Top Stories

Search here...

News

ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ପୋଲିସର  ଚଢାଉ ୨୨ କେଜି ଗଞ୍ଜା ଜବତ

Posted On - 12 minutes ago
Edited By Prabir Kumar
LAST UPDATED Dec 09, 2021 09:07 PM

କୋରାପୁଟରୁ ଭାୟା ଭୁବନେଶ୍ୱର ଦେଇ ବିହାର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ହେଉଥିଲା । 

 

BBSR REPORTERS


ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱର ରେଳଷ୍ଟସନରୁ ଜିଆର ପୋଲିସ ୨୨ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ବିହାରର ସୁନିଲ୍ କୁମାର ପାଟ୍ଟଣା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ଲକ୍ଷ ୨୧ ହଜାର ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

 

  ଗୁରୁବାର ସକାଳ ୬ଟା ସମୟରେ କୋରାପୁଟରୁ ଭାୟା ଭୁବନେଶ୍ୱର ଦେଇ ବିହାର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ହେଉଥିବା ଜିଆରପି ଥାନା ଅଧିକାରୀ ବିଶେଷ ସୂତଅରୁ ଖବର ପାଇଥିଲେ । ଖବର ପାଇବା ପରେ ଟ୍ରେନ୍ରେ ଏକ ଟିମ୍ ଚେକିଂ ଚଳାଇ ୧ ନମ୍ବର ପ୍ଲାଟ୍ଫର୍ମରୁ ଜଣେ ବିହାରର ଯୁବକକୁ କାବୁ କରିଥିଲେ ।

 

ଯାଞ୍ଚ ପରେ ତାଠାରୁ ୨୨ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୧ ହଜାର ହେବ ବୋଲି ଜିଆରପି ପକ୍ଷରୁ ସୂଚନା ଦିଆଯାଇଛି । ପଚରାଉଚରା ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, କୋରାପୁଟର ଗଞ୍ଜେଇ ମାଫିଆଙ୍କ ଠାରୁ ସେ ଗଞ୍ଜେଇ କିଣି ହିରାଖଣ୍ଡ ଏକ୍ସପ୍ରେସ ଯୋଗେ ଭୁବନେଶ୍ୱର ଆଣିଥିଲା । ଏ ନେଇ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି । 

Related News
satta king tw