dd dd

Top Stories

Search here...

News

ରେଡିଓ ଚକଲେଟ୍ ଓ ଭୁବନେଶ୍ୱର ବାଲିଯାତ୍ରା କମିଟି ପକ୍ଷରୁ କୁଆଖାଇ ନଦୀ କୂଳରେ ଗୁଡ଼ି ଉଡ଼ା ଉତ୍ସବ  

Posted On - 1 day ago

 

ଆଜି ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀ ପଠାରେ ଏକ ଗୁଡୀ ଉଡା କାର୍ଯ୍ୟକ୍ରମ ହୋଇଥିଲା । ଏହି ଉତ୍ସବର  ମୁଖ୍ୟ ଲକ୍ଷ୍ୟ ହେଉଛି ସହରାଞ୍ଚଳରେ ଆମ ସଂସ୍କୃତିକୁ ବଜାୟ ରଖିବା ଏବଂ ଲୋକଙ୍କୁ ଏହି ଉତ୍ସବ ବିଷୟରେ ଅବଗତ କରାଇବା । 

 

BBSR Reporters

 

ଭୁବନେଶ୍ୱର : ରେଡିଓ ଚକଲେଟ୍ ଓ ଭୁବନେଶ୍ୱର ବାଲିଯାତ୍ରା କମିଟି ପକ୍ଷରୁ ରାଜଧାନୀରେ ଗୁଡି ଉଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏନେଇ ରେଡିଓ ଚକଲେଟ୍ ର ମୁଖ୍ୟ ତାନ୍ୟା ପଟ୍ଟନାୟକ, ସମ୍ବାଦ ଖବରକାଗଜର ପ୍ରତିଷ୍ଠାତା ସୋମ୍ୟରଞ୍ଜନ ପଟ୍ଟନାୟକ ଏବଂ  ଭୁବନେଶ୍ୱର ଉତ୍ତର  ବିଧାୟକ ସୁଶାନ୍ତ ରାଉତ ମିଳିତ ଭାବରେ ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି । ଆଜି ଏନେଇ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀ ପଠାରେ ଏକ ଗୁଡୀ ଉଡାଇବା କାର୍ଯ୍ୟକ୍ରମ ହୋଇଥିଲା । ତେବେ ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ହେଉଛି ସହରାଞ୍ଚଳରେ ଆମ ସଂସ୍କୃତିକୁ ବଜାୟ ରଖିବା ଏବଂ ଲୋକଙ୍କୁ ଏହି ଉତ୍ସବ ବିଷୟରେ ଅବଗତ କରାଇବା ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି ।

 

 

ସୋମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଏହି ଗୁଡି ଉଡାଇବା କାର୍ଯ୍ୟକ୍ରମ ସମାଜକୁ ଅନେକ ମାର୍ତ୍ତା ଦେଉଛି । ଏବେ ଏହାକୁ ଏକ ବ୍ୟବସ୍ଥିତ ଢ଼ଙ୍ଗରେ କରାଯାଇଛି । ଆଗକୁ ଏହା ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଭାବରେ ଉଭା ହେବ । କରୋନା ମହାମାରୀ ପାଇଁ ସବୁ ସମାବେଶ ବନ୍ଦ ଥିବା ବେଳେ ଏହା ଏକ ଖୁବ୍ ଭଲ ଯୋଜନା ବୋଲି ସେ କହିଛନ୍ତି । 

 

 

ଏହି ଗୁଡି ଉଡା ଉତ୍ସବରେ  ୧୦ ହଜାର ଟି ଗୁଡି ଉଡ଼ିବାକୁ ଯୋଜନା ରଖିଛନ୍ତି  । ଯାହା ଦ୍ୱାରା ଯୁବପିଢ଼ି ଏହି ଉତ୍ସବ ମାଧ୍ୟମରେ ଗୁଡି ଉଡାଇବେ ଏବଂ ଏହି ପରମ୍ପରାକୁ କୋଣ ଅନୁକୋଣରେ ପହଞ୍ଚାଇବାରେ ସହଯୋଗ କରିବେ । ସାଧାରଣତଃ ମକର ସଂକ୍ରାନ୍ତିରେ ଆମେ ମାନେ ଗୁଡି ଉଡାଇଥାଉ । ସେହିପରି ସହରାଞ୍ଚଳରେ ଲୋକେ ଆଧୁନିକ ଜିନିଷକୁ ଆପଣାଉଥିବା ବେଳେ ଆମ ପରମ୍ପରାକୁ ଭୁଲି ଯାଉଛନ୍ତି । ଯେଉଁଥିପାଇଁ ଆଜି କାଲି କା ଯୁବକ ଯୁବତୀ ମାନେ ଆମ ସଂସ୍କୃତି ବିଷୟରେ କିଛି ବି ଜାଣି ପାରୁ ନାହାନ୍ତି ବୋଲି ଭୁବନେଶ୍ୱର ବାଲିଯାତ୍ରା କମିଟିର ନିର୍ଦେଶକ ଜୀବନ କୁମାର ବଡୁ କହିଛନ୍ତି। କାର୍ଯ୍ୟକ୍ରମରେ କମିଟି ସେକ୍ରେଟାରୀ ତପନ ବାଲିହାରସିଂ ଯୋଗଦେଇ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Edit By : ଜ୍ୟୋର୍ତିମୟୀ ପଟ୍ଟନାୟକ

Related News
satta king tw