dd dd

Top Stories

Search here...

News

ଢେଙ୍କାନାଳ SBI ଏଟିଏମ୍ ଲୁଟ ମାମଲାରେ ମୁଖ୍ୟ ଅଭିଯକ୍ତଙ୍କୁ ବାଲେଶ୍ଵରୁ ଗିରଫ କଲା ପୋଲିସ

Posted On - 1 day ago

 

 ଅଭିଯୁକ୍ତମାନଙ୍କ ଠାରୁ  ୫.୮୨ ଲକ୍ଷ ଟଙ୍କା, ୨୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ସହ ୬ଟି ମୋବାଇଲ ଫୋନ ଜବତ କରାଯାଇଛି 


BBSR Reporters

 

ଢେଙ୍କାନାଳ ଜିଲ୍ଲାର ମୋଟଙ୍ଗା ପୋଲିସ ଏସବିଆଇ(SBI) ଏଟିଏମ୍ ଲୁଟ ମାମଲାର ମୁଖ୍ୟ ଅଭିଯକ୍ତଙ୍କୁ ଗିରଫ କରିଛି । ଏମାନଙ୍କୁ ବାଲେଶ୍ଵର ଜିଲ୍ଲାରୁ ଗିରଫ କରି ଆଜି କୋର୍ଟରେ ହାଜର କରାଯାଇଛି ।

 

ଏହି ଅଭିଯୁକ୍ତମାନଙ୍କ ନିକଟରୁ ୫.୮୨ ଲକ୍ଷ ଟଙ୍କା, ୨୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ସହ ୬ଟି ମୋବାଇଲ ଫୋନ ଜବତ ହୋଇଛି ବୋଲି ଏସପି କେ ଶିବା ସୂବ୍ରମଣି ସୂଚନା ଦେଇଛନ୍ତି । 

 

ଏମାନଙ୍କ ବିରୋଧରେ ଭଦ୍ରକ,ବାଲେଶ୍ଵର, ମୟୁରଭଞ୍ଜ ଓ ଖୋର୍ଦ୍ଧାର ବିଭିନ୍ନ ପୋଲିସ ଷ୍ଟେସନରେ ୨୫ ଟି ମାମଲା ରହିଛି । ତେବେ ଏହି ଲୁଟ ଘଟଣାର ତଦନ୍ତ ଚାଲିଥିବାରୁ ସେମାନଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ନିଆଯିବ ବୋଲି ଏସପି କହିଛନ୍ତି । 

 

ସୂଚନା ଅନୁସାରେ, ଅଭିଯୁକ୍ତମାନେ ଡିସେମ୍ବର ୧୪ ରେ ନିମବାହାଳି ଛକ ଏସବିଆଇ ଏଟିଏମ୍ ରୁ ୨୬.୫୬ ଲକ୍ଷ ଟଙ୍କା ଲୁଟ କରିଥିଲେ । ଏହାପରେ ମୋଟଙ୍ଗା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାର ଛ ଦିନ ପରେ ଚାରି ଜଣଙ୍କୁ ଗିରଫ କରାଯାଇଥିବା ବେଳେ   ଅନ୍ୟ ଜଣକୁ ଜାନୁଆରୀ ୩ ରେ ଗିରଫ କରାଯାଇଥିଲା । 

 


Edit by: ଅନୁପମା ମଲ୍ଲିକ

Related News
satta king tw