Top Stories

Search here...

News

ଓଟିଟି ପ୍ଲାଟଫର୍ମର ବେଶ ପରିଚିତ ଅଭିନେତା ବ୍ରହ୍ମାସ୍ୱରୁପ ମିଶ୍ରା ଙ୍କ ପରଲୋକ

Posted On - 1 month ago
Edited By Archana Aluk
LAST UPDATED Jan 16, 2022 10:55 AM

ଡାକ୍ତରଙ୍କ ନିକଟରୁ ଜାଣିବାକୁ ମିଳିଛି ଅଭିନେତା ଜଣଙ୍କ ହୃଦଘାତର ଶୀକାର ହେଇଥିଲେ ।

 

 

BBSR Reporters

 

ମୁମ୍ବାଇ: ଓଟିଟି ପ୍ଲାଟଫର୍ମର ବେଶ ପରିଚିତ ଅଭିନେତା ବ୍ରହ୍ମାସ୍ୱରୁପ ମିଶ୍ରା ଙ୍କ ପରଲୋକ ହୋଇଛି । ମୁମ୍ବାଇ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ଡାକ୍ତରଙ୍କ ନିକଟରୁ ଜାଣିବାକୁ ମିଳିଛି ଅଭିନେତା ଜଣଙ୍କ ହୃଦଘାତର ଶୀକାର ହେଇଥିଲେ ।  ମିର୍ଜାପୁର ୱେବ ସିରିଜରେ ନିଜର ସ୍ୱତନ୍ତ୍ର ବଳିଷ୍ଠ ଅଭିନୟର ଛାପ ଛାଡିଥିଲେ ବ୍ରହ୍ମାସ୍ୱରୁପ ମିଶ୍ରା । ଅଭିନେତା ଜଣଙ୍କ ବିୟୋଗ ପରେ ସୋସିଆଲ ମିଡିଆରେ ଶୋକର ଛାୟା ଖେଳିଯାଇଛି ।

 

 

ମାତ୍ର ୩୬ ବର୍ଷ ବୟସରେ ଅଭିନେତାଜଣଙ୍କର ବିୟୋଗକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କ ଫ୍ୟାନ ଓ ସହଯୋଗୀମାନେ । ବଲିଉଡରେ ବେଶ କିଛି ବର୍ଷ ସଂଘର୍ଷ ପରେ ସଫଳତା ପାଇଥିଲେ ବ୍ରହ୍ମା । ମିର୍ଜାପୁରର ପୂବରୁ ଅଭିନେତା ଜଣକ ଅନେକ ଫିଲ୍ମ ଓ ସିରିଏଲରେ ଅଭିନୟ କରିସାରିଛନ୍ତି । ଦଙ୍ଗଲ , ସୁପର-୩୦ , କେଶରୀ ପରି ହିଟ ମୁଭିରେ ବଳିଷ୍ଠ ଅଭିନୟ କରିଥିଲେ ବ୍ରହ୍ମାସ୍ୱରୁପ ମିଶ୍ରା । ପୂବରୁ ବିଗବସ ବିଜେତା ସିଦ୍ଧାର୍ଥ ଶୁକ୍ଲା ଓ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କର ମଧ୍ୟ ହୃଦଘାତରେ ଜୀବନ ଯାଇଥିଲା ।

Related News
satta king tw