dd dd

Top Stories

Search here...

News

ଠିକା କାର୍ଯ୍ୟକୁ ନେଇ ବାଣୀବିହାରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୪ ଆହତ

Posted On - 2 hours ago

ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଉତ୍ତେଜନାକୁ ଦୃଷ୍ଟିରର ରଖି କ୍ୟାମ୍ପସରେ ଦୁଇ ପ୍ଲାଟୁର୍ନ ଫୋର୍ସ ମୁତୟନ କରାଯାଇଛି ।

 

BBSR Reporters


ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଖୋଲିବାକୁ ସପ୍ତାହଟେ ନ ପୁରୁଣୁ ବାଣୀବିହାରରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ରଗୋଷ୍ଠୀ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଠିକା କାର୍ଯ୍ୟକୁ ନେଇ ସୋମବାର ସନ୍ଧ୍ୟାରେ ଛାତ୍ର ବିଜେଡି ଓ ABVP ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଗଣ୍ଡଗୋଳରେ ଛାତ୍ର ବିଜେଡିର ୩ ଛାତ୍ର ନେତା ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଉଭୟ ପକ୍ଷରୁ ସହୀଦ ନଗର ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । 

 

ବିଶ୍ୱବିଦ୍ୟାଳୟ ଆଡମିନିଷ୍ଟ୍ରେଟିଭ୍ ବିଲ୍ଡିଂ ପରିସରରେ ଥିବା ଫାଙ୍କା ସ୍ଥାନରେ ବସିବା ପାଇଁ ଲର୍ଣ୍ଣ ଏବଂ ପାର୍କ ପାଇଁ ଏବେ କାର୍ଯ୍ୟ ଚାଲିଛି । ଉତ୍କଳ ବିଶ୍ଵବିଦ୍ୟାଳୟ ଆଲୁମୁନି ପକ୍ଷରୁ ଏହି କାର୍ଯ୍ୟ କରାଯାଉଥିବା ବେଳେ ଏକ ଠିକା ସଂସ୍ଥାକୁ ଏହି କାର୍ଯ୍ୟ ଦିଆଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗଣ୍ଡଗୋଳ ଲାଗିଥିବା ଦୁଇ ଗୋଷ୍ଠୀ ମଧ୍ୟରେ କାର୍ଯ୍ୟକୁ ନେଇ ଭାଗବାଣ୍ଟ ହୋଇଥିଲା । ପରେ ଗୋଟିଏ  ଗୋଷ୍ଠୀ ନିଷ୍ପତ୍ତି ହୋଇଥିବା ଭାଗ ଦେବାକୁ ପ୍ରସ୍ତୁତ ନ ହେବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଆଜି ସନ୍ଧ୍ୟାରେ ଗୋଟିଏ ଗୋଷ୍ଠୀ ୧ ନମ୍ବର ଛାତ୍ରାବାସ ସମ୍ମୁଖରେ ଠିଆ ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ୩୦ରୁ ଅଧିକ ପିଲା ଆସି ଆକ୍ରମଣ କରିଥିଲେ । ଫଳରେ ଗୋଟିଏ ଗୋଷ୍ଠୀର ୩ରୁ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ଅନ୍ୟମାନଙ୍କୁ ବାଣୀବିହାର ପାଖରେ ଥିବା ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆହତଙ୍କ ମଧ୍ୟରେଜ ଅଛନ୍ତି ଛାତ୍ର ବିଜେଡି ନେତା ରାଜେଶ ରାଜ ସ୍ୱାଇଁ, ଅରୁପ ଶ୍ରୀଚନ୍ଦନ, ରଶ୍ମୀ ରଞ୍ଜନ ପରିଡ଼ା, ମନ ରଞ୍ଜନ ସ୍ୱାଇଁ ।

 

ରଶ୍ମୀ ରଞ୍ଜନ ସ୍ୱାଇଁ କହିବା ଅନୁଯାୟୀ, ବିଶ୍ୱବିଦ୍ୟାଳୟ ଆଲୁମିନି ପକ୍ଷରୁ  ଆଡମିନିଷ୍ଟ୍ରେଟିଭ ବିଲ୍ଡିଂ ପଛ ପଟେ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଏକ ଲର୍ଣ୍ଣ କାର୍ଯ୍ୟ ଚାଳିଛି । ଏବିଭିପି ଏବଂ କଂଗ୍ରେସର କିଛି ଛାତ୍ର ନେତା ସେଠାରୁ ବଟି ମାଗିବା ପାଇଁ ଯାଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏନେଇ ରଶ୍ମି ସୋମବାର ଅପରାହ୍ନରେ ସହୀଦ ନଗର ଥାନାରେ ଅଭିଯୋଗ କରିଥିଲେ । ସୋମବାର ସନ୍ଧ୍ୟାରେ ସେମାନେ ୧ ନମ୍ବର ଛାତ୍ରାବାସ ସମ୍ମୁଖରେ ଠିଆ ହୋଇଥିବା ବେଳେ ଏବିଭିପି ଏବଂ ଛାତ୍ର କଂଗ୍ରେସର ୪୦ରୁ ଅଧିକ ଛାତ୍ର ଏବଂ ଅଣଛାତ୍ର ମିଶି ତାଙ୍କୁ ଆକ୍ରମଣ କରିଥିଲେ ।


ଏବିଭିପିର ଛାତ୍ର ନେତା ରତନ ଦିଗଲ ରଶ୍ମୀଙ୍କ ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି, ଛାତ୍ର ବିଜେଡି ପକ୍ଷରୁ ବାଣୀବିହାରରେ ଗୁଣ୍ଡାରାଜ କରାଯାଉଛି । ସେମାନେ ବେଆଇନ ଭାବେ ହଷ୍ଟେଲ କ୍ୟାଣ୍ଟିନ ସହ ବାଣୀବିହାରରେ ହେଉଥିବା ବିଭିନ୍ନ କାର୍ଯ୍ୟ ହାତଉଛନ୍ତି । ଯାହା ଠିକ ଭାବରେ ହେଉନାହିଁ । ରବିବାର ରାତିରେ ଛାତ୍ର ବିଜେଡିର କିଛି ପିଲା ୧ ନମ୍ବର ଛାତ୍ରାବାସରେ ଛାତ୍ରମାନଙ୍କୁ ମଦ ପିଇ ଗାଳିଗୁଲଜ କରିଥିଲେ । ଆଜି ସନ୍ଧ୍ୟାରେ ସେମାନେ ହକି ଷ୍ଟିକ ଧରି ହଷ୍ଟେଲ ସମ୍ନାରେ ବୁଲୁ୍‌ଥିବା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଯୁକିତର୍କ ହୋଇଥିଲା । ପରେ  ହାତାହାତି ହୋଇଥିଲା ବୋଲି ସେ କହିଛନ୍ତି ।


Edit by : ଟିମ ବିବିଏସଆର ରିପୋଟର୍ସ

Related News
satta king tw