Top Stories

Search here...

News

ଯୌନ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରିବା ପ୍ରତାରଣା ନୁହେଁ: ବମ୍ବେ ହାଇକୋର୍ଟ

Posted On - 8 minutes ago
Edited By Team BbsrReporters
LAST UPDATED Dec 24, 2021 07:40 PM

ବମ୍ବେ ହାଇକୋର୍ଟ ଉକ୍ତ ଆଦେଶକୁ ଖାରଜ କରିବା ସହ କହିଛନ୍ତି, ଅଭିଯୁକ୍ତ ଜଣଙ୍କ ବିବାହର ବାହାନା କରି ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଆରମ୍ଭରୁ ତାଙ୍କୁ ବିବାହ କରିବାକୁ ଚାହୁଁନଥିବାର କୌଣସି ପ୍ରମାଣ ନାହିଁ

 

BBSR Reporters

 

ମୁମ୍ବାଇ: ଯୌନ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରିବା ପ୍ରତାରଣା ନୁହେଁ । ଏକ ମାମଲାର ଶୁଣାଣି କରି ଏପରି କହିଛନ୍ତି ବମ୍ବେ ହାଇକୋର୍ଟ । ପରସ୍ପର ସହମତି ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ମହିଳାଙ୍କୁ ବିବାହ କରିବାକୁ ମନା କରିବା ପ୍ରତାରଣା ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ନିମ୍ନ ଅଦାଲତ ଜଣେ ପୁରୁଷଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

 

ଏହି ରାୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ବମ୍ବେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ବମ୍ବେ ହାଇକୋର୍ଟ ଉକ୍ତ ଆଦେଶକୁ ଖାରଜ କରିବା ସହ କହିଛନ୍ତି, ଅଭିଯୁକ୍ତ ଜଣଙ୍କ ବିବାହର ବାହାନା କରି ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଆରମ୍ଭରୁ ତାଙ୍କୁ ବିବାହ କରିବାକୁ ଚାହୁଁନଥିବାର କୌଣସି ପ୍ରମାଣ ନାହିଁ । ତେଣୁ ହାଇକୋର୍ଟ ନମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ନିଦେ୍ର୍ଧାଷରେ ଖଲାସ କରିଛନ୍ତି ।

 

କୋର୍ଟ କହିଛନ୍ତିି, ମହିଳା ଜଣଙ୍କ ଅଭିଯୁକ୍ତଙ୍କୁ ଜାଣିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ୩ ବର୍ଷ ଧରି ଉଭୟ ସହମତିରେ ଶାରୀରିକ ସମ୍ପର୍କ ରଖିଥିଲେ । ତେଣୁ ଏହାକୁ ପ୍ରତାରଣା କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତିି ।

Related News
satta king tw