Top Stories

Search here...

News

ଗେଟ୍ ଭାଙ୍ଗିବାକୁ ନେଇ ତପସ୍ୱିନୀ, ପ୍ରମିଳାଙ୍କ ନାଁରେ ଏତଲା ଦେଲେ ସୁମିତଙ୍କ ବାପା

Posted On - 7 minutes ago
Edited By Team BbsrReporters
LAST UPDATED Dec 21, 2021 06:43 PM

ସୁମିତିଙ୍କ ଘର ସାମ୍ନାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛି ପୁଲିସ୍ ।

 

BBSR Reporters

 

ବ୍ରହ୍ମପୁର: ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଗତକାଲି ସୁମିତ ଘରର ଗେଟ୍ ଭାଙ୍ଗିବା ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ  । ଅନଲାଇନରେ ବୈଦନାଥପୁର ଥାନାରେ ଦିଆଯାଇଥିବା ଏହି ଏତଲାରେ ତପସ୍ୱିନୀ, ତାଙ୍କ ବାପା ମା’ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନାଁ ରହିଛି । 

 

ପ୍ରମୋଦ ଅଭିଯୋଗ କରିଛନ୍ତି ଯେ, ତପସ୍ୱିନୀ, ତାଙ୍କ ବାପାମା’ ଓ ପ୍ରମିଳା ତ୍ରିପାଠୀ ପୂର୍ବରୁ ମୋ ଘର ସାମ୍ନାରେ ବାହାରେ ବସୁଥିବା ବେଳେ ଏବେ ବଳପୂର୍ବକ ଆମ ଘର ପରିସରକୁ ପ୍ରବେଶ କରିଛନ୍ତି । ଏହା ସହିତ ଆମ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି । ଆମ ଜୀବନ ବିପଦରେ ଥିବାରୁ ଆମକୁ ରକ୍ଷା କରନ୍ତୁ । ମୁଁ ଆଶଙ୍କା କରୁଛି ଯେ ସେମାନେ ପୁଣି ଆକ୍ରମଣ କରିବେ । ତେଣୁ ଆମକୁ ଓ ଆମ ଘରକୁ ସୁରକ୍ଷା ଦେବାକୁ ଆବଶ୍ୟକ ପଦକ୍ଷେପ ନିଆଯାଉ । ସେଥିପାଇଁ ଆବଶ୍ୟକ ପୁଲିସ୍ କର୍ମଚାରୀଙ୍କୁ ଘର ବାହାରେ ମୁତୟନ କରାଯାଉ ବୋଲି ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।

 

ଏହା ସହିତ ସେ ଓ ତାଙ୍କ ପରିବାର ଏବେ ଗୃହବନ୍ଦୀ ହୋଇ ରହିଥିବାରୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ଏତଲାରେ ଉଲ୍ଲେଖ କରିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ । ଏପଟେ ସୁମିତଙ୍କ ଜେଜେ ମା’ ଏକ ଭିଡିଓ ଜାରି କରି ତାଙ୍କୁ ଓ ତାଙ୍କ ପରିବାରକୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ସେହିପରି ସୁମିତ ଏକ ଭିଡିଓ କରି ତପସ୍ୱିନୀଙ୍କ ସହିତ ଥିବା ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପରେ ବର୍ଷିଛନ୍ତି । ପ୍ରମିଳା କାହିଁକି ତପସ୍ୱିନୀ ସହିତ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

 

ଗତକାଲି ଶତାଧିକ ମହିଳା ଡାକ୍ତର ସୁମିତଙ୍କ ବ୍ରହ୍ମପୁରର ବ୍ରହ୍ମାନଗର ଲେନ୍-୨ ସ୍ଥିତ ଘର ସାମ୍ନାରେ ରୁଣ୍ଡ ହୋଇଥିଲେ । ସେମାନେ ସୁମିତଙ୍କ ଘରର ଲୁହା ଗେଟ୍ ଭାଙ୍ଗି ଦେଇଥିଲେ । ଏହି ଘଟଣା ପରେ ସୁମିତିଙ୍କ ଘର ସାମ୍ନାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛି ପୁଲିସ୍ । ତପସ୍ୱିନୀ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ଅସମ୍ଭବ ଗହଳି ଲାଗି ରହୁଛି । ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହୁଛି । 
 

Related News
satta king tw