Top Stories

Search here...

News

କଟକ ରେଳ ଷ୍ଟେସନରୁ ମିଳିଲା ୪ଟି ଟଙ୍କା ଭର୍ତି ବ୍ୟାଗ୍

Posted On - 1 minute ago
Edited By Team BbsrReporters
LAST UPDATED Dec 08, 2021 06:08 PM

ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଦିଲ୍ଲୀ ନିଆଯାଉଥିବା ବେଳେ କଟକରେ ଟଙ୍କା ଭର୍ତି ବ୍ୟାଗ୍ ଜବତ କରିଛି ଆରପିଏଫ ।

 

 

BBSR Reporters

 

 

କଟକ: କଟକ ରେଳ ଷ୍ଟେସନରୁ ମିଳିଲା ୪ଟି ଟଙ୍କା ଭର୍ତି ବ୍ୟାଗ୍ । ୪ଟି ବ୍ୟାଗରେ ୨୦ ଲକ୍ଷରୁ ଅଧିକ ୧୦ ଓ ୨୦ ଟଙ୍କିଆ ନୋଟ୍ ଜବତ ହୋଇଛି । ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଦିଲ୍ଲୀ ନିଆଯାଉଥିବା ବେଳେ କଟକରେ ଟଙ୍କା ଭର୍ତି ବ୍ୟାଗ୍ ଜବତ କରିଛି ଆରପିଏଫ । ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

 

ଏତେ ଟଙ୍କା କେଉଁଆଡ଼େ ନେଇଯାଉଥିଲେ ସେନେଇ ବ୍ୟକ୍ତି ଜଣକ ସଠିକ୍ ଉତର ଦେଇନପାରିବାରୁ ଟଙ୍କା ବ୍ୟାଗକୁ ଜବତ କରାଯାଇଛି । କୁହାଯାଉଛି ଜବତ ହୋଇଥିବା ଏହି ୧୦ ଓ ୨୦ ଟଙ୍କିଆ ନୋଟ୍‌କୁ ଏକ ବିବାହ ଉତ୍ସବରେ ମାଳ କରିବା ପାଇଁ ଦିଲ୍ଲୀ ନିଆଯାଉଥିଲା ।

Related News
satta king tw