Top Stories

Search here...

News

ମମିତା ମେହେର ପ୍ରସଙ୍ଗରେ ଆଜି ବି ଗୃହରେ ପ୍ରତିବାଦ

Posted On - 7 minutes ago
Edited By Team BbsrReporters
LAST UPDATED Dec 08, 2021 06:22 PM

ଆଜି ଗୃହ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସିଛି ଘଂଟା ବାଡେଇବା ସହ ନାରାବାଜି କରିଥିଲେ ।

 

 

BBSR Reporters

 

 

ଭୁବନେଶ୍ୱର: ମମିତା ମେହେର ପ୍ରସଙ୍ଗରେ ଆଜି ବି ଗୃହରେ ପ୍ରତିବାଦ । ଉଭୟ ଶାସକ ଓ ବିରୋଧୀ ଦଳ ମମିତା ମେହେର ପ୍ରସଙ୍ଗକୁ ନେଇ ଗୃହରେ ପ୍ରତିବାଦ କରିଛନ୍ତି । ଫଳରେ ଦିନ ୪ଟା ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ଆଜି ଗୃହ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସିଛି ଘଂଟା ବାଡେଇବା ସହ ନାରାବାଜି କରିଥିଲେ ।

 

 

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଯୁକ୍ତ ଗୋବିନ୍ଦ ସାହୁର ଫଟୋ ଦେଖାଇଥିଲେ ବିଜେପି ବିଧାୟକ । ଶାସକ ଦଳର ସଦସ୍ୟମାନେ ନିଜ ନିଜ ଆସନରେ ଛାଡା ହୋଇ ପ୍ରତିବାଦ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଓ ମୋହଲ ଲାଲ ଶର୍ମାଙ୍କ ଫଟୋ ଦେଖାଇ ପ୍ରତିବାଦ କରିଥିଲେ ବିଜେଡି ବିଧାୟକ । ହଟ୍ଟଗୋଳ ଯୋଗୁ ପ୍ରଥମେ ବାଚସ୍ପତି ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ କରିଥିଲେ । ଏହାପରେ ସାଢେ ୧୧ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବି ହତ୍ୟାକାରୀ ଗୋବିନ୍ଦ ସାହୁର ଫଟୋ ଦେଖାଇ ଘଂଟ ବାଡେଇ ପ୍ରତିବାଦ କରିଥିଲା ବିଜେପି ।

 

 

କଂଗ୍ରେସ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା ହଙ୍ଗାମା କରିଥିଲେ । ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ଉପରକୁ ବ୍ୟାନର ଓ ପ୍ଲାକାର୍ଡ ଫିଙ୍ଗିଥିଲେ । ବାଚସ୍ପତିଙ୍କ ଉପରକୁ କଳା ଗାମୁଛା ପକାଇଥିଲେ ବିଜେପି ସଦସ୍ୟ । ଗୃହ ସୁପରିଚାଳନା ପାଇଁ ବାଚସ୍ପତି ପୁଣି ଥରେ ସର୍ବଦଳୀୟ ବୈଠକ ଡକାଇଛନ୍ତି । ପ୍ରଶ୍ନକାଳରେ ଗୃହ ମୁଲତବୀ ହେବା ପରେ ବିଜେଡି ବିଧାୟକମାନେ ବଡ଼ ବଡ଼ ବ୍ୟାନର ଓ କେନ୍ଦ୍ର ମନ୍ତ୍ରୀ ଏବଂ ମୋହଲ ଲାଲ ଶର୍ମାଙ୍କ ଫଟୋ ଧରି ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତି ତଳେ ଧାରଣାରେ ବସିଥିଲେ । ସେହିପରି ବିଜେପି ସଦସ୍ୟମାନେ ମଧ୍ୟ ବିଧାନସଭା ବାହାରେ ମଧ୍ୟ ପ୍ରତିବାଦ କରିଥିଲେ ।

Related News
satta king tw