Top Stories

Search here...

News

ମୃତ ବ୍ୟକ୍ତିଙ୍କ ସହାୟତା ଏବଂ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ ଲାଗୁ କରନ୍ତୁ : ମୋହନ ମାଝୀ 

Posted On - 29 minutes ago
Edited By Team BbsrReporters
LAST UPDATED Jun 19, 2021 04:35 PM

୩ଟି ପ୍ରସଙ୍ଗରେ ବିଜେପି ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି  ଲେଖି ସଠିକ୍ ତଥ୍ୟ ଆଧାରରେ କୋଭିଡ୍ ସଂକ୍ରମିତ ମୃତକଙ୍କ ସଂଖ୍ୟାର ଶ୍ୱେତପତ୍ର ପ୍ରକାଶ ଦାବି କରଛି ।

 

BBSR Reporters


ଭୂବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କ ପରିସଂଖ୍ୟାନର ବିଭ୍ରାନ୍ତିକର ଓ ଭୁଲ ତଥ୍ୟ ଯୋଗୁଁ ବାପା-ମାଆ ହରାଇଥିବା ଯୋଗ୍ୟ ଅନାଥ ଶିଶୁମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । କୋଭିଡ୍ ସଂକ୍ରମିତ ମୃତାହତଙ୍କ ସଠିକ୍ ତଥ୍ୟକୁ ଆଧାର କରି ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଏଥି ସହ ଊସଗ୍ଦବଗ୍ଦଗ୍ଧରକ୍ସ ଗବଦ୍ଭବଶରଜ୍ଞରଦ୍ଭଗ୍ଧ ଇମଗ୍ଧ.୨୦୦୫ ଅନୁୟାୟୀ କରୋନା ଆକ୍ରାନ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ପ୍ରଦାନ କରିଯାଉ । ରାଜ୍ୟବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ତୁରନ୍ତ ଲାଗୁ କରନ୍ତୁ ବୋଲି ବିଜେପି ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବୀ ଜଣାଇଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ ସୁଚନା ଦେଇଛନ୍ତି । 

 

ଯଦି କରୋନା ଜନିତ ମୃତୁ୍ୟକୁ ସରକାର ଲୁଚାଇବାକୁ ଯାଇ ସତ ତଥ୍ୟ ଉପରେ ଆଧାରିତ ପରିସଂଖ୍ୟାନ ଦେବେ ନାହିଁ ତେବେ ଏହା ଏକ ଧର୍ତବ୍ୟ ଏବଂ ଜଘନ୍ୟ ଅପରାଧ ବୋଲି କହିଲେ ଭୁଲ ହେବ ନାହିଁ । ତେଣୁ ରାଜ୍ୟର ମଶାଣିମାନଙ୍କରେ କୋଭିଡ ଗାଇଡ୍ଲାଇନ୍ ମାନି କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କ ଶବଦାହ କରାଯାଉଥିବା ପରିସଂଖ୍ୟାନକୁ ଭିତିକରି ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟାର ତଥ୍ୟକୁ ସଂଶୋଧନ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁବିଧା ସୁଯୋଗରୁ ବଂଚିତ ପିତୃ-ମାତୃ ହୀନ ଯୋଗ୍ୟ ଅନାଥ ଶିଶୁମାନଙ୍କ ତାଲିକା ଓଡ଼ିଶାର ଜନସାଧାରଣଙ୍କ ଅବଗତି ନିମନ୍ତେ ଏକ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରିବାକୁ ବିଜେପି ବିଧାୟକମାନେ ଦୃଢ଼ ଦାବୀ କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି । 

 

କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇ ଅନ୍ୟ ରାଜ୍ୟ ଯଥା - ଆସାମ, ରାଜସ୍ଥାନ ଓ ବିହାର ରାଜ୍ୟ ପରି ମୃତ ବ୍ୟକ୍ତିର ପରିବାରକୁ ମାନବୀୟ ଅନୁକମ୍ପା ରାଶି ହିସାବରେ ସହାୟତା  ପ୍ରଦାନ କରିବାକୁ ସରକାରଙ୍କ ଠାରେ ବିଜେପି ବିଧାୟକମାନେ ଦାବୀ କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି । 

 

ଦେଶର ଅଧିକାଂଶ ରାଜ୍ୟ କେନ୍ଦ୍ରୀୟ ପ୍ରଯୋଜିତ ଆୟୁଷ୍ମାନ ଭାରତ ଯୋଜନାକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରି କେନ୍ଦ୍ରୀୟ ସହାୟତା ଜରିଆରେ ସେହି ରାଜ୍ୟର ଜନସାଧାରଣଙ୍କୁ ଉତମ ସେବା ପ୍ରଦାନ କରୁଛନ୍ତି । ଓଡ଼ିଶା ସରକାର ରାଜନୈତିକ ଦୂରଭିସନ୍ଧି ରଖି ଓଡ଼ିଶାରେ କେନ୍ଦ୍ର ସହାୟତାରେ ପ୍ରଚଳିତ କେନ୍ଦ୍ର ପ୍ରାୟୋଜିତ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନ କରିବା ଫଳରେ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଶାବାସୀ ଉତମସେବା ପାଇବାରୁ ବଂଚିତ ହେଉଛନ୍ତି । ଆୟୁଷ୍ମାନ ଯୋଜନାକୁ ଓଡ଼ିଶା ସରକାର କାର୍ଯ୍ୟକାରୀ ନ କରିବା ଫଳରେ ରାଜ୍ୟର କେଉଁ ପ୍ରକାର ଲାଭ ହେଉଛି କିମ୍ବା ଲାଗୁକଲେ ରାଜ୍ୟ ରାଜକୋଷକୁ କେଉଁ ପ୍ରକାର କ୍ଷତିହେବ ବିଧାନସଭାରେ ତାର ସଠିକ୍ ଉତର ଦେବାକୁ ସରକାର ଅସମର୍ଥ ହୋଇଛନ୍ତି । ରାଜ୍ୟବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଦଳ ମତ ନିର୍ବିଶେଷରେ ରାଜନିତିରୁ ଉର୍ଦ୍ଧରେ ରହି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାରୁ କେନ୍ଦ୍ରୀୟ ସହାୟତା ଆଣି ରାଜ୍ୟରେ ସ୍ୱାସ୍ଥ୍ୟର ବିକାଶ କରିବା ନିହାତି ଜରୁରୀ । ବର୍ତମାନ କୋଭିଡ-୧୯ ଓ ଚକ୍ଟଗ୍ଦଗ୍ଧ କୋଭିଡ-୧୯ ସମୟରେ ରାଜ୍ୟ ବାସୀଙ୍କୁ ଉତମ ଚିକିସôା ଓ ସ୍ୱାସ୍ଥ୍ୟ ଭିତିଭୂମି ପ୍ରଦାନ କରିବା ଉଦେ୍ଧଶ୍ୟରେ ଓଡ଼ିଶା ସରକାର ମଧ୍ୟ କେନ୍ଦ୍ରୀୟ ପ୍ରାୟୋଜିତ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବା ପାଇଁ ରାଜ୍ୟ ବାସୀଙ୍କ ତରଫରୁ ବିଜେପି ବିଧାୟକଦଳ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।

 

 ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀଙ୍କ ସମେତ ବିଧାୟକ ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ଡ.ମୁକେଶ ମହାଲିଙ୍ଗ, ଭବାନୀ ଭୋଇ, ଡ.ବୁଧନ ମୁର୍ମୁ, ନବଚରଣ ମାଝୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବୀ ଜଣାଇଛନ୍ତି ।
 

Related News
satta king tw