Top Stories

Search here...

News

ନିଳମ୍ବିତ ହେଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶମନର

Posted On - 1 month ago
Edited By Archana Aluk
LAST UPDATED Jan 18, 2022 10:23 PM

ନିଳମ୍ବନ ନେଇ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସ ଡିଜିପିକୁ ଚିଠି ଲେଖିଥିବା ଜଣାପଡିଛି ।

 

 

BBSR Reporters

 

 

ମୁମ୍ବାଇ: ନିଳମ୍ବିତ ହେଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶମନର । ନିଳମ୍ବନ ନେଇ ମହାରାଷ୍ଟ୍ର ସରକାର ମୁମ୍ବାଇ ପୋଲିସ ଡିଜିପିକୁ ଚିଠି ଲେଖିଥିବା ଜଣାପଡିଛି । ଏବେ ଡିଜିପି ଅଫିସ୍‌ରେ ରିପୋର୍ଟ କରିବାକୁ ପରମବୀର ସିଂହଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିନା ଅନୁମତିରେ କାର୍ଯ୍ୟାଳୟ ଛାଡିପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି ।

 

 

ମହାରାଷ୍ଟ୍ର ପୁର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ବଟି ଆଦାୟର ଅଭିଯୋଗ ଆଣିଥିଲେ ପରମବୀର ସିଂ । ଅନିଲ ଦେଶମୁଖ ମାସକୁ ୧୦୦ କୋଟି ଟଙ୍କାର ବଟି ଆଦାୟ କରିବାକୁ ବାଧ୍ୟ କରୁଥିଲେ ବୋଲି କହିଥୁଲେ ପରମବୀର ସିଂ । ଯହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଥିଲା । ଏବଂ  ଏହାପରେ ସେ ଦିର୍ଘ ଦିନ ଧରି ଗାୟବ ରହିଥିଲେ । ସେ ଦେଶ ଛାଡି ବାହାର କୁ ଚାଲିଯାଇଥିବା ମଧ୍ୟ ଚର୍ଚ୍ଚ ହେଉଥିଲା । ନଭେମ୍ବର ୧୭ ରେ ମୁମ୍ବାଇ ଏକ୍ସପ୍ଲାନେଡ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବାପରେ ସେ ଚଣ୍ଡିଗଡରେ ଥିବା ନେଇ ତାଙ୍କ ଓକିଲଙ୍କ ଜରିଆରେ ସୁଚନା ଦେଇଥିଲେ । ଶେଷରେ ଆଜି ତାଙ୍କୁ  ମହାରାଷ୍ଟ୍ର ସରକାର ଚାକିରୀରୁ ନିଳମ୍ବିତ କରିଛନ୍ତି ।  

Related News
satta king tw