Top Stories

Search here...

News

ଭିଜିଲାନ୍ସ ଜାଲରେ ଓଏସ୍ଏପି ସିପାହୀ, ଫରେଷ୍ଟର, ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

Posted On - 2 minutes ago
Edited By Team BbsrReporters
LAST UPDATED Dec 07, 2021 08:13 PM

ବିଲ ପାସ୍ କରାଇଦେବା ପାଇଁ ଠିକାଦାରଙ୍କଠାରୁ ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଖୋର୍ଦ୍ଧା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳଙ୍କୁ ଗିରଫ କରିଛି ଭିଜିଲାନ୍ସ ।

 

BBSR Reporters


ଭୁବନେଶ୍ୱର: ଓଏସ୍ଏପି ସିପାହୀଙ୍କ ସମେତ ଫରେଷ୍ଟର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ।  କଟକ ସ୍ଥିତ ଓଏସ୍ଏପି ଷଷ୍ଠ ବାଟାଲିଆନ୍ର ସିପାହୀ ସହଦେବ ପରିଡାଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି ।  ସହଦେବ ପରିଡାଙ୍କ ଅଫିସ୍, କଟକ ତିନି ଘରିଆ ଛକରେ ଥିବା ତିନି ମହଲା ଘର, କଟକ ଗନ୍ଦରପୁରରେ ଏକ ଆଜବେସ୍ଟସ୍ ଘର, ଚନ୍ଦନପୁରରେ ଥିବା ପୈତୃକ ଘର ଓ ମାଳତୀପାଟପୁରରେ ଥିବା ଶ୍ୱଶୁର ଘରେ ରେଡ୍ କରୁଛି ଭିଜିଲାନ୍ସ ।

 

ଚଢଉ ବେଳେ ନଗଦ ୨ ଳକ୍ଷ ୯୪ ହଜାର ୬ ହଜାର ଟଙ୍କା ଜବତ ହୋଇଛି  । ଏହା ସହ ୪ଟି ଦୁଇ ଚକିଆ ଗାଡି ଓ ୧୭ଟି ବ୍ୟାଙ୍କ ପାସ୍ ବୁକ୍ ଜବତ କରାଯାଇଛି । ସହଦେବ ପରିଡ଼ାଙ୍କ ନାଁରେ ଭୁବନେଶ୍ୱର ପାଣ୍ଡରା ଓ ପୁରୀ ମାଳତୀପାଟପୁରରେ ପ୍ଲଟ ରହିଛି । ସେହିପରି ତାଙ୍କ ପତ୍ନୀ ଗୀତାଞ୍ଜଳି ପରିଡ଼ାଙ୍କ ନାଁରେ କଂଟିଲୋ ଓ ଗୋପାଳପୁରରେ ଦୁଇଟି ପ୍ଲଥ ଥିବା ଜଣାପଡ଼ିଛି । ସେହିପରି ସହଦେବଙ୍କ ପୁଅ କିଷନ ପରିଡ଼ାଙ୍କ ନାଁରେ କଟକ ଗଣ୍ଡରପୁରରେ ଏକ ପ୍ଲଟ ରହିଥିବା ରେଡ୍ ବେଳେ ଜଣାପଡ଼ିଛି । ୩ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ଚଢାଉରେ ସାମିଲ ହୋଇଛନ୍ତି ।

 

ସେପଟେ ଗଜପତି ନୂଆଗଡ଼ ଫରେଷ୍ଟର ଗଣେଶ କୁମାର ପ୍ରଧାନଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଉଛି । ପାରଳାଖେମୁଣ୍ଡି ଫ୍ରେଣ୍ଡସ୍ କଲୋନୀରେ ଥିବା ଘର, ଗରବନ୍ଧ ହରିଶ୍ଚନ୍ଦ୍ରପୁରରେ ଥିବା ପୈତୃକ ଘର, ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାରେ ଥିବା ଦୁଇ ମହଲା ଘରେ ରେଡ୍ ହେଉଛି । ସେହିପରି ନୂଆଗଡ଼ରେ ଥିବା ଅଫିସ୍ ଓ ଫରେଷ୍ଟ ଚାମ୍ପରରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ । ଏହି ଚଢାଉରେ ୨ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।


ବିଲ ପାସ୍ କରାଇଦେବା ପାଇଁ ଠିକାଦାରଙ୍କଠାରୁ ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଖୋର୍ଦ୍ଧା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳଙ୍କୁ ଧରିଛି ଭିଜିଲାନ୍ସ । ଠିକାଦାର ଶୁଭ୍ରଜିତ୍ ସାମନ୍ତରାୟଙ୍କଠାରୁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । କାମଦେବଙ୍କ ଖୋର୍ଦ୍ଧାରେ ଥିବା ସରକାରୀ କାର୍ଯ୍ୟାଳୟ ଓ ଭୁବନେଶ୍ୱର ଗଙ୍ଗନଗର ସ୍ଥିତ ବାସଭବନରେ ରେଡ୍ କରାଯାଇଛି । ଭୁବନେଶ୍ୱର ଭିଜିଲାନ୍ସ ଡିଏସ୍ପିଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଚଢାଉ କରୁଛନ୍ତି ।
 

Related News
satta king tw