Top Stories

Search here...

News

ଡି.ସି.ପି. ଅଫିସ୍ ଘେରିଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

Posted On - 11 minutes ago
Edited By Team BbsrReporters
LAST UPDATED Dec 14, 2021 07:45 PM

ଆନେ୍ଦାଳନ ସମୟରେ କାର୍ଯ୍ୟରତ ପୋଲିସ୍ ଅଫିସରମାନଙ୍କର ଇଚ୍ଛାକୃତ ଅବହେଳା ପାଇଁ ସେମାନଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଦାବି କରିଛି  କଂଗ୍ରେସ ।

 

BBSR Reporters

 

ଭୁବନେଶ୍ୱର: ଗତ ୧୦ ତାରିଖ ବିଧାନସଭା ଘେରାଉରେ ଆନେ୍ଦାଳନରତ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ କଂଗ୍ରେସ ଭବନ ପରିସରରେ ପୋଲିସ୍ର ବର୍ବରୋଚିତ ଆକ୍ରମଣ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏସିପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଛି  । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାସଙ୍କ ନିଦେ୍ର୍ଧଶକ୍ରମେ ପ୍ରଦେଶ କଂଗ୍ରେସ ସମ୍ପାଦକ ଶ୍ରୀ ସୁବ୍ରତ ମହାପାତ୍ର ଓ ବ୍ଲକ୍ ସଭାପତି ଶ୍ରୀ ଅଶୋକ ଦାସଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ କଂଗ୍ରେସ କର୍ମୀ ଆଜି ଭୁବନେଶ୍ୱର ଡିସିପି ଅଫିସ୍ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିଥିଲେ  ।


    ଏହି ଧାରଣାରେ ଯୋଗଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଆନେ୍ଦାଳନର ଛାତ୍ର କଂଗ୍ରେସ କର୍ମୀଙ୍କୁ କଂଗ୍ରେସ ଭବନ ପରିସରରେ ପୋଲିସ୍ର ଅମାନୁଷିକ ଓ ବର୍ବରୋଚିତ ଆକ୍ରମଣ ନିନ୍ଦନୀୟ ଏବଂ ଡିସିପି ଏହି ବିଷୟରେ ଅବଗତ ନୁହଁନ୍ତି ବୋଲି ମନ୍ତବ୍ୟ ଦେବା ଲଜ୍ଜାଜନକ ବିଷୟ  । ସେହିପରି ଧାରଣାରେ ଯୋଗ ଦେଇଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ଉପସଭାପତି ଶିବାନନ୍ଦ ରାୟ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ୍, ସାଧାରଣ ସମ୍ପାଦକ କିଶୋର ଜେନା, ମନୋରଞ୍ଜନ ଦାଶ, ମନୋଜ ବିଶ୍ୱାଳ, ରଶ୍ମି ମହାପାତ୍ର, ନିହାର ରଞ୍ଜନ ବେହେରା, ପ୍ରଭାବତୀ ପଟ୍ଟନାୟକ ପ୍ରମୁଖ ତାଙ୍କ ଭାଷଣରେ ବିଜେଡି ସରକାର ଓ ପୋଲିସ୍ ପ୍ରଶାସନକୁ ଦୃଢ଼ ନିନ୍ଦା ଓ ଭର୍ତ୍ସନା କରିଥିଲେ  । ଶେଷରେ ବ୍ଲକ୍ ସଭାପତି ମିହିର୍ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ  ।


    ଏହି ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟାରେ ଶେଷ ହୋଇଥିଲା  । ପରେ ଜିଲ୍ଲା କଂଗ୍ରେସର ଏକ ୧୧ ଜଣିଆ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ମହାମହିମ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ  ।
ଦାବି ସମୂହ :


●    ହାଇକୋର୍ଟରେ କାର୍ଯ୍ୟରତ ଜଜ୍ଙ୍କ ତତ୍ତ୍ୱାବଧାନରେ ମମିତା ମେହେର ହତ୍ୟାକାଣ୍ଡର ଏସ୍.ଆଇ.ଟି. ତଦନ୍ତ  ।
●    ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ  ।
●    କଂଗ୍ରେସ ଭବନରେ ପୋଲିସ୍ର ଅନୈତିକ ପ୍ରବେଶ, ଭଙ୍ଗାରୁଜା, ଛାତ୍ର କଂଗ୍ରେସ କର୍ମୀଙ୍କୁ ନିର୍ମମ ଆକ୍ରମଣର ବିଚାର ବିଭାଗୀୟ ତଦନ୍ତ  ।
●    ଆନେ୍ଦାଳନ ସମୟରେ କାର୍ଯ୍ୟରତ ପୋଲିସ୍ ଅଫିସରମାନଙ୍କର ଇଚ୍ଛାକୃତ ଅବହେଳା ପାଇଁ ସେମାନଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ  ।


    ଆଜିର ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦକ ରଜତ ଚୌଧୁରୀ, ଭୁବନେଶ୍ୱର ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତିଙ୍କ ସମେତ ଦେବରାଜ ମିଶ୍ର, ଇନ୍ଦ୍ରଜିତ ପରିଡ଼ା, ଶ୍ରୀଧର ବଳିଆରସିଂ, ବ୍ରହ୍ମାନନ୍ଦ ସାହୁ, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଦେବୀପ୍ରସାଦ ସ୍ୱାଇଁ, ସୌମେନ୍ଦ୍ର ମହାନ୍ତି, ଦୀପକ ମହାପାତ୍ର, ଆତ୍ମାରାମ ପତି, ମଣ୍ଟୁ ମଲ୍ଳିକ, କୈଳାସ ସାହୁ, କୁଳମଣି ସାହୁ, ଏମ୍.ଡି. ସାହାଦୁଲା, ସେକ୍ ତାକ୍ୱିମ୍, ସେକ୍ ନିଆଜୁଲ ଇସଲାମ, ନାରାୟଣ ଜେନା, ରାକେଶ ମହାନ୍ତି, ଅକ୍ଷୟ ଦାସ, ମାନସ ମହାନ୍ତି, ମିତ୍ରଭାନୁ ମହାପାତ୍ର, ଶତୃଘନ ବେହେରା, ଖଗେଶ୍ୱର ମଲ୍ଲିକ, ସାଗର ପଟ୍ଟନାୟକ, ରଞ୍ଜିତ ପାତ୍ର, ନାସିର ଖାନ୍, ବଳରାମ ନନ୍ଦ, ସାହାରୁଖ ଖାନ, ଉଦିତ ପ୍ରଧାନ, ଶଙ୍କୁନା କହଁର, ଏମ୍.ଡି. ସାମୁଏଲ, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ଇଂ ଶିବନ୍ ମୁଶାରଫ, ପ୍ରଭାତ ପ୍ରତାପ ସିଂହ, କାର୍ତ୍ତିକ କାଣ୍ଡି, ଦେବବ୍ରତ ମହାନ୍ତି, କିରଣ ସାହୁ, ବାବୁ ଜେନା, ରୀନା ସାହୁ, ପ୍ରଣତି ମିଶ୍ର, କୁସୁମ ପ୍ରଧାନ, ଚୈତାଳୀ ପଟ୍ଟନାୟକ, ସ୍ୱାଧୀନବାଳା ଦାସ, ଜଗଦୀଶ ଗଜେନ୍ଦ୍ର, ପ୍ରଦୀପ ମହାପାତ୍ର, ସିଲି ସେଠୀ, ମୁନ୍ନି ଥାପା, ମନୋରଞ୍ଜନ କୁଣ୍ଡୁ, ଜୟକୃଷ୍ଣ ମଲିଆ, ଅନିଲ ଦାସ, ନରୋତ୍ତମ ବେହେରା, ଦେବୀ ପସ୍ରାଦ ବାହାଲିଆ, ନଳିନୀ ନାୟକ, ବିଶ୍ୱଭୂଷଣ ମହାପାତ୍ର, ସୁଶାନ୍ତ ମହାରଣା, ଅଜିତ୍ ବାରିକ, ଦେବାଶିଷ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ  ।


 

Related News
satta king tw