Top Stories

Search here...

News

ଶ୍ରୀମନ୍ଦିରରେ ସେବାୟତଙ୍କ ଯୌନ ନିର୍ଯାତନା; ସିଂହଦ୍ୱାର ଥାନାରେ ଅଭିଯୋଗ

Posted On - 6 minutes ago
Edited By Prabir Kumar
LAST UPDATED Dec 10, 2021 12:46 PM

ଡରାଇ, ଧମକାଇ ବରିଷ୍ଠ ସେବାୟତ ଜଣକ ଗତ ୨ ମାସ ହେଲା ଅସହ୍ୟ ଯୌନ ନିର୍ଯାତନା ଦେଇ ଆସୁଥିବା ପୀଡ଼ିତଙ୍କ ବାପା ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ।

 

BBSR Reporters

 

ପୁରୀ: ପୁରୀ ଶ୍ରୀମନ୍ଦିରରେ ଯୌନ ନିର୍ଯାତନା  । ମନ୍ଦିର ବେଢ଼ାରେ ଜଣେ ବରିଷ୍ଠ ସେବାୟତ ଜଣେ ନାବାଳକ ସେବାୟତଙ୍କୁ ଯୌନ ନିର୍ଯାତନା  ଦେଇଥିବା ନେଇ ଅଭିଯୋଗ ହୋଇଛି । ଡରାଇ, ଧମକାଇ ନାବାଳକ ପୁଅକୁ ବରିଷ୍ଠ ସେବାୟତଜଣକ ଗତ ୨ ମାସ ହେଲା ଅସହ୍ୟ ଯୌନ ନିର୍ଯାତନା ଦେଇ ଆସୁଥିବା ପୀଡ଼ିତଙ୍କ ବାପା ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି । 


ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବି ସେ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା କହିଛନ୍ତି । ଆଜି ସକାଳୁ ସକାଳୁ ସମ୍ପୃକ୍ତ ବରିଷ୍ଠ ସେବାୟତଙ୍କୁ ଡାକି ପୁଲିସ୍ ପଚରାଉଚରା କରୁଥିବା ଜଣାଯାଇଛି । ଅଭିଯୋଗ ଅନୁଯାୟୀ, ପିଡ଼ୀତାଙ୍କ ପାପା ସେ ଦୃଷ୍ଟିହୀନ ଅଟନ୍ତି । ଏଣୁ ନାବାଳକ ପୁଅ ତାଙ୍କୁ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରେ । ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ କାମ କରନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି ।


ଦୁଇମାସ ତଳେ ନାବାଳକ ପୁଅ ଭୁବନେଶ୍ୱରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀମନ୍ଦିରର ଜନୈକ ସେବାୟତ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ପ୍ରତିବାଦ କଲେ ମନ୍ଦିର ଭିତରେ ମାଡ଼ ମାରିବାକୁ ଧମକ ବି ଦେଇଥିଲେ । ଭୟଭୀତ ହୋଇ ପୁଅ ସେଠାରୁ ଯାଇ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରୁଥିବା ସମୟରେ ପୁନର୍ବାର ଉକ୍ତ ବରିଷ୍ଠ ସେବାୟତଜଣକ ସେଠାକୁ ଯାଇ ତାଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିଲେ ।
ମୋ କଥା ନ ମାନିଲେ ଶ୍ରୀମନ୍ଦିରରେ ପଶି ପାରିବୁନି, ମାଡ଼ ମାରିବି ବୋଲି ଧମକ ଦେଇଥିଲେ । ସେହି ଦିନଠାରୁ ସେ ପୁଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି ।

 

ଏନେଇ ସେ ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ତଦନ୍ତରେ ସମ୍ପୂର୍ଣ ସହଯୋଗ କରିବେ ବୋଲି କହିଛନ୍ତି । ପୁଲିସ ବି ଚାହିଁଲେ ପୁଅର ବୟାନ ରେକର୍ଡ କରିପାରିବ ବୋଲି କହିଛନ୍ତି ସମ୍ପୃକ୍ତ ସେବାୟତ  । ଏନେଇ ସିଂହଦ୍ୱାର ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ କହିଛନ୍ତି କି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ଆଧାରରେ ତଦନ୍ତ ଚାଲୁଛି । 


 

Related News
satta king tw