Top Stories

Search here...

News

କରୋନା କାଳରେ ଦେଶର ୪୭,୪୯୨ ରୁ ଅଧିକ ପିଲା ବାପା, ମା’ଙ୍କୁ ହରାଇଛନ୍ତି: ଆଗରେ ଓଡ଼ିଶା 

Posted On - 17 minutes ago
Edited By Prabir Kumar
LAST UPDATED Jan 17, 2022 08:52 PM

ସୁପ୍ରିମକୋର୍ଟରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ, ଏନସିପିସିଆର ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ।  ଏନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରିଛି ଏନସିପିସିଆର ।

 

BBSR Reporters


ନୂଆଦିଲ୍ଲୀ: କରୋନା କରିଦେଲା ଅନାଥ । କୋଭିଡ ମହାମାରୀ ସମୟରେ କରୋନା କିମ୍ବା  ଅନ୍ୟ ରୋଗ କାରଣରୁ  ଦେଶରେ ଲକ୍ଷେ ୪୭ ହଜାର ୪୯୨ରୁ ଅଧିକ ପିଲା ସେମାନଙ୍କ ବାପା, ମାଆ କିମ୍ବା ଉଭୟଙ୍କୁ ହରାଇଛନ୍ତି ।  ସୁପ୍ରିମକୋର୍ଟରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ, ଏନସିପିସିଆର ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ।  ଏ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରିଛି ଏନସିପିସିଆର ।

 

ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଲ ସ୍ୱରାଜ ପୋର୍ଟାଲ-କୋଭିଡ କେୟାରରେ  ଜାନୁଆରୀ ୧୧ ଯାଏଁ ଅପଲୋଡ କରାଯାଇଥିବା  ତଥ୍ୟରୁ ଏହା ଜଣାପଡିଛି । ୨୦୨୦ ଏପ୍ରିଲ ପହିଲାରୁ ଜାନୁଆରୀ ୧୧ ୨୦୨୨ ମଧ୍ୟରେ ମିଳିଥିବା ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି । ଏଥରେ ସର୍ବାଗ୍ରେ ରହିଛି ଓଡିଶା । ରାଜ୍ୟରେ ୨୪ ହଜାର ୪୦୫ ଜଣ ପିଲା ବାପା. କିମ୍ବା ମାଆ କିମ୍ବା ଉଭୟଙ୍କୁ  ହରାଇଛନ୍ତି ।

 

ଓଡିଶା ପଛକୁ ରହିଛି ମହାରାଷ୍ଟ୍ର ଦେଶର ମୋଟ ସଂଖ୍ୟା ମଧ୍ୟରୁ ୧୦ ହଜାର ୯୪ଜଣ ପିଲା ଉଭୟ ବାପା ଓ ମାଆଙ୍କୁ ହରାଇଛନ୍ତି । ଆଉ ୧ ଲକ୍ଷ ୩୬ ହଜାର ୯୧୦ଜଣ ପିଲା କେବଳ ବାପା କିମ୍ବା କେବଳ ମାଆଙ୍କୁ ହରାଇଛନ୍ତି ।  ସେହିଭଳି ୪୮୮ ପିଲା ପରିତ୍ୟକ୍ତ ଅବସ୍ଥାରେ ମିଳିଛନ୍ତି ।  ତେଣୁ ଏହି ସମୟରେ ପିଲାଙ୍କ ସେବାଯତ୍ନର ଆବଶ୍ୟକ ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଲକ୍ଷେ ୪୭ ହଜାର ୪୯୨ ପିଲାଙ୍କ ମଧ୍ୟରୁ ୭୬ ହଜାର ୫୦୮ ବାଳକ ହୋଇଥିବାବେଳେ ୭୦ହଜାର ୯୮୦ ଝିଅ ବୋଲି ଜଣାପଡିଛି । ତେବେ ମହାମାରୀ ସମୟରେ ଯେଭଳି କମ ପିଲା ପ୍ରଭାବିତ ହେବେ  ସେ ନେଇ ପଦକ୍ଷେପ ନିଆଯାଉଛି ବୋଲି  ସତ୍ୟପାଠରେ କୁହାଯାଇଛି ।

Related News
satta king tw