Top Stories

Search here...

News

କାରନାମା ଦେଖାଇବା ପାଇଁ ରକ୍ତ ଜୁଡୁବୁଡୁ ମୃତଦେହ ସହ ଫଟୋ ଉଠାଇଲା କିଲର

Posted On - 4 minutes ago
Edited By Team BbsrReporters
LAST UPDATED Jul 05, 2021 11:15 PM

ରାଜଧାନୀରେ ଚାଂଚଲ୍ୟକର ହତ୍ୟାକାଣ୍ଡ

BBSR Reporters

ଭୁବନେଶ୍ୱର : ଦିନ ଦ୍ୱୀପରରେ ଘରେ ପଶି ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ଘଟଣା ସ୍ଥଳରୁ ଭିଡିଓ କଲ କରିଥିଲେ ମହିଳାଙ୍କ ସ୍ୱାମୀକୁ। କିନ୍ତୁ କଲ ରିସିଭ ନ ହେବାରୁ ନିଜ କାରନାମା ଦେଖାଇବା ପାଇଁ ରକ୍ତ ଯୁଡୁବୁଡୁ ମୃତଦେହ ସହ ଫଟୋ ଉଠାଇ ଥିଲା କିଲର। ପରେ ଅଭିଯୁକ୍ତ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ରାଜଧାନୀର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଅଞ୍ଚଳରେ ରବିବାର ଘଟିଛି ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ।

ଖବର ପାଇ ଏୟାରଫିଲ୍ଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇ ଥିଲା। 

ମୃତ ମହିଳାଙ୍କ ଘର ଯାଜପୁର ଜିଲା। ନାମ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ ରିଙ୍କି(୨୬)।  ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲା ବଡ଼ ମଙ୍ଗଳପୁରର ଜଗନ୍ନାଥ ପ୍ରଧାନ। ଦୁହେଁ ପୂର୍ବରୁ ପରିଚିତ ଥିଲେ। 

   ପଚରାଉଚରା ବେଳେ ମହିଳାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ । ହତ୍ୟା ପଛରେ ପୂର୍ବ ବିବାଦ ଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି। ହତ୍ୟାକାଣ୍ଡର ତଦନ୍ତ ଚାଲୁଥିବାରୁ ପୋଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇନାହିଁ।

Related News
satta king tw