dd dd

Top Stories

Search here...

News

କୋହଳ ହେବ ସ୍କୁଲ ଫି: ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ଫି ଛାଡ ହେବ

Posted On - 2 hours ago

୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ବି ବିଦ୍ୟାଳୟ ଫି’ ବୃଦ୍ଧି କରିପାରିବେ ନାହିଁ

 

BBSR Reporters

 

ଭୁବନେଶ୍ୱର : ଲକ୍‌ଡାଉନ୍‌ ଚାଲିଥିବା ଯୋଗୁ ଏବେ ଅଭିଭାବକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ସମୟରେ ସେମାନେ ନିଜ ପିଲାଙ୍କ ସ୍କୁଲ ଫି’ ଦାଖଲ କରିପାରିବେ ନାହିଁ। ତେଣୁ ମାର୍ଚ୍ଚ ଠାରୁ ଜୁନ୍‌ ପର୍ଯ୍ୟନ୍ତ ସ୍କୁଲ ଫି’ ଛାଡ଼ କରାଯିବା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଗୁରୁବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା । ଏ ନେଇ ହାଇକୋର୍ଟଙ୍କ ରାୟ ପରେ ଶେଷରେ ବାଟ ବାହାର କରିଛନ୍ତି ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ସମସ୍ତ ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।  ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ ।


ଏଥିସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନ ଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ବି ବିଦ୍ୟାଳୟ ଫି’ ବୃଦ୍ଧି କରିପାରିବେ ନାହିଁ। ହଷ୍ଟେଲ ଫି’ ୩୦% ଛାଡ଼ ହେବ। ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍‌ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ରିଆଡମିସନ୍ ଫି’, ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦାୟ ନ କରିବାକୁ କୁହାଯାଇଛି।

 

ହାଇକୋର୍ଟଙ୍କ ରାୟ ଆସିବା ପରେ ବ୍ୟାପକ ଆଲୋଚନା, ପର୍ଯ୍ୟାଲୋଚନା ଓ ଆଡଭୋକେଟ ଜେନେରାଲଙ୍କ ପରାମର୍ଶକ୍ରମେ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଘରୋଇ ସ୍କୁଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର, ଓଡିଶା ଅଭିଭାବକ ମହାସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରାଯିବ । ତାରିଖରେ ଏ ସଂପର୍କିତ ମାମଲାର ଶୁଣାଣି କରି ଗତ ୧୦ ତାରିଖରେ ରାୟ ପ୍ରକାଶ କରିଥିଲେ ହାଇକୋର୍ଟ । ତେଣୁ ୭ଟି ସ୍ଲାବରେ ସ୍କୁଲ ଫି ଛାଡ କରିବାକୁ କୁହାଯାଇଛି ।

 

ସେହିପରି ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ ଫି ଦେଉଥିଲେ କୌଣସି ରିହାତି ମିଳିବ ନାହିଁ । ୬ ହଜାରରୁ ଅଧିକ କିନ୍ତୁ ୧୨ ହଜାରରୁ କମ୍ ଦେଉଥିଲେ ୭.୫ % ଟିଉସନ ଫି ଛାଡହେବ । ସେହିପରି ବାର୍ଷିକ ୧୨ ହଜାରରୁ ଅଧିକ ଏବଂ ୨୪ ହଜାରରୁ କମ୍ ଫି ଉପରେ ୧୨ ପ୍ରତିଶତ, ୨୪ ହଜାରରୁ ଅଧିକ ଓ ୪୮ ହଜାରରୁ କମ୍ ୧୫ %, ୪୮ ହଜାରରୁ ଅଧିକ ଓ ୭୨ ହଜାରରୁ କମ୍ ଟିଉସନ ଫି ଉପରେ ୨୦ ପ୍ରତିଶତ ଛାଡ ହେବ । ୭୨ ହଜାରରୁ ଅଧିକ ଓ ଲକ୍ଷେ ଟଙ୍କାରୁ କମ୍ ଫି ଉପରେ ଛାଡ ହେବ ୧୫ ପ୍ରତିଶତ ଏବଂ ବାର୍ଷିକ ୧ ଲକ୍ଷରୁ ଅଧିକ ଟିଉସନ ଫି ଦେଉଥିଲେ ୨୬ ପ୍ରତିଶତ ଛାଡ ହେବ ବୋଲି କୁହାଯାଇଛି ।

 

Edit by: ବର୍ଷା ମଲ୍ଲିକ

Related News
satta king tw