dd dd

Top Stories

Search here...

News

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଆଲୁମିନିଙ୍କ ତରଫରୁ ବିଶାଳ ତିରଙ୍ଗା ରାଲି

Posted On - 1 day ago

 

ହାତରେ ଜାତୀୟ ପତାକା ଧରି ବାଜା ବାଦ୍ୟର ଶବ୍ଦରେ, "ବନ୍ଦେ ମାତାରମା ଓ ଭାରତ ମାତାକୀ ଜୟ" ଧ୍ୱନିରେ ବାଣୀବିହାର ପରିକ୍ରମା କରିଥିଲେ ଛାତ୍ରଛାତ୍ରୀ । 

 

BBSR Reporters

 

ଭୁବନେଶ୍ୱର : ଭାରତ ଆଜି ପାଳନ କରିଛି ୭୨ତମ ଗଣତନ୍ତ୍ର ଦିବସ ରାଜ୍ୟର କୋଣ ଅନୁକୋଣରେ ଏହି ମହାନ ଦିବସକୁ ଅତି ଆଡମ୍ବର ସହିତ ପାଳନ କରାଯାଏ । ଗଣତନ୍ତ୍ର ଦିବସ କେବଳ ଏକ ଜାତୀୟ ପର୍ବ ନୁହେଁ ବରଂ ଏହା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ଵର ଦିନ ଅଟେ ।

 

 

ତେବେ ଏହି ପରୀପ୍ରେକ୍ଷୀରେ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସଂଗଠନ ପକ୍ଷରୁ ୭୨ ତମ ଗଣତନ୍ତ୍ର ଦିବସକୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଏକତ୍ରୀତ ହୋଇ ପାଳନ କରିଛନ୍ତି । କୋଭିଡ କଟକଣା ସହିତ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟର କ୍ୟାମ୍ପସ ଭିତରୁ ଏକ ବିଶାଳ ପତାକା ରାଲି ଆୟୋଜନ କରି କ୍ୟାମ୍ପସର ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇଥିଲେ । ଏହି ରାଲିରେ ଓଡ଼ିଶାର କଳା ସଂସ୍କୃତିକୁ ମଧ୍ୟ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ହାତରେ ଜାତୀୟ ପତାକା ଧରି ବାଜା ବାଦ୍ୟର ଶବ୍ଦରେ ଓ "ବନ୍ଦେ ମାତାରମା, ଭାରତ ମାତାକୀ ଜୟ" ଧ୍ୱନିରେ ବାଣୀବିହାର ସତେ ଯେପରି ପ୍ରକମ୍ପିତ ହୋଇଉଠୁ ଥିଲା । 

 

ଏହି ବିଶାଳ ପତାକା ରାଲି ଶାନ୍ତି ଶୃଙ୍ଖଳା ଭାବରେ ଅୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଶ୍ୱବିଦ୍ୟାଳୟ ପୂର୍ବତନ  ଓ ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ଭବ ରଞ୍ଜନ ବେହେରା, ରାଜେଶ କୁମାର ପରିଡା, ସୁଧାଂଶୁ ସାହୁ, ଚନ୍ଦନ ମହାପାତ୍ର, ସୁମନ୍ତ ନାୟକ, ପରମଜୀତ ସିଂ, ବିଶ୍ବ ରଞ୍ଜନ ରାଉତ, ସୁଭକାନ୍ତ ପାତ୍ର,ଶିବଶକ୍ତି ଦିଗଲ,ସତ୍ୟ, ସମ୍ବିତ, ଶୁଭ୍ରମନ୍ୟମ ମନୀଷା ସାମଲ, ଅନନ୍ୟା, ସ୍ୱାଗତିକା, ପ୍ରଭାସିନୀ ପଲ୍ଲବୀ ଛାତ୍ରଛାତ୍ରୀ ଏବଂ ରତନ କୁମାର ଦିଗଲ, ମାନସ କୁମାର ସାହୁ ,କିରଣ ପ୍ରଧାନ, ହରମୋହନ ବେହେରା, ସୌରଭ ଦାସ, ମାନସ ସେଠି ଆଲୁମିନି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରେଇଥିଲେ।

 

Edit by: ବର୍ଷା ମଲ୍ଲିକ

Related News
satta king tw