dd dd

Top Stories

Search here...

News

ପୁଣି କଡାକଡି ହେବ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ନିୟମ: ମାର୍ଚ୍ଚରୁ ଆରମ୍ଭ ହେବ ଚାଳକଙ୍କ ଆଲକହଲ ଟେଷ୍ଟ

Posted On - 2 hours ago

ନୂଆ ମୋଟର ଭେଇକିଲ  ଆକ୍ଟ ଅନୁସାରେ ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କ ଠାରୁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ । ଆବଶ୍ୟକ ସ୍ଥଳେ ସେମାନଙ୍କୁ ଗିରଫ ମଧ୍ୟ କରାଯିବ ।

 

BBSR Reporters


ଭୁବନେଶ୍ୱର: କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟରେ ପୁଣି ନୂଆ ମୋଟର ଭେଇକିଲ ଆକ୍ଟ କଡାକଡି ଭାବେ ପାଳନ କରିବାକୁ ନିଷ୍ପତ୍ତିି ହୋଇଛି । ସଡକ ସୁରକ୍ଷା ମାସ ପାଳନ ଅବସରରେ ରାଜ୍ୟ ସରକାର ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଶେଷ କରି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ତଥା ମଦ ପିଇ ଗାଡି ଚାଳନା କରୁଥିବା ଚାଳକମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଜିଲ୍ଲାର ଏସ୍ପିମାନଙ୍କୁ ନିଦେ୍ର୍ଧଶ ଜାରି କରାଯାଇଛି ।

 


ଏନଏଚ୍ଏଆଇ, ପୁଲିସ, ପରିବହନ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । ବୈଠକରେ ସଡକ ସୁରକ୍ଷା ନିମୟ କଡାକଡି ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ଏବେବି କରୋନାର ଭୟ ଯାଇ ନ ଥିବାରୁ ସାମୟିକ ଭାବେ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଳକଙ୍କ ଆଲକହଲ ଟେଷ୍ଟ କରିବାକୁ ମନା କରାଯାଇଛି । ସ୍ଥିତିରେ ପୁରା ସୁଧାର ଆସିବା ପରେ ପୁଣି ବ୍ରେଥଲାଇଜର ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି ।

 

ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଆମେ ମଦ ପିଇ ଗାଡି ଚାଳନା କରୁଥିବା ଚାଳକମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିବୁ । ନୂଆ ମୋଟର ଭେଇକିଲ  ଆକ୍ଟ ଅନୁସାରେ ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କ ଠାରୁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ । ଆବଶ୍ୟକ ସ୍ଥଳେ ସେମାନଙ୍କୁ ଗିରଫ ମଧ୍ୟ କରାଯିବ । ଏଥିସହିତ ଉକ୍ତ ଚାଳକଙ୍କ ଡ୍ରାଇଭିଙ୍ଗ୍ ଲାଇସେନ୍ସ ୩ ମାସ ପାଇଁ ରଦ୍ଧ କରାଯିବ ବୋଲି ସେ କହିଛନ୍ତି ।

 


Edit by : ଟିମ ବିବିଏସଆର ରିପୋଟର୍ସ

Related News
satta king tw