Top Stories

Search here...

News

ଟାଙ୍ଗୀରେ ଏସଟିଏଫ୍ ଚଢାଉ; ୧ କେଜି ୪୩ ଗ୍ରାମର ବ୍ରାଉନସୁଗାର ଜବତ 

Posted On - 1 month ago
Edited By Team BbsrReporters
LAST UPDATED Dec 04, 2021 11:46 AM

୨୦୨୦ରୁ  ଏସଟିଏଫ୍ ଏବେ ସୁଦ୍ଧା ୪୧ କେଜି ବ୍ରାଉନସୁଗାର, ୮୬ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ୧୦୦ରୁ ଅଧିକ ଅପରାଧୀଙ୍କୁ ଗିରଫ କରିଛି ।

 

 

BBSR Reporters

 

 

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ(ଏସଟିଏଫ୍) ବ୍ରାଉନସୁଗାର କାରବାର ବିରୋଧରେ ବଡ ସଫଳତା ପାଇଛି । ପଶ୍ଚିମବଙ୍ଗରରୁ ଆସି ଓଡିଶାରେ ବ୍ରାଉନସୁଗାର ବିକ୍ରି କରୁଥିବା ଜଣେ ଆନ୍ତଃରାଜ୍ୟ ବେପାରୀ ଧରାପଡିଛନ୍ତି ।  କଟକ ଜିଲା ଟାଙ୍ଗି ୧୬ ନଂ ଜାତୀୟ ରାଜପଥ ନିକଟରେ ଡିଲ୍ ବେଳେ ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଏସ୍ଟିଏଫ୍ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ୍ ଜିଲା ବେଲଡାଙ୍ଗ ଥାନା ମିର୍ଜାପୁର ଅ ଳର ଏସ୍କେ ସଫିକୁଲ୍ ଓରଫ ଖୋକନ୍ । ତାଙ୍କ ଠାରୁ ଏସ୍ଟିଏଫ୍ ୧ କେଜି ୪୩ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉଦ୍ଧ୍ୱର୍ ଟଙ୍କା ହେବ ।

 

ଏଥିସହ ତାଙ୍କଠାରୁ ମୋବାଇଲ ସମେତ ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ଏସ୍ଟିଏଫ୍ । ଅଭିଯୁକ୍ତଙ୍କ ବିରୋଧରେ ଏସ୍ଟିଏଫ୍ ଏନ୍ଡିପିଏସ୍ ଆରେ ଏକ ମାମଲା ରୁଜୁ କରି (ନଂ. ୩୫/୨୧) ଗୁରୁବାର କଟକର ସ୍ୱତନ୍ତ୍ର ଜିଲା ଦୌରା ଜଜଙ୍କ କୋର୍ଟରେ ହାଜର କରିଥିଲା । ଜାମିନ ନମଞ୍ଜୁର ହେବାରୁ ତାଙ୍କୁ ବି•ର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଜଣକ ଓଡିଶାର ବିଭିନ୍ନ ସ୍ଥାନରେ ପୂର୍ବରୁ ବ୍ରାଉନସୁଗାର ଆଣି ପହଞ୍ଚାଉଥିଲେ ବୋଲି ଏସ୍ଟିଏଫ୍ ଜାଣିବାକୁ ପାଇଛି ।

 


ତେଣୁ ଓଡିଶାରେ ତାଙ୍କ ଲିଙ୍କରେ ଥିବା ଏଜେ ମାନଙ୍କୁ ଧରିବାକୁ ଏସ୍ଟିଏଫ୍ ଅନୁସନ୍ଧାନ ଜାରି ରଖିଛି । ତେବେ ଅଭିଯୁକ୍ତ ଖୋକନ୍ ଏହା ପୂର୍ବରୁ କେତେଥର ଓଡିଶା ଆସି ବିକ୍ରି କରିଛନ୍ତି, ତାଙ୍କ ଲିଙ୍କରେ ଆଉ କେଉଁମାନେ ଅ ନ୍ତି, ତେତେଦିନ ହେବା ସେ ଏହି କାରବାର କରୁଛନ୍ତି ଏଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଏସ୍ଟିଏଫ୍ । ଅନ୍ୟପକ୍ଷରେ ତଦନ୍ତ ବେଳେ ଅଧିକ ଖୋଲତାଡ଼ ପାଇଁ ଏକ ଟିମ୍ ପଶ୍ଚିମବଙ୍ଗ ଜିବ ବୋଲି ଏସ୍ଟିଏଫ୍ ଏସ୍ପି ତେଜରାଜ ପଟେଲ ଗଣମାଧ୍ୟମକୁ କହିଛନ୍ତି ।

 

 

ସୂଚନା ଅନୁଯାୟୀ, ଅଭିଯୁକ୍ତ ଖୋକନ ବ୍ରାଉନସୁଗାର ନେଇ ଟାଙ୍ଗି ନିକଟରେ ବୁଧବାର ବିଳମ୍ବିତ ରାତିରେ ପହ ିଥିଲେ । ସେ ଏଜେ ଙ୍କୁ ଅପେକ୍ଷା କରି ଟାଙ୍ଗି ଜାତୀୟ ରାଜପଥ ନିକଟରେ ଛିଡ଼ା ହୋଇଥିଲେ । ଏନେଇ ବିଶ୍ୱସ୍ତ ସୂତ୍ରରୁ ଏସ୍ଟିଏଫ୍ ଜାଣିବାକୁ ପାଇଥିଲା । ଏସ୍ଟିଏଫ୍ର ଏକ ଟିମ୍ ସେଠାରେ ପହଞ୍ଚି ଅଭିଯୁକ୍ତ ଖୋକନଙ୍କୁ ମାଡି ବସିଥିଲା । ତେବେ ୨୦୨୦ରୁ  ଏସଟିଏଫ୍ ଏବେ ସୁଦ୍ଧା ୪୧ କେଜି ବ୍ରାଉନସୁଗାର, ୮୬ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ୧୦୦ରୁ ଅଧିକ ଅପରାଧୀଙ୍କୁ ଗିରଫ କରିଛି ।

Related News
satta king tw