Top Stories

Search here...

News

‘Google’ ନାଁରେ ସାଙ୍ଗାତିକ ଅଭିଯୋଗ

Posted On - 1 week ago
Edited By Team BbsrReporters
LAST UPDATED Jan 18, 2022 09:44 PM

ଭାରତ ସମେତ ସମଗ୍ର ବିଶ୍ୱରେ ନିଜର ଦବ୍‌ଦବା ରଖିଥିବା ଗୁଗଲ ତା’ର ମଜଭୁତ ସ୍ଥିତିର ଅପବ୍ୟବହାର କରୁଥିବା ନେଇ ଦେଶର ଏକ ଏଜେନ୍ସି ଅଭିଯୋଗ ଆଣିଛି।

 

 

BBSR Reporters

 

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱରେ ନିଜର ଦବ୍‌ଦବା ରଖିଥିବା ଗୁଗଲ ତା’ର ମଜଭୁତ ସ୍ଥିତିର ଅପବ୍ୟବହାର କରୁଥିବା ନେଇ ଦେଶର ଏକ ଏଜେନ୍ସି ଅଭିଯୋଗ ଆଣିଛି। ପ୍ରମୁଖ ୱେବ୍‌ ସର୍ଚ୍ଚ ଇଞ୍ଜିନ୍‌ ‘ଗୁଗଲ’ ନାଁରେ ସାଙ୍ଗାତିକ ଅଭିଯୋଗ। ଏହାକୁ ଗୁଗଲ ବିରୋଧରେ ଏବେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

 

ଗୁଗଲ ବିରୋଧରେ ତଦନ୍ତ ପାଇଁ ଶୁକ୍ରବାର ଦିନ ପ୍ରତିଯୋଗିତା ଆୟୋଗ (ସିସିଆଇ) ନିର୍ଦ୍ଦେଶ ଦେଇଛି। ବଜାରରେ ଗୁଗଲ ତା’ କ୍ଷମତାର ଅପବ୍ୟବହାର କରୁଥିବା କୁହାଯାଉଛି। ଡିଜିଟାଲ ନ୍ୟୁଜ ପବ୍ଲିସର୍ସ ଆସୋସିଏସନ୍‌ ଏହି ଅଭିଯୋଗ ଆଣିଛି। ଏହାପରେ ଗୁଗଲ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।

 

ଡିଜିଟାଲ୍ ବିଜ୍ଞାପନ ପ୍ଲାଟଫର୍ମରେ ଗୁଗଲ ଏକ ପ୍ରମୁଖ ଅଂଶୀଦାର ହୋଇଥିବାରୁ ଏହା ପବ୍ଲିସର୍ସଙ୍କୁ ଦେୟ କରିବା ଉପରେ ଏକପାଖିଆ ନିଷ୍ପତ୍ତି ମଧ୍ୟ ନେଇଥାଏ। ଫଳସ୍ୱରୂପ, ଆସୋସିଏସନର ସଦସ୍ୟମାନଙ୍କୁ ବିଜ୍ଞାପନ ରାଜସ୍ୱରେ କ୍ଷତି ସହିବାକୁ ପଡେ। ତେଣୁ ଏହାକୁ ନେଇ ଆସୋସିଏସନ୍‌ ଅଲ୍ଫାବେଟ୍‌ ଇଙ୍କ, ଗୁଗଲ ଏଲ୍‌ଏଲ୍‌ସି, ଗୁଗଲ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଗୁଗଲ ଆୟରଲ୍ୟାଣ୍ଡ ଲିମିଟେଡ ବିରୋଧରେ ଅଭିଯୋଗ ଆଣିଥିଲା।

 

ସିସିଆଇ କହିଛି, ଏକ ସୂଚାରୁ ରୂପେ କାମ କରୁଥିବା ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କମ୍ କରାଯାଇପାରିବ ନାହିଁ। ଏହା ନିଶ୍ଚିତ କରିବା ଜୁରୁରୀ ଯେ, ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ରେଭେନ୍ୟୁର ଉଚିତ ବଣ୍ଟନ କରାଯିବା ଦରକାର।  ପ୍ରତିଯୋଗିତାମୂଳକ ପ୍ରକ୍ରିୟାକୁ ନଷ୍ଟ କରିବାକୁ ଡିଜିଟାଲ୍ କମ୍ପାନୀ ତା’ର ମଜଭୁତ ସ୍ଥିତିର ଯେପରି ଅପବ୍ୟବହାର ନକରନ୍ତି ସେଥିପ୍ରତି ଧ୍ୟାନ ଦେବା ଉଚିତ।

 

ଆୟୋଗ ନିଜ ଆଦେଶରେ କହିଛନ୍ତି, ଗୁଗଲ ପ୍ରତିଯୋଗିତା ଅଧିନିୟମ, ୨୦୦୨ ର ଧାରା-୪ ନିୟମକୁ ଉଲ୍ଲଂଘନ କରିଛି। ଯାହା ବଜାରରେ ମଜଭୁତ ସ୍ଥିତିର ଅପବ୍ୟବହାର ସହିତ ଜଡିତ। ନ୍ୟୁଜ ପବ୍ଲିସର୍ସ ଆସୋସିଏସନ୍‌ର ଅଭିଯୋଗ ମୁତାବକ, ସମାଚାର ୱେବ୍‌ସାଇଟ୍‌ରେ ଅଧିକାଂଶ ଟ୍ରାଫିକ୍‌ ଅନ୍‌ଲାଇନ୍‌ ସର୍ଚ୍ଚରୁ ଆସିଥାଏ ଏବଂ ଗୁଗଲକୁ ସବୁଠୁ ପ୍ରମୁଖ ସର୍ଚ୍ଚ ଇଂଜିନ ବୋଲି ବିଶ୍ୱାସ କରାଯାଏ। ସମାଚାର ୱେବ୍‌ସାଇଟ୍‌ରେ ପ୍ରାୟ ଟ୍ରାଫିକ୍‌ର ୫୦ ପ୍ରତିଶତରୁ ଅଧିକ ଗୁଗଲ ମାଧ୍ୟମରେ ପଠାଯାଏ। ଗୁଗଲ ତା’ର ଆଲଗୋରିଦମ୍‌ ମାଧ୍ୟମରେ ନିର୍ଦ୍ଧାରିତ କରେ, କେଉଁ ସମାଚାର ବା ନ୍ୟୁଜ୍‌ ୱେବ୍‌ସାଇଟକୁ ସର୍ଚ୍ଚ ଜରିଆରେ ଅତି ସହଜରେ ପାଇପାରିବେ।

Related News
satta king tw