Top Stories

Search here...

News

ଜିରୋ ନାଇଟ୍ ସେଲଇବ୍ରେସନ୍ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ; ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

Posted On - 8 minutes ago
Edited By Team BbsrReporters
LAST UPDATED Jan 01, 2022 09:32 PM

ଗତକାଲି ବିଳମ୍ୱିତ ରାତିରେ ନୂଆବର୍ଷ ପାଇଁ କପିଳେଶ୍ୱର ଓ ସୁନ୍ଦରପଦାର ତିନି ଗୋଷ୍ଠି ଜିରୋ ନାଇଟ୍ ସେଲିବ୍ରେସନ୍ କରୁଥିବା ବେଳେ ହଜ୍ ପୋଖରିଠାରେ ଗଣ୍ଡୋଗଳ ଲାଗିଥିଲା ।

 

BBSR Reporters

 

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଠାରେ ଜିରୋନାଇଟ୍ ସେଲଇବ୍ରେସନ୍ ବେଳେ ଦେଖିବାକୁ ମିଳିଛି ଅଘଟଣ । ଭୋଜିବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଜଣେ ଯୁବକଙ୍କୁ ଖଣ୍ଡାରେ ଆଣି ହତ୍ୟା କରିଛନ୍ତି ଅପର ଗୋଷ୍ଠୀର ଯୁବକ । ଏ ନେଇ ଶନିବାର ଅଭିଯୁକ୍ତକୁ ୨୪ ଘଣ୍ଟାରେ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଦୀର୍ଘ ସାତ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବାକୁ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା । ମୃତକ ହେଉଛନ୍ତି କପିଳପ୍ରସାଦ ଗ୍ରାମର ଦିପକ କୁମାର ରାଉତରାୟ (୫୫) । ପୋଲିସ ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୋଗ ଆସିଥିବା କପିଳେଶ୍ୱର ଗ୍ରାମର ବିକି ମଲିଆ, ସୁଜିତ୍ ପଣ୍ଡା, ଗୁନୁ ମଲିଆଙ୍କ ସହ ଆଉ କିଛି ଜଣଙ୍କୁ ଧରିବାକୁ ପୋଲିସ ଖୋଜାଖୋଜି କରୁଛି ।

 

 
ଗତ ଶୁକ୍ରବାର ବିଳମ୍ୱିତ ରାତିରେ ନୂଆବର୍ଷ ପାଇଁ କପିଳେଶ୍ୱର ଓ ସୁନ୍ଦରପଦାର ତିନି ଗୋଷ୍ଠି ଜିରୋ ନାଇଟ୍ ସେଲିବ୍ରେସନ୍ କରୁଥିବା ବେଳେ ହଜ୍ ପୋଖରିଠାରେ ଗଣ୍ଡୋଗଳ ଲାଗିଥିଲା । ସୁନ୍ଦରପଦାର କିଛି ଛୋଟ ପିଲା ଭୋଜି କରୁଥିବା ବେଳେ କପିଳେଶ୍ୱରର କିଛି ଯୁବକ ମଧ୍ୟ କପିଳେଶ୍ୱର ମନ୍ଦିର ରାସ୍ତାରେ ଭିକି ମଲିଆଙ୍କ ଫାଷ୍ଟ୍ ଫୁଡ୍ ନିକଟରେ ଭୋଜି କରୁଥିଲେ । ନିଶା ଗ୍ରସ୍ତ ଅବସ୍ଥାରେ ଡିଜେ ବଜାଇ ନାଚ କରୁଥିଲେ । କିଛି ସମୟ ପରେ କୌଣସି କାରଣକୁ ନେଇ ଉଭୟ ପକ୍ଷଙ୍କ ଗାଳିମନ୍ଦ ଲାଗିଥିଲା । ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଉଭୟ ପକ୍ଷରୁ ହଜ ନିକଟରେ ମାଡଗୋଳ ହୋଇ ଏପରିକି ବାଉଁଶ ସାହାର୍ଯ୍ୟରେ ପିଟାପିଟ ହୋଇ ଦୁଇ ଜଣ ଆହତ ହୋଇଥିଲେ । ପରେ ସୁନ୍ଦରପଦାର କିଛି ଯୁବକ ଆସିବା ପରେ ସମାଧାନ କରିଥିଲେ । ଏହାର କିଛି ସମୟ ପରେ କପିଳେଶ୍ୱରର ପ୍ରାୟ ୪ଜଣ ଯୁବକ ବାଇକ୍ରେ ଆସିଥିଲେ । ସେମାନେ ହଜ୍ ନିକଟରେ ଗାଳିମନ୍ଦ କରିବା ସହ ଏକ ବାଇକ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ ।

 

ଘଟଣାସ୍ଥଳରେ ସୁନ୍ଦରପଦା ହଜ୍ ପୋଖରୀର ସୁରକ୍ଷା ଦାୟିତ୍ୱରେ ଥିବା ନୂଆସାହିର ଦୀପକ ରାଉତରାୟ ଏହା ଦେଖି ବାରଣ କରିଥିଲେ । ସେମାନେ ତାଙ୍କ ସହ ଯୁକ୍ତିତର୍କ କରିବା ସହ ମାରଣାସ୍ତ୍ରରେ ମୁଣ୍ଡକୁ ଆତର୍କିତ ଭାବେ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡକୁ ଏକ ଖଣ୍ଡାରେ ଭୁସି ଦେବା ସହ ଏକ ଗୁପ୍ତିରେ ପାଟିରେ ଭର୍ତି କରିଥିଲେ । ଘଟଣା ସ୍ଥଳରେ ସେ ତଳେ ପଡି ପ୍ରାଣ ହରାଇଥିଲେ । ଏହି ସମୟରେ  ସୁନ୍ଦରପଦା ଆଡୁ ଆସୁଥିବା କିଛି ଯୁବକ ଦୂରରୁ ଏହାକୁ ଦେଖିଥିଲେ । ସେମାନେ ଦିପକଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଆଜି ତାଙ୍କ ମରଶରୀରକୁ ବ୍ୟବଚ୍ଛେଦ କରାଯିବା ପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ଘଟଣାରେ ସୁନ୍ଦରପଦା ଗ୍ରାମବାସୀ ଓ ମୃତ ଯୁବକଙ୍କ ପରିବାର ଲୋକଙ୍କ ପକ୍ଷରୁ ଚାରି ଜଣଙ୍କ ନାମରେ ଅଭିଯୋଗ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଭିକି ମଲିଆ, ସୁଜିତ ମଲିଆ, ଗୁଣ୍ଡୁ ମଲିଆ ଓ ଅନ୍ୟ ଜଣେ ଏଥିରେ ସାମିଲ ଅଛନ୍ତି ବୋଲି ପୋଲିସ କହିଛି । ତେବେ ଭିକି ନାମରେ ପୂର୍ବରୁ ଏକ ହତ୍ୟା ମାମଲା ରହିଥିଲା । ସେ ଜାମିନ୍ରେ ଆସି ଏପରି କାଣ୍ଡ ଘଟାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

 


ଅନ୍ୟପକ୍ଷରେ ଦୀପକକ ମୃତକକୁ ନେଇ ସୁନ୍ଦରପଦାଠାରେ ହତ୍ୟା ଘଟଣାରେ ଶନିବାର ଦିନ ତମାମ ଉତ୍ତେଜନା ଲାଗି ରହିଥିଲା । ଉତ୍ୟକ୍ତ ଲୋକ ୬ଘଣ୍ଟା ଧରି ରାସ୍ତା ରୋକ କରିଥିଲେ । ଅଭିଯୁକ୍ତଙ୍କୁ ୨୪ଘଣ୍ଟାରେ ଗିରଫ କରିବା ଓ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା କ୍ଷତି ପୁରଣ ପାଇଁ ଦାବି କରିଥିଲେ । ଶଙ୍କର ବଜାରଠାରେ ଜଟଣୀକୁ ଯିବା ରାସ୍ତା ଓ ସରକନ୍ତରା ଆଡକୁ ଯିବା ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଅଭିଯୁକ୍ତଙ୍କୁ ଧରିବା ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକଙ୍କୁ ଥାନାକୁ ଆଣି ବସାଇବାକୁ ଦାବି କରିଥିଲେ । ସେମାନେ ସକାଳ ପ୍ରାୟ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାସ୍ତା ରୋକ କରିଥିଲେ । ପରେ ଅଭିଯୁକ୍ତକୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି ପୋଲିସ ପ୍ରତିଶୃତି ଦେବାପରେ ରାସ୍ତା ରୋକ୍ ହଟିଥିଲା । 
 

Related News
satta king tw