Top Stories

Search here...

News

ଅଭିଯକ୍ତଙ୍କ ଧରିବା ବଦଳରେ ଅଭିଯୋଗକାରୀଙ୍କୁ ଗିରଫ କରିବାକୁ ଧମକ; ଓଏଚଆରସିରେ  ମହିଳା

Posted On - 5 hours ago
Edited By Team BbsrReporters
LAST UPDATED Dec 18, 2021 03:18 PM

ତୈଳ ନିଗମରେ ଚାକିରି କରାଇ ଦେବା ଲାଗି ୫ ଲକ୍ଷ ଟଙ୍କା ନେଇ ଚାକିରି ଦେଇନଥିବା ଜଣେ ଅଭିଯୁକ୍ତଙ୍କୁୁ ଧରିବା ବଦଳରେ ଅଭିଯୋଗକାରୀଙ୍କୁ ଗିରଫ କରିବାକୁ ଧମକ ଦେଉଛି ପୋଲିସ ।

 

BBSR REPORTERS

 

ଭୁବନେଶ୍ୱର: ନ୍ୟାୟ ପାଇଁ କରିଥିଲେ ଥାନାରେ ଅଭିଯୋଗ । ମିଳିଲା ଧମକ ଏବଂ ମାଡ । ପରେ ପରେ ଓଲଟା ପୋଲିସ ଠକେଇ ମାମଲା ରୁଜୁ କରି ଗିରଫ କରିବାକୁ ଧମକ ଦେଲା । ବାରମ୍ବାର ଥାନାକୁ ଦୌଡି ଦୌଡି ନିରାଶ ହେବାପରେ ନ୍ୟାୟ ପାଇଁ ଓଡିଶା ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି ମା’ ଉର୍ମିଳା ବଳ । ଶୁକ୍ରବାର ଏ ନେଇ ଆୟୋଗଙ୍କ ନିକଟରେ ପାରାଦ୍ୱୀପ ମଧୁବନବାସିନ୍ଦା ଉର୍ମିଳା ବଳା ଅଭିଯୋଗ କରିଛନ୍ତି ।

 


ଅଭିଯୋଗରେ ଉଲ୍ଲେଖ କରିଚନ୍ତି ଯେ, ରାକା ଓରଫ ରାକେଶ ପଟ୍ଟନାୟକ ନାମକ ଜଣେ ଯୁବକର ବଡ଼ପଡିଆ ଅଫିସରେ ତାଙ୍କ ପୁଅ ବିଶ୍ୱଜିତ କାର୍ଯ୍ୟ କରୁଥିଲା । ପାରଦ୍ୱୀପରେ ବିଭିନ୍ନ ଘରୋଇ କମ୍ପାନୀରେ ଚାକିରି କରାଇ ଦେବା ଲାଗି ରାକା ଅନେକ ବେକାର ଯୁବକ ଯୁବତୀଙ୍କଠାରୁ ଟଙ୍କା ନେଉଥିଲା । ବିଶ୍ୱଜିତ ତାଙ୍କ ସାନଭାଇ ସୁଶାନ୍ତ ବଳକୁ ଭାରତୀୟ ତୈଳ ନିଗମରେ ଚାକିରି କରାଇ ଦେବା ଲାଗି ପ୍ରତିଶ୍ରୁତି ପାଇବା ପରେ ରାକାକୁ ୫ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ୩ ମାସ ବିତିଗଲା ଚାକିରି ନ ହେବାରୁ ବିଭିନ୍ନ ବାହାନା ଦେଖାଇ ରାକା ଦିନ ଗଡାଇ ଚାଲିଥିଲା । ଗତ ଅକ୍ଟୋବର ୨୫ରେ ବିଶ୍ୱଜିତ ଟଙ୍କା ଫେରସ୍ତ ମାଗିବା ଲାଗି ବଡ଼ପଡ଼ିଆ କର୍ଯ୍ୟାଳୟକୁ ଯାଇଇଥିବା ବେଳେ ରାକାର ସହଯୋଗୀ ସନ୍ଦୀପ ମାଝୀ, ସୌରଭ ରାଉତ ଏବଂ ଅନ୍ୟମାନ ତାଙ୍କୁ ସେଠାରେ ବାଡ଼ି ଓ ଲୁହା ଛଡ଼ରେ ଆକ୍ରମଣ କରିଥିଲେ । ବିଶ୍ୱଜିତଙ୍କର ଏକ ଆଖି ନଷ୍ଟ ହୋଇଯାଇଛି ।

 

ତଥାପି ସେମାନେ ଆଉ ଟଙ୍କା ମାଗିଲେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଧମକ ଦେଇଥିଲେ । ଏତିକିରେ ଘଟଣା ସରି ନ ଥିଲା । ବିଶ୍ୱଜିତଙ୍କ ପତ୍ନୀ ଏକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି । ତାଙ୍କୁ ମଧ୍ୟ ରାକାର ସହଯୋଗୀମାନେ ବାଟଘାଟରେ ହଇରାଣ କରୁଥିଲେ । ଗତ ନଭେମ୍ୱର ୨୬ ରାତିରେ କିଛି ଅସାମାଜିକ ଉର୍ମିଳାଙ୍କ ଘର ବାହାରୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଟେକା ପଥର ଫିଙ୍ଗିଥିଲେ । ଏ ନେଇ ଅଭିଯାଗ କରିବା ସତ୍ତ୍ୱେ ପୋଲିସ କୌଣସି ପଦକ୍ଷେପ ନ ନେଇ ବରଂ ତାଙ୍କ ପୁଅ ବିରୋଧରେ ଠକେଇ ମାମଲା ରୁଜୁ କରି ଗିରଫ କରିବ ବୋଲି ଧମକାଇଥିଲା । ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲୁ, ହେଲେ କୌଣସି ଫଳ ମିଳିଲା ନାହିଁ ବୋଲି ଅଭିଯୋଗକାରୀ କହିଛନ୍ତି ।

Related News
satta king tw