Top Stories
Search here...
News
ଶ୍ରୀନଗରରେ ସେନାର ଗାଡି ଉପରକୁ ଆତଙ୍କବାଦୀ ଆକ୍ରମଣ; ଦୁଇ ସହିଦ, ୧୧ ଆହତ
Posted On - 6 minutes ago
Edited By Team BbsrReporters
LAST UPDATED
Dec 14, 2021 12:46 PM
ଘଟଣାସ୍ଥଳରେ ଜଣେ ଏଏସଆଇ ଓ କନେଷ୍ଟବଳ ସହୀଦ ହୋଇଥିବା ସୂଚନା ମିଳିଛି ।
BBSR Reporters
ଶ୍ରୀନଗର: ଶ୍ରୀନଗରରେ ସେନାର ଗାଡି ଉପରକୁ ଆତଙ୍କବାଦୀ ଆକ୍ରମଣ । ଜେୱାନ ସ୍ଥିତ ପାନ୍ଥ ଛକରେ ପୋଲିସ ଗାଡି ଉପରକୁ ଗୁଳି ବର୍ଷା କଲେ ଆତଙ୍କୀ । ଘଟଣାସ୍ଥଳରେ ଜଣେ ଏଏସଆଇ ଓ କନେଷ୍ଟବଳ ସହୀଦ ହୋଇଥିବା ସୂଚନା ମିଳିଛି । ଘଟଣାରେ ଅନ୍ୟ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଘଟଣା ନେଇ କାଶ୍ମୀର ଜୋନ୍ ପୋଲିସ୍ ସୂଚନା ଦେଇଛି । ସନ୍ଧ୍ୟାବେଳେ ପାଟ୍ରୋଲିଂ ପାଇଁ ଯାଉଥିବା ପୋଲିସର ଗାଡି ଉପରକୁ ହଠାତ ଆତଙ୍କବାଦୀମାନେ ଫାୟାରିଂ କରିଥିଲେ । ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ପହଁଚି ଯାଂଚ ଆରମ୍ଭ କରିଛି ।