Top Stories

Search here...

News

କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ଘଟଣା; ସଂସଦରେ ଉଠାଇଲେ କଂଗ୍ରେସ ସାଂସଦ

Posted On - 7 minutes ago
Edited By Team BbsrReporters
LAST UPDATED Dec 14, 2021 03:41 PM

ଏହି ଘଟଣାରେ ନ୍ୟାୟିକ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । 

 

BBSR Reporters

 

ଭୁବନେଶ୍ୱର: ଭୁବନେଶ୍ୱରରେ କଂଗ୍ରେସ କର୍ମୀଙ୍କୁ ପୋଲିସ ମାଡ ମାରିବା ଘଟଣାକୁ ସଂସଦରେ ଉଠାଇଛନ୍ତି କଂଗ୍ରେସ କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲକା । ଏହି ଘଟଣାରେ ନ୍ୟାୟିକ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ମାଡ ମାରିଥିବା ପୋଲିସ ଉପରେ ୩୦୭ ଦଫା ଲଗାଇବାକୁ ଦାବି କରିଛନ୍ତି । ସାଂସଦ କହିଛନ୍ତି, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ହେଲେ ନିଟକରେ ଓଡ଼ିଶାର କିଛି ଘଟଣା ଚିନ୍ତାକୁ ବଢାଇଦେଇଛି । କଳାହାଣ୍ଡିର  ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲରେ ଗୃହ ମନ୍ତ୍ରୀଙ୍କ ସମ୍ପୃକ୍ତ ରହିଛି ।

 

 

ସେହିପରି ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଛି । ଏଥିସହିତ ପରୀ ମାମଲାରେ ରାଜ୍ୟ ସରକାରଙ୍କର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି । ଏସବୁ ମାମଲାରେ ନ୍ୟାୟ ଛାତ୍ର କଂଗ୍ରେସ ବିକ୍ଷୋଭ କରୁଥିବା ବେଳେ ପୋଲିସ ଅମାନୁଷିକ ଭାବେ କଂଗ୍ରେସ କର୍ମୀଙ୍କ ଉପରେ ମାଡ ମାରିଥିଲା । ଏପରିକି ପୋଲିସ ଏକ ଜାତୀୟ ରାଜନୈତିକ ପାର୍ଟି ଭିତରେ ପଶି କଂଗ୍ରେସ କର୍ମୀଙ୍କୁ ମାଡଥିଲା । ଏଥିରେ ବହୁ କଂଗ୍ରେସ କର୍ମୀ ଆହତ ହୋଇଛନ୍ତି । ତେଣୁ ଏହି ମାମଲାରେ ନାୟିୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।


 

Related News
satta king tw