Top Stories

Search here...

News

ମାଓନେତା ଦୁବାସୀ ଶଙ୍କରକୁ ଭୁବନେଶ୍ୱର ଝାରପଡା ଜେଲରେ ଜେରା କରିବ ଏନଆଇଏ

Posted On - 7 minutes ago
Edited By Team BbsrReporters
LAST UPDATED Dec 15, 2021 05:04 PM

ଚିତ୍ରକୋଣ୍ଡା ମାଓବାଦୀ ଆକ୍ରମଣରେ ବିଏସଏଫ କମାଣ୍ଡାଂଟ ଓ ଅନ୍ୟ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଖୋଳତାଡ କରୁଛି କେନ୍ଦ୍ରୟ ସଂସ୍ଥା । ଏନଆଇଏର ଏକ ୩ ଜଣିଆ ଟିମ୍ ଏଥିପାଇଁ ଝାରପଡା ଜେଲକୁ ଆସୁଥିବା ଜଣାପଡିଛି ।

 

 

BBSR Reporters

 

ଝାରପଡା: ମାଓନେତା ଦୁବାସୀ ଶଙ୍କରକୁ ଭୁବନେଶ୍ୱର ଝାରପଡା ଜେଲରେ ଜେରା କରିବ ଏନଆଇଏ । ଚିତ୍ରକୋଣ୍ଡା ମାଓବାଦୀ ଆକ୍ରମଣରେ ବିଏସଏଫ କମାଣ୍ଡାଂଟ ଓ ଅନ୍ୟ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଖୋଳତାଡ କରୁଛି କେନ୍ଦ୍ରୟ ସଂସ୍ଥା । ଏନଆଇଏର ଏକ ୩ ଜଣିଆ ଟିମ୍ ଏଥିପାଇଁ ଝାରପଡା ଜେଲକୁ ଆସୁଥିବା ଜଣାପଡିଛି । ଦୁବାସୀକୁ ଜେରା କରିବା ପାଇଁ ତଦନ୍ତକାରୀ ଅଧିକାରୀ କରିଥିବା ଆବେଦନକୁ ସ୍ୱତନ୍ତ୍ର କୋର୍ଟ ମଞ୍ଜୁର କରିଛନ୍ତି । ଜେରା ବେଳେ ଦୁବାସୀଠାରୁ ବିସ୍ପୋରଣ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ଆଶା ରଖିଛନ୍ତି ତଦନ୍ତକାରୀ ଅଧିକାରୀ ।

 

 

୨୦୧୨ ଫେବ୍ରୁଆରୀ ୧୦ ତାରିଖରେ ବିଏସଏଫ କମାଣ୍ଡାଂଟ ଓ ୫ ଜଣ ଯବାନ ଗୋଟିଏ ଗାଡିରେ ବାଲିମେଳାକୁ ଯାଉଥିବାବେଳେ ଆକ୍ରମଣ କରିଥିଲେ ମାଓବାଦୀ । ଏହି ଆକ୍ରମଣରେ କମାଣ୍ଡାଂଟଙ୍କ ସହ ୩ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ଯବାନ ଓ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ଚିତ୍ରକୋଣ୍ଡା ଥାନାରେ ଏନେଇ ମାମଲା ହେବା ପରେ ଏନଆଇଏ ତଦନ୍ତଭାର ହାତକୁ ନେଇଥିଲା । ୧୯୮୭ରେ ମାଓ ସଂଗଠନରେ ଯୋଗ ଦଇଥିବା ଦୁବାସୀ ଶଙ୍କର ନାଁ ଓଡିଶା ସମେତ ଆନ୍ଧ୍ର ଓ ତେଲେଙ୍ଗାନାରେ ମାଳମାଳ ମାମଲା ରହିଛି ।

Related News
satta king tw