Top Stories

Search here...

News

ରାଉରକେଲା ସରକାରୀ ହସ୍ପିଟାଲ ଶବ ଗୃହରୁ ଯୁବକଙ୍କ ମୁହଁ ଖାଇଦେଲା କୁକୁର

Posted On - 6 minutes ago
Edited By Team BbsrReporters
LAST UPDATED Dec 13, 2021 11:31 AM

ସୂଚନା ମୁତାବକ ଗତ ଗୁରୁବାର ଦୁର୍ଘଟଣାରେ ଶିକାର ହୋଇ ମୃତୁ୍ୟବରଣ କରିଥିବା ରାଜେଶ ଯାଦବଙ୍କ ମୃତ ଶରୀର ଆରଜିଏଚ ଶବ ଗୃହରେ ରଖଯାଇଥିଲା ।

 

BBSR Reporters


ରାଉରକେଲା: ରାଉରକେଲା ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମେଡିକାଲ ଶବ ଗୃହରେ ଥିବା ଏକ ମୃତ ଶରୀରକୁ କୁକୁର ଖାଇଥିବା ଜଣାପଡିବା ପରେ ହସ୍ୱିଟାଲ ପରିସରରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ମୁତାବକ ଗତ ଗୁରୁବାର ଦୁର୍ଘଟଣାରେ ଶିକାର ହୋଇ ମୃତୁ୍ୟବରଣ କରିଥିବା ରାଜେଶ ଯାଦବଙ୍କ ମୃତ ଶରୀର ଆରଜିଏଚ ଶବ ଗୃହରେ ରଖଯାଇଥିଲା ।

 

ବ୍ୟବଚ୍ଛେଦ ପାଇଁ ପୋଲିସ ଶବ ଗୃହରେ ପହଂଚି ଦେଖିବାକୁ କୁକୁର ମୃତ ବ୍ୟକ୍ତିଙ୍କ ମୁହଁ ଖାଇଦେଇଥିବା ଦେଖିବାକୁ ମିଳିଥିଲା । ଖବର ପଘଟ ହେବା ପରେ ସ୍ଥାନୀୟ ଲୋକେ ପହଂଚି ହଟଗୋଳ କରିଥିଲେ । ଘଟଣା ସ୍ଥଳରେ ତହସିଲଦାର, ବରିଷ୍ଠ ପୋଲିସ ଅଧିକାରୀ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲ । ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ପ୍ରତିଶ୍ରୁତି ଦେଇଛି ।

Related News
satta king tw