dd dd

Top Stories

Search here...

News

ସୀମା ଜଗିବେ ଓଡିଆ ଝିଅ ଲିପି: BSFରେ ଯୋଗଦେବେ 

Posted On - 10 hours ago


 

ଲିପି ୨୦୧୮ରେ ସେ ସୀମା ସୁରକ୍ଷା ବଳରେ ନିଯୁକ୍ତି ପାଇବା ପାଇଁ ଆବେଦନ କରିଥିଲେ ।

 

BBSR Reporters

 

ପଦ୍ମପୁର : ସୀମା ଜଗିବେ ଓଡିଆ ଝିଅ । ଶତ୍ରୁଙ୍କୁ ଦେବେ ମୁହଁତୋଡ ଜବାବ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମ ପଞ୍ଚାୟତ କୁଦୋପାଲି କୁମର ପ୍ରଧାନ ଓ କୁମୁଦିନୀ ପ୍ରଧାନଙ୍କ ଝିଅ ଲିପି ପ୍ରଧାନ ସୀମାସୁରକ୍ଷା ବଳ( ବିଏସ୍‌ଏଫ)ରେ ନିଯୁକ୍ତି ପାଇଁ ଯୋଗ୍ୟ ହାସଲ କରିଛନ୍ତି । ଏହାସହ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଲିପି ।

 

ଲିପିଙ୍କ ବାପା କୁମର ଜଣେ ପରିବା ବିକାଳୀ । ବଜାରକୁ ବଜାର ବୁଲି ପନିପରିବା ବିକ୍ରୟ କରି ଝିଅକୁ ପାଠ ପଢ଼ାଇଥିଲେ। ସୂଚନା ଅନୁସାରେ, ଲିପି ୨୦୧୮ରେ ସେ ସୀମା ସୁରକ୍ଷା ବଳରେ ନିଯୁକ୍ତି ପାଇବା ପାଇଁ ଆବେଦନ କରିଥିଲେ। ୨୦୨୧ ଜାନୁଆରୀ ୨୧ ତାରିଖ ଫଳାଫଳ ଘୋଷଣା ପରେ ସେ ଖୁସିରେ ଆତ୍ମବିଭୋର ହୋଇପଡ଼ିଥିଲେ। ସେ  ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିଲେ । ଜମଳା ଗ୍ରାମ ପଞ୍ଚାୟତର ଝିଅ ସୀମା ସୁରକ୍ଷା ବଳରେ ସାମିଲ ହେବା ପାଇଁ ମନୋନୀତ ହୋଇଥିବାରୁ ସରପଞ୍ଚ ତୁଲାରାମ ବେହେରା ଖୁସି ପ୍ରକଟ କରି ଲିପିଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

 

Edit by: ବର୍ଷା ମଲ୍ଲିକ

Related News
satta king tw