dd dd

Top Stories

Search here...

News

ଓଡ଼ିଶାର ୨ ଅଫିସର ପାଇବେ ରାଷ୍ଟ୍ରପତି ପଦକ: ରାଜ୍ୟର ମୋଟ ୧୩ ଜଣଙ୍କୁ ମିଳିବ ପଦକ

Posted On - 1 day ago

ବିଭିନ୍ନ ବର୍ଗରୁ ଚଳିତବର୍ଷ ଓଡ଼ିଶାରୁ ମୋଟ ୧୩ ଜଣଙ୍କୁ ମିଳିବ ମେଡାଲ  ।  ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ଦିଆଯିବ।

 

BBSR Reporters

 

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ଘୋଷଣା ହୋଇଛି । ବିଭିନ୍ନ ବର୍ଗରୁ ଚଳିତବର୍ଷ ଓଡ଼ିଶାରୁ ମୋଟ ୧୩ ଜଣଙ୍କୁ ମିଳିବ ମେଡାଲ  । ସେଥିମଧ୍ୟରୁ ଓଡ଼ିଶାର ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ ।  ଅନ୍ୟ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ଦିଆଯିବ।


ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଏବଂ BSPA ଡେପୁଟୀ ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯିବ । ସେହିପରି ଆଇନ ଶୃଙ୍ଖଳା ପାଇଁ ଆଇଜି ପ୍ରବୀଣ କୁମାର, ASP ରବୀନ୍ଦ୍ର ଦାସ,ASP ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ, ASI ମନୋରଂଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ର ପ୍ରମୁଖ ପୋଲିସ ପଦକ ପାଇବେ ।


Edit by:ଅର୍ଚ୍ଚନା ଆଳୁକ

Related News
satta king tw