Top Stories

Search here...

News

ଆନନ୍ଦପୁର ମହିଳା ଆର୍ ଆଇଙ୍କୁ କଟୁରିରେ ଆକ୍ରମଣ : ଅଭିଯୁକ୍ତ ଅଟକ

Posted On - 15 minutes ago
Edited By Team BbsrReporters
LAST UPDATED Dec 20, 2021 01:39 PM

ଆନନ୍ଦପୁରର ମହିଳା ଆର୍ ଆଇଙ୍କୁ ଜଣେ ବୃଦ୍ଧ କଟୁରିରେ ହାଣିଥିବା ଘଟଣାରେ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।

 

 

BBSR Reporters

 

ଆନନ୍ଦପୁର: ଆନନ୍ଦପୁରର ମହିଳା ଆର୍ ଆଇଙ୍କୁ ଜଣେ ବୃଦ୍ଧ କଟୁରିରେ ହାଣିଥିବା ଘଟଣାରେ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ଆନନ୍ଦପୁର ଆର୍ ଆଇ ସୀମା ସୀମନ୍ତିନୀ ସାହୁଙ୍କୁ ଅଭିଯୁକ୍ତ ଗୋବିନ୍ଦ ଜେନା ଗତ ପନ୍ଦର ଦିନ ହେଲା ଜମିଜମା ସମ୍ବନ୍ଧୀୟ ମାମଲାକୁ ନେଇ ଆର ଆଇ କାର୍ଯ୍ୟାଳୟକୁ ଆସୁଥିଲେ। ତେବେ କୌଣସି ପ୍ରକାର ସହଯୋଗ ନ ମିଳିବା ଫଳରେ ଗୋବିନ୍ଦ ଆଜି ବ୍ୟାଗରେ ଏକ କଟୁରି ଧରି ଆସିଥିଲେ।

 

 

ଦିନ ପ୍ରାୟ ୧୧ଟା ସମୟରେ ଆର୍ ଆଇ କାର୍ଯ୍ୟାଳୟରେ ପଶି ସମ୍ମୁଖରେ ବସିଥିବା ସୀମାଙ୍କ ମୁଣ୍ଡକୁ ହାଣିଥିବା ଜଣାପଡ଼ିଛି। ସୀମା ତାଙ୍କର ଜମିକୁ ଅନ୍ୟଜଣଙ୍କ ନାଆଁରେ କରାଇଥିବାର ଅଭିଯୋଗ କରିଛନ୍ତି ଗୋବିନ୍ଦ। ସୀମା ସୀମନ୍ତିନୀ ସାହୁଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related News
satta king tw