Top Stories

Search here...

News

ଚିଲିକାରେ ଚାଲିଛି ବିଦେଶୀ ପକ୍ଷୀ ଶିକାର

Posted On - 3 hours ago
Edited By Team BbsrReporters
LAST UPDATED Dec 25, 2021 08:11 PM

ବନ୍ୟାପ୍ରାଣୀ ବିଭାଗ ନାମକୁ ମାତ୍ର ପାଟ୍ରୋଲିଂ କରି କାମ ସାରିଦେଉଥିବା ଅଭିଯୋଗ ହୋଇଛି ।

 

 

BBSR Reporters

 

 ଚିଲିକା: ଚିଲିକାରେ ଚାଲିଛି ଅବାଧ ବିଦେଶୀ ପକ୍ଷୀ ଶିକାର । ଟାଙ୍ଗି ବନ୍ୟପ୍ରାଣୀ ରେଂଜରେ ବ୍ୟାପକ ପକ୍ଷୀ ଶିକାର ହେଉଥିବା ଅଭିଯୋଗ ହୋଇଛି । ବନ୍ୟାପ୍ରାଣୀ ବିଭାଗ ନାମକୁ ମାତ୍ର ପାଟ୍ରୋଲିଂ କରି କାମ ସାରିଦେଉଥିବା ଅଭିଯୋଗ ହୋଇଛି । ତେବେ ରାସ୍ତାକଡ଼ରେ ଶହ ଶହ ମୃତ ବିଦେଶୀ ପକ୍ଷୀ ପଡ଼ିଥିବା ଦେଖିବାକୁ ମିଳିଛି । ୧୬ନମ୍ବର ଜାତୀୟ ରାଜପଥ ରତାମାଟି ଛକ ନିକଟରେ ଚାଷ ଜମିରେ ପଡ଼ି ରହିଛି ଶହେରୁ ଅଧିକ ମୃତ ପକ୍ଷୀ ।

 

ଶିକାରୀ ବିଷ ଦେଇ ଶିକାର କରିବା ପରେ ରାସ୍ତାକଡ଼ରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଆଗକୁ ନୂଆ ବର୍ଷ ଆସୁଥିବାରୁ ଲୋକେ ଚଲିକା ପକ୍ଷୀ ମାଂସ ପ୍ରତି ଆଗ୍ରହ ଦେଖାଉଥିବା କୁହାଯାଉଛି । ପକ୍ଷୀ ମାଂସ ୪ଶହରୁ ୫ଶହ ଟଙ୍କାରେ ବିକ୍ରି ହେଉଛି । ଫଳରେ ଶିକାରୀ ଲୋଭରେ ପଡ଼ି ପକ୍ଷୀ ମାଂସ ଚାଲଣ କରୁଛନ୍ତି । ଏଭଳି ଚାଲାଣକାରୀଙ୍କୁ ସାବାଡ଼ କରିବାରେ ଟଙ୍ଗି ବନ୍ୟ ପ୍ରାଣୀ ବିଭାଗ ଅକ୍ଷମ ହୋଇଥିବା ଅଭିଯୋଗ ହୋଇଛି ।

Related News
satta king tw