Top Stories

Search here...

News

ଲୋକସଭାରେ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କଲେ ରାହୁଲ ଗାନ୍ଧୀ

Posted On - 7 minutes ago
Edited By Prabir Kumar
LAST UPDATED Dec 16, 2021 08:19 PM

ସେହିପରି ୟୁପି ବିଧାନସଭା ଆଗରେ ମଧ୍ୟ କଂଗ୍ରେସ ନେତା ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରି ନାରାବାଜି କରିଛନ୍ତି ।

 

BBSR Reporters

 

ନୂଆଦିଲ୍ଲୀ: ୟୁପି ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାରେ ଏସଆଇଟି ରିପୋର୍ଟ ପରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି ହୋଇଛି । ଗତକାଲି ପରି ଆଜି ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମନ୍ତ୍ରୀ ଟେନିଙ୍କ ଇସ୍ତଫା ଦାବି କରିଛନ୍ତି । ଏହାପରେ ଲୋକସଭା ଅପରାହ୍ନ ୨ଟା ଯାଏ ମୁଲତବୀ ହୋଇଥିଲା ।

 

ସେହିପରି ୟୁପି ବିଧାନସଭା ଆଗରେ ମଧ୍ୟ କଂଗ୍ରେସ ନେତା ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରି ନାରାବାଜି କରିଛନ୍ତି । ମନ୍ତ୍ରୀଙ୍କ ଗାଡିକୁ ଚାଷୀଙ୍କ ଉପରେ ମଡାଯାଇ ହତ୍ୟା କରାଯାଇଛି । ହେଲେ କେଉଁ କାରଣ ପାଇଁ କେନ୍ଦ୍ର ସରକାର ତାଙ୍କୁ ବହିଷ୍କାର କରୁ ନାହାନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା । ଶାସକ ଦଳ ପକ୍ଷ ରଖି କହିଛି ମାମଲା ବିଚାରଧୀନ ରହିଛି । ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଅଭିଯୋଗ ରହିଛି, ମନ୍ତ୍ରୀଙ୍କ ନାଁରେ ନୁହେଁ ।

 

ସୂଚନାଯୋଗ୍ୟ, ଅକ୍ସିଜେନ ପ୍ଲାଂଟ ଉଦଘାଟନ ଅବସରରେ ମନ୍ତ୍ରୀ ଅଜୟ ମିଶ୍ର ସାମ୍ବାଦିକଙ୍କୁ ଦୁର୍ବବ୍ୟହାର କରିିଥିବା ଅଭିଯୋଗ । ସାମ୍ବାଦିକ ଜଣଙ୍କ ମନ୍ତ୍ରୀଙ୍କୁ ଲଖିମପୁର ଖେରୀ ଘଟଣାରେ ଏସଆଇଟି ରିପୋର୍ଟ ବାବଦରେ ପଚାରିଥିଲେ । ଏହାପରେ ମନ୍ତ୍ରୀ ଚିହିଁକି ଯାଇ କହିଥିଲେ ତାଙ୍କ ପୁଅର ଦୋଷ ନାହିଁ, ତାକୁ ଫସାଇ ଦିଆଯାଇଛି ।  ଏହି ହିଂସାକାଣ୍ଡ ଘଟଣାରେ ଏସଆଇଟି ତଦନ୍ତ କରୁଛି । ନିକଟରେ ଏସଆଇଟି ତଦନ୍ତ ଦାୟିତ୍ୱରେ ଥିବା ବିଚାରପତିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି । ଯେଉଁଥିରେ ଚାଷୀଙ୍କ ଉପରେ କାର ମାଡାଯାଇଛି । ଏହା ଦୁର୍ଘଟଣା ନୁହେଁ ବରଂ ଷଡଯନ୍ତ୍ର ବୋଲି ଏସଆଇଟି ରିପୋର୍ଟରେ ଉଲ୍ଲେଖ କରିଛି ।

 

Related News
satta king tw