Top Stories

Search here...

News

ରାସ୍ତାରେ ୨୦ ମିନିଟ୍  ଅଟକିଲା ପ୍ରଧାନମନ୍ତ୍ରୀଙ୍କ ଗାଡି; ଫିରୋଜପୁର ଏସଏସିପି ନିଲମ୍ବିତ

Posted On - 7 minutes ago
Edited By Prabir Kumar
LAST UPDATED Jan 05, 2022 08:03 PM

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ପଞ୍ଜାବ ମୁଖମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଫୋନ୍ କଲ ଗ୍ରହଣ ପାଇଁ ମନା କରିବା ଅର୍ଥାତ ସେ ଘଟଣାର ସମାଧାନ ଚାହୁଁ ନାହାନ୍ତି ।

 

BBSR Reporters


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଅଭିଯୋଗରେ ଫିରୋଜପୁର ଏସଏସପିଙ୍କୁ ନିଲମ୍ବିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫିରୋଜପୁରରେ ଏକ ମେଗା ରାଲିକୁ ସମ୍ବୋଧିତ କରିବାକୁ ଯାଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ଆସୁଥିବା ଜାଣି ସେଠିକାର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।


ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଇଥିବା ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଢ଼ିଲା କରାଯାଇଥିବା ଅଯୋଗ ହୋଇଛି । ଫଳରେ ଏକ ଫ୍ଲାଏ ଓଭରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ର୍କାକେଡ୍ ୧୫ରୁ ୨୦ ମିନିଟ୍ ଫସି ରହିଥିଲା । ଏନେଇ ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କୁ ଚିଠି ଲେଖି ଜବାବ ମଗାଯିବ ମାଗିଛି ।  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ଖିଲାପ ଏବଂ ଦାୟିତ୍ୱ ହୀନତାକୁ ନେଇ ରିପୋର୍ଟ ମାଗିଛି ଗୃହମନ୍ତ୍ରଣାଳୟ । 

 

ଆଜି  ପ୍ରଧାନମନ୍ତ୍ରୀ କେତେକ ମେଗା ଉନ୍ନୟନ ପ୍ରକଳ୍ପ କାମର ଶୁଭାରମ୍ଭ ପାଇଁ ପଞ୍ଜାବ ଗସ୍ତରେ ଯାଇଥିଲେ । କିନ୍ତୁ ସେଠାରେ ଚାଷୀଙ୍କ ଆନେ୍ଦାଳନ ଯୋଗୁ ଏକ ଫ୍ଲାଏ ଓଭରରେ ମୋଦିଙ୍କ କାରକେଡ୍ ୧୫ରୁ ୨୦  ମିନିଟ୍ ଫସି ରହିଥିଲା । ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଅଟକି ରହିବାରୁ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ (ଏସପିଜି) ର୍କାକେଡ୍କୁ କର୍ଡÿନ କରି ରଖିଥିଲେ ।ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପଞ୍ଜାବ ସରକାର ଆବଶ୍ୟକ ସୁରକ୍ଷୀ କର୍ମୀ ଯୋଗାଇ ଦେଇ ନଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 

 ଏହି ଘଟଣାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଚନ୍ତି ଯେ, ପଞ୍ଜାବ ମୁଖମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଫୋନ୍ କଲ ଗ୍ରହଣ ପାଇଁ ମନା କରିବା ଅର୍ଥାତ ସେ ଘଟଣାର ସମାଧାନ ଚାହୁଁ ନାହାନ୍ତି । ପଞ୍ଜାବ ସରକାରଙ୍କ ଏହି କୌଶଳ ଦୁଃଖଦାୟକ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ପଞ୍ଜାବ ସରାରକଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା ।

 

ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ତା ରାଜ୍ୟର ଦାୟିତ୍ୱ । ସେହିପରି କୌଣସି ପରିସ୍ଥିତିରେ ରାଜ୍ୟ ପକ୍ଷରୁ ଜରୁରୀ ପଦକ୍ଷେପ ନିଆଯିବା କଥା  । କଣ୍ଟଜେନ୍ସି ପ୍ଲାନ୍ ଅନୁଯାୟୀ ରାଜ୍ୟ ସରକାର ଅଧିକ ସୁରକ୍ଷାବାହିନୀ ମୁତୟନ କରିବା କଥା । କିନ୍ତୁ ସଠାରେ ରାଜ୍ୟ ପକ୍ଷରୁ ସେଭଳି ପଦକ୍ଷେପ ନିଆଯାନଥିବା ଗୃହମନ୍ତ୍ରଣାଳାୟ କହିଛି । ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି ଗୃହମନ୍ତ୍ରଣାଳୟ । 

Related News
satta king tw