Top Stories

Search here...

News

ପୋଲିସ ହଟିବା ପରେ ପୁଣି ତପସ୍ୱିନୀଙ୍କୁ ଛାଡି ପଳାଇଲେ ସୁମିତ୍

Posted On - 6 minutes ago
Edited By Prabir Kumar
LAST UPDATED Dec 10, 2021 08:36 PM

ତପସ୍ୱିନୀ  କହିଛନ୍ତି, ସୁମିତ ମୋତେ ଛାଡ଼ି କୁଆଡେ଼ ପଳାଇଛନ୍ତି । ସକାଳେ କେହି ଜଣେ ଆସି ତାଙ୍କୁ ସ୍କୁଟିରେ ନେଇଯାଇଛନ୍ତି । ଆସିକା ଗେଷ୍ଟ ହାଉସରେ ସେ ଏବେ ଏକା ରହିଯାଇଛନ୍ତି ।

 

BBSR Reporters

 

ବ୍ରହ୍ମପୁର: ସାତ ଦିନ ଗୋଟିଏ ଘରେ ରହିବା ପରେ ଆଜି ସକାଳେ ହଠାତ୍ କେଉଁ ପଳାଇ ଯାଇଛନ୍ତି ଡାକ୍ତର ସୁମିତ ସାହୁ । ଗେଷ୍ଟ ହାଉସ୍ ସମ୍ମୁଖରୁ ପୁଲିସ୍ କ୍ୟାମ୍ପ ହଟିବା ପରେ ସୁମିତ ଚମ୍ପଟ ମାରିଥିବା ଆଲୋଚନା ହେଉଛି । ସକାଳଠାରୁ ସ୍ୱାମୀ ସୁମିତଙ୍କୁ ନପାଇ କାନ୍ଦୁଛନ୍ତି ପନôୀ ତପସ୍ୱିନୀ ଓରଫ୍ ଡିମ୍ପଲ ଦାଶ ।

 

ସେ କହିଛନ୍ତି, ସୁମିତ ମୋତେ ଛାଡ଼ି କୁଆଡେ଼ ପଳାଇଛନ୍ତି । ସକାଳେ କେହି ଜଣେ ଆସି ତାଙ୍କୁ ସ୍କୁଟିରେ ନେଇଯାଇଛନ୍ତି । ଆସିକା ଗେଷ୍ଟ ହାଉସରେ ସେ ଏକା ରହିଯାଇଥିବା କହିଛନ୍ତି ତପସ୍ୱିନୀ ।
ଡାକ୍ତର ସୁମିତ ସାହୁ ହେଉଛନ୍ତି ବାଲିସିରା ମେଡ଼ିକାଲ୍ର ଡାକ୍ତର । ଆଜି ସକାଳେ ସେ ଡ୍ୟୁଟି ଯାଇଥିଲେ । ମେଡ଼ିକାଲ୍ରେ କିଛି ସମୟ ରହିବା ସହ ରୋଗୀ ମଧ୍ୟ ଦେଖିଥିଲେ । ପରେ ୫ ଦିନ ଛୁଟି ମାଗି ଉପରିସ୍ଥ ଅଧିକାରୀଙ୍କୁ ଦରଖାସ୍ତ ଦେଇଥିଲେ । ଏହା ପରଠାରୁ ସୁମିତଙ୍କ ପତ୍ତା ମିଳୁନାହିଁ । ଏପରିକି ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଥିବା ଜଣାପଡ଼ିଛି । 

 

ସେପଟେ ସୁମିତଙ୍କ ଓକିଲ କହିଛନ୍ତି, ତାଙ୍କ ଦେହ ଅସୁସ୍ଥ ରହିଛି । ତେବେ ବର୍ତ୍ତମାନ ସେ କେଉଁଠି ଅଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ନିଜକୁ ବୋହୂ ବୋଲି ଦାବି କରି ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ ।


 ୨୦୨୦ ମସିହା ସେପ୍େଟମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଶ୍ୱଶୁର ଘରେ ୬ ମାସ ଧରି ବୋହୂ ଭାବେ ରହିଥିଲେ ବୋଲି ଡିମ୍ପଲ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛି ବୋଲି ତପସ୍ୱିନୀ ଅଭିଯୋଗ କରିଥିଲେ ।

 

ଗତ ତିନି ତାରିଖରେ ଏହି ହାଇପ୍ରୋଫାଇଲ୍ ମାମଲାର ବିଚାର କରିଥିଲେ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟ । ଡାକ୍ତର ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ଏକାଠି ରହିବାକୁ ନିଦେ୍ର୍ଧଶ ଦେଇଥିଲେ । ଆସିକା ଚିନି କଳ ଗେଷ୍ଟ ହାଉସ୍ରେ ଏକାଠି ରହିବାକୁ ନିଦେ୍ର୍ଧଶ ଦେଲେ କୋର୍ଟ । ଆଉ ସେମାନଙ୍କୁ ବାହାରେ ଜଗିଥିଲେ ଆସକା ଥାନା ଆଇଆଇସି । ୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତ କରିଦିଆଯିବ ନାହିଁ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ସ୍ୱାମୀ-ସ୍ତ୍ରୀ ୭ ଦିନ ଧରି ଗୋଟିଏ ଘରେ ପରେ ଗୁରୁବାର ଏସ୍ଡିଜେଏମ୍ ପୁଣି ଥରେ ଏକତ୍ର ରହିବାକୁ ନିଦେ୍ର୍ଧଶ ଦେଇଥିଲେ ।
 

Related News
satta king tw