dd dd

Top Stories

Search here...

News

ତଥାଗତଙ୍କ ସମ୍ପାଦକୀୟକୁ ବିରୋଧ କରି ଭର୍ତ୍ତୃହରି କହିଲେ ଏପରି ଲେଖିବା ଆଦୌ ଠିକ୍ ନୁହେଁ 

Posted On - 1 day ago

 

ଦୈନିକ ଖବରକାଗଜ ‘ଧରିତ୍ରୀ’ର ସଂପାଦକ ତଥାଗତ ସତପଥୀ ଗତକାଲି ନିଜ ସମ୍ପାଦକୀୟ ‘ଟାଣି ଆଣି ସମ୍ମାନ’ରେ ସୁଭାଷ ବୋଷଙ୍କୁ ନେଇ ଟିପ୍ପଣୀ ରଖିଥିଲେ।

 

BBSR Reporters


କଟକ ଖାନନଗରରେ ‘ନେତାଜୀ ସୁଭାଷ ବୋଷଙ୍କ ନାଁରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ।  ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । ଏହାକୁ ନେଇ ଆରମ୍ଭ ହୋଇଯାଇଛି ବାଦ ବିବାଦ ।
କଟକ ବସ୍‌ଷ୍ଟାଣ୍ଡକୁ ସୁଭାଷ ବୋଷଙ୍କ ନାମରେ ନାମିତ କରିବା ଓଡ଼ିଶା ଜାତିକୁ ଅସମ୍ମାନିତ କରିବା ସହ ସମାନ। ଓଡ଼ିଆ ଜାତି ସବୁବେଳେ ବାହାର ଲୋକଙ୍କୁ ଉପରେ ପଡ଼ି ଟାଣି ଆଣି ସମ୍ମାନ ଦେଉଛି ବୋଲି ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଦୈନିକ ଖବରକାଗଜ ‘ଧରିତ୍ରୀ’ର ସଂପାଦକ ତଥାଗତ ସତପଥୀ ଗତକାଲି ନିଜ ସମ୍ପାଦକୀୟ ‘ଟାଣି ଆଣି ସମ୍ମାନ’ରେ ଉଲ୍ଲେଖ କରିଥିଲେ।

 

ଏହି ପ୍ରସଙ୍ଗରେ ତଥାଗତଙ୍କୁ ଟାର୍ଗେଟ କରିବା ସହ  ତାଙ୍କୁ କଟୁ ସମାଲୋଚନା କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ତଥାଗତ ଏପରି ଲେଖିବା ଆଦୌ ଠିକ୍ ନୁହେଁ କହିଲେ ଭର୍ତ୍ତୃହରି। କେବଳ ଯେ ନେତାଜୀ ଓଡ଼ିଶାରେ ଜନ୍ମ ହୋଇ ଶୈଶବ କାଟିଥିଲେ ତାହା ନୁହେଁ, ସେ ଏଠାରେ ମାଟ୍ରିକ ପାସ୍‌ କରିଛନ୍ତି। ସେ ଓଡ଼ିଆ ବଜାରରେ ରହୁଥିଲେ। କଲିକତାରେ କଲେଜରୁ ବହିଷ୍କାର ପରେ ଦେଢ଼ ବର୍ଷ ଏଠି ରହିଥିଲେ।  ବିଭିନ୍ନ ସ୍ଥାନକୁ ଗଲେ ଓଡ଼ିଶା ଲୋକଙ୍କ ସହ ମିଶି ମହାମାରୀ ବିରୋଧରେ ଲଢ଼ିଥିଲେ। ନେତାଜୀଙ୍କ ଅଦମ୍ୟ ସାହସ, ଦେଶପ୍ରୀତି ପାଇଁ ସମଗ୍ର ବିଶ୍ୱ ତାଙ୍କୁ ବିଶ୍ୱାସ କରେ, ସମ୍ମାନ ଦିଏ। ତାଙ୍କୁ ନେଇ ଏପରି ଲେଖା ଲେଖିବା ଉଚିତ ନୁହେଁ ।

 

ଗତକାଲି ପ୍ରକାଶ ପାଇଥିବା ସମ୍ପାଦକୀୟରେ ତଥାଗତ ଲେଖିଥିଲେ, “ଅନେକ ଓଡ଼ିଆ ଭାବୁଛନ୍ତି ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର ଗୌରବ। ବାସ୍ତବରେ କିନ୍ତୁ ଏ ଚିନ୍ତାଧାରା ତ୍ରୁଟିପୂର୍ଣ୍ଣ ବୋଲି ମନେ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ସୁଭାସ ଚନ୍ଦ୍ର ବୋଷ ତାଙ୍କର କୌଣସି ଭାଷଣରେ, ଲେଖାରେ କିମ୍ବା ବିବୃତିରେ କେବେହେଲେ ତାଙ୍କ ଜନ୍ମ ଓଡ଼ିଶା ମାଟିରେ ହୋଇଥିବା ସ୍ୱୀକାର କରି ନାହାନ୍ତି। ଏହା ବ୍ୟତୀତ ସେ ନିଜ ସଂପାଦକୀୟରେ ଉଲ୍ଲେଖ କରିଛନ୍ତି, “ନିଜ ଜନ୍ମ ସ୍ଥାନ ଓ ସେହି ସ୍ଥାନର ଭାଷାକୁ ଯିଏ ନିଜର ବୋଲି ଭାବେ ନାହିଁ। ସେହି ବ୍ୟକ୍ତି ସେଠାକାର ଜାତିର ଗୌରବ ହେବା ଉଚିତ ନୁହେଁ। ସେ ଦୃଷ୍ଟିକୋଣରୁ ଦେଖିଲେ କଟକ ବସ୍‌ଷ୍ଟାଣ୍ଡକୁ ସୁଭାଷ ବୋଷଙ୍କ ନାମରେ ନାମିତ କରିବା ଓଡ଼ିଶା ଜାତିକୁ ଅସମ୍ମାନିତ କରିବା ପରି ହେଉଛି।

 

Edit by: ବର୍ଷା ମଲ୍ଲିକ

Related News
satta king tw