Top Stories

Search here...

News

ଜେଲ୍ ଗଲେ ଦୁଇ ସୁପାରି କିଲର; ମାଷ୍ଟରମାଇଣ୍ଡ ସମ୍ପର୍କରେ ମିଳିଛି ସୂଚନା

Posted On - 7 minutes ago
Edited By Team BbsrReporters
LAST UPDATED Dec 13, 2021 10:55 AM

ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ଏହି ଦୁଇ ଅଭିଯୁକ୍ତକୁ ବ୍ୟବହାର କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜାଲ ବିଛାଇଛି ପୋଲିସ ।

 

BBSR Reporters

 

ଭୁବନେଶ୍ୱର: ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଥିବା ଦୁଇ ସୁପାରି କିଲରଙ୍କ ଦ୍ୱିତୀୟ ଥର ରିମାଣ୍ଡ ରବିବାର ଶେଷ ହୋଇଛି । ଦୁଇ ଅଭିଯୁକ୍ତ ସମ୍ପଦ ସାହୁ ଏବଂ ପ୍ରଶାନ୍ତ ଦାସର ଚାରି ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଚାରି ଦିନ ମଧ୍ୟରେ ଦୁଇ ଅଭିଯୁକ୍ତଙ୍କଠାରୁ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ୍ । ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଫାଇନାନ୍ସର କିଏ ତାର ସୁରାକ ପୋଲିସ୍ ହାତରେ ଲାଗିଛି । ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ଏହି ଦୁଇ ଅଭିଯୁକ୍ତକୁ ବ୍ୟବହାର କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜାଲ ବିଛାଇଛି ପୋଲିସ ।

 


ରିମାଣ୍ଡ ବେଳେ ପୋଲିସକୁ ମିଳିଛି ମୁଖ୍ୟ ମାଷ୍ଟରମାଇଣ୍ଡର ସୁରାକ୍  । କିଏ କରିଥିଲା କଣ୍ଟ୍ରାକ୍ଟ କିଲର ସମ୍ପଦକୁ ମୋହରା ? ବ୍ୟବସାୟୀଙ୍କୁ ହତ୍ୟା ପାଇଁ କେତେ ଟଙ୍କା ଦେଇଥିଲା ଫାଇନାନ୍ସର ? ସୁପାରି ପଛରେ କ'ଣ ଥିଲା କାରଣ ? ଘଟଣାରେ କେବଳ ସମ୍ପଦ ଏବଂ ପ୍ରଶାନ୍ତ ସଂପୃକ୍ତ ନା ଆଉ କିଏ ସାମିଲ ? କଣ୍ଟ୍ରାକ୍ଟ ପଛରେ ବ୍ୟବସାୟୀକ ଶତ୍ରୁତା କି ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଦୁଇ ଅଭିଯୁକ୍ତ ସମ୍ପଦ ସାହୁ ଏବଂ ପ୍ରଶାନ୍ତ ଦାସକୁ ରିମାଣ୍ଡରେ ଆଣିଥିଲା ନୟାପଲ୍ଲୀ ଥାନା ପୋଲିସ୍ । ଚାରି ଦିନ ରିମାଣ୍ଡ ମଧ୍ୟରେ ଅଭିଯୁକ୍ତ ଦୁଇଜଣଙ୍କଠାରୁ ପୋଲିସ ଆଦାୟ କରିଥିବା ତଥ୍ୟ ଅନୁସାରେ ସୁପାରୀ ଦେଇଥିବା ଫାଇନାନ୍ସର ଜଣେ ଚୋରା କୋଇଲା ବେପାରୀ ବାଲି ଜାଣିବାକୁ ପାଇଛି  । ଏହି ଚୋରା କାରବାର ସମୟରେ ସମ୍ପଦ ଏବଂ ପ୍ରଶାନ୍ତ କୋଇଲା ଗାଡିକୁ ଏସକର୍ଟ ଦେଉଥିଲେ ।

 

ମୁଖ୍ୟ ଅଭିଯୁକ୍ତ କେବଳ ସମ୍ପଦକୁ ନିୟୋଜିତ କରିଥିବା ବେଳେ କାମ ସମୟରେ ପ୍ରଶାନ୍ତକୁ ଡାକି ନେଉଥିଲା ସମ୍ପଦ । ପୂର୍ବରୁ ସମ୍ପଦ ଏବଂ ପ୍ରଶାନ୍ତ ଜେଲରେ ଭେଟାଭେଟି ହୋଇଥିଲେ । ଜେଲରୁ ବାହାରିବା ପରେ ଦୁଇଜଣ ମିଶି ଅପରାଧ ଜଗତରେ ପାଦ ଦେଇଥିଲେ । ସମ୍ପଦ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଥିବା ବେଳେ ପ୍ରଶାନ୍ତ ନାଁରେ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି  । ତେବେ ରିମାଣ୍ଡ ସମୟରେ ପୋଲିସର କିଛି ପ୍ରଶ୍ନରେ ଭୁଅାଁ ବୁଲାଇବାକୁ ଚେଷ୍ଟା କରିଛନ୍ତି ଦୁଇ ସୁପାରି କିଲର । ତେବେ କୌଶଳ କ୍ରମେ ମୁଖ୍ୟ ଫାଇନାନ୍ସରର ଠିକଣା ହାତେଇ ନେଇଛି ପୋଲିସ୍ । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ  ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି  । ଆବଶ୍ୟକ ପଡିଲେ ପୁଣି ଦୁଇଜଣଙ୍କୁ ପୁଣିଥରେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ନୟାପଲ୍ଲୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି 
 

Related News
satta king tw