଖୋଲିଛି ଝରାଫୁଲଙ୍କ ମୃତ୍ୟୁର ରହସ୍ୟ, ଫୁଟେଜରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ସେଥି ମଧ୍ୟରୁ ଝରାଫୁଲଙ୍କ ପ୍ରେମିକ ରାକେଶକୁ ଗିରଫ କରିଛି ପୋଲିସ୍ । ଅନ୍ୟତମ ସାଥୀ ଶେଖର ଫେରାର ଥିବାରୁ ଶେଖରକୁ ଧରିବା ଲାଗି ତନାଘନା ଜାରି ରଖିଛି ପୋଲିସ୍।
ଝରାଫୁଲଙ୍କ ଗାଁରେ ଏଲ ଆଣ୍ଡ ଟି ପାଇପଲାଇନରେ କାମ କରୁଥିଲା ରାକେଶ । ସେହି ସମୟରେ ଗାଁକୁ ଯାଇଥିଲେ ଝରାଫୁଲ। କୌଣସି ପ୍ରକାରେ ଝରାଫୁଲଙ୍କ ନମ୍ବର ପାଇଥିଲେ ରାକେଶ। ନମ୍ବର ପାଇବା ପରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା। ତେବେ ଝରାଫୁଲଙ୍କ ପରିବାର ଲୋକେ ଜଣାଇଲାପରେ ଝରାଫୁଲଙ୍କୁ ତାଗିଦ୍ କରାଯାଇଥିଲା କିନ୍ତୁ ଯେତେ କହିଲେଭି ଶୁଣିବାକୁ ନାରାଜ ଥିଲେ ଝରାଫୁଲ।
ରାକେଶ ପୋଲିସ୍ ଆଗରେ ଦେଇଥିବା ବୟାନ ମୁତାବକ ଝରାଫୁଲ ଯେତେବେଳେ ବି ଭୁବନେଶ୍ବର ଆସୁଥିଲେ, ରାକେଶକୁ ଜଣାଉଥିଲେ ଏବଂ ଦୁହେଁ ଏଠାରେ ଖୁବ୍ ମିଳାମିଶା କରୁଥିଲେ। ତେଵେ ୨୬ ତାରିଖ ସକାଳେ ଝରାଫୁଲ ଯଶିପୁର ଯିବା ଲାଗି ଜୟଦେବବିହାରରୁ ଝାଡ଼େଶ୍ବର ବସ୍ରେ ବସିଥିଲା ପରେ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ ଏବଂ ଚାଲିଚାଲି ରୁପାଲି ଛକ ଯାଏ ଯାଇଥିଲେ। ସେଠାରେ ଅପେକ୍ଷା କରିଥିବା ରାକେଶ ଝରାଙ୍କୁ ସ୍କୁଟିରେ ବସାଇ ଏକ ହୋଟେଲକୁ ନେଇ ଯାଇଥିଲା। ଦୁହେଁ ହୋଟେଲରେ ରାତି ବିତାଇ ଥିଲେ ଏବଂ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ। ତେବେ ସକାଳେ ରାକେଶ ଝରାକୁ ଅଚେତ ଅବସ୍ଥାରେ ପାଇ ରାକେଶର ମୁଣ୍ଡ କାମ କଲାନି । ତେଣୁ ସେ ତା’ର ସାଙ୍ଗ ଶେଖରକୁ ଡାକିଥିଲା। ଶେଖର ଓ ସେ ଝରାଫୁଲକୁ ମଝିରେ ବସାଇ ଏନ୍ଏଚ୍ରେ କିଛିବାଟ ଗଲା ପରେ ଝରାଫୁଲର ମୃତ୍ୟୁ ହୋଇଯାଇଥିବା ଜାଣିପାରି ଭୟରେ ମୃତଦେହକୁ ଯାଜପୁର କୁଆଖିଆ ନିକଟରେ ଫିଙ୍ଗିଦେଇ ପଳାଇ ଆସିଥିଲେ।
ଝରାଫୁଲଙ୍କ ବାପାଙ୍କ କହିଛନ୍ତି ଯେ 'ମୋ ଝିଅ ତା ଆଉ ଫେରିବନି ଝରାର ଦୋଷୀ ରାକେଶ ଓ ତା ସାଥୀକୁ ଫାଶୀଦଣ୍ଡ ରେ ଦଣ୍ଡିତ କରାଯାଉ, ଝରାଙ୍କ ବାପାଙ୍କ କହିବା ଅନୁସାରେ ସ୍କୁଟିର ପଛରେ ଯେଉଁ ପିଲାଟି ବସିଥିଲା ସେ ହେଉଛି ରାକେଶ।
Edit by :ଶାନ୍ତିଲତା ମିଶ୍ର