Top Stories

Search here...

News

ପରକ୍ରିୟା ପ୍ରୀତିକୁ ନେଇ ସ୍ତ୍ରୀ, ପ୍ରେମିକଙ୍କୁ ସ୍ୱାମୀଙ୍କ ଆକ୍ରମଣ: ପ୍ରେମିକ ମୃତ, ସ୍ତ୍ରୀ ଗୁରୁତର

Posted On - 1 minute ago
Edited By Team BbsrReporters
LAST UPDATED Jun 20, 2021 12:45 PM

ଆହତ ମହିଳାଙ୍କ କହିବା ଅନୁଯାୟୀ, ସ୍ୱାମୀଙ୍କ ସହିତ ଝଗଡ଼ା ହେବାରୁ ସପ୍ତାହ ହେବ ସେ ଘର ଛାଡ଼ି ପଳାଇ ଆସିବା ପରେ ମୃତ ସନାତନ ସହିତ ରହୁଥିଲେ ।

 

BBSR Reporters

 

କଟକ: ପରକୀୟା ପ୍ରୀତିକୁ ନେଇ କଟକ କଲେଜ ଛକ ଅଞ୍ଚଳରେ ଘଟିଛି ଏକ ହତ୍ୟାକାଣ୍ଡ । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରି ଗୁରୁତର ହୋଇଥିବା ବେଳେ ପ୍ରେମିକଙ୍କ ଜୀବନ ଯାଇଛି । ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।


ମୃତ ପ୍ରେମିକ ଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲ୍ଲାର  ସନାତନ ଦାସ । ସେ ଏଠାରେ ଶ୍ରମିକ ଭାବେ କାମ କରୁଥିଲେ । ସେହିଭଳି ଆହତ ହୋଇଥିବା ମହିଳାଙ୍କ ନାଁ ମାଳତୀ ବିଶ୍ୱାଳ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାଳତୀ ବି ଏଠାରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ।  ଉଭୟ କଲେଜ ଛକ ନିକଟରେ ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ମାଳତୀଙ୍କ ସ୍ୱାମୀ ରମେଶ ବିଶ୍ୱାଳ  ଆକ୍ରମଣ କରିଥିବା ଜଣାପଡ଼ିଛି ।

 

ଆହତ ମହିଳା ମାଳତୀଙ୍କ କହିବା ଅନୁଯାୟୀ, ସ୍ୱାମୀ ରମେଶ ବିଶ୍ୱାଳଙ୍କ ସହିତ ଝଗଡ଼ା ହେବାରୁ ସପ୍ତାହ ହେବ ସେ ଘର ଛାଡ଼ି ଏଠାକୁ ଚାଲି ଆସିଥିଲେ । ମୃତ ସନାତନ ସହିତ ତାଙ୍କର ପରିଚୟ ଥିଲା । ତାଙ୍କ ସାଙ୍ଗରେ ଏଠାରେ ରହୁଥିଲେ । ତାଙ୍କୁ ସନାତନଙ୍କ ସହିତ ଦେଖିବା ପରେ ତାଙ୍କ ସ୍ୱାମୀ ରମେଶ ବିଶ୍ୱାଳ ଉଭୟଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସନାତନଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଧରିବାକୁ ଚଢାଉ ଜାରି ରଖିଛି ।

 

ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ ସନାତନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ମେଡିକାଲ ନେବା ପୂର୍ବରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମହିଳା ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିବା ବେଳେ  ତାଙ୍କୁ ପୁଲିସ୍ ଡାକ୍ତରଖାନାରେ ଭର୍ତ୍ତି କରିଛି ।
 

Related News
satta king tw