Top Stories

Search here...

News

ରାତି ୧୦ଟାପରେ ରାଜଧାନୀରେ ଡିଜେ, ବାଣକୁ ନା ;ଅଭିଯୋଗ ପାଇଁ ନମ୍ବର ଜାରି

Posted On - 9 minutes ago
Edited By Team BbsrReporters
LAST UPDATED Dec 14, 2021 08:25 PM

କେହି ଯଦି ନିୟମ ଉଲ୍ଲଂଘନ କଲେ ୬୭୪୨୫୪୦୨୯୪ ମୋବାଇଲ୍ ନମ୍ବରକୁ ଜଣାଇବାକୁ ନିବେଦନ କରାଯାଇଛି ।

 

BBSR Reporters

 

ଭୁବନେଶ୍ୱର: ରାଜଧାନୀରେ ବିବାହ ଉତ୍ସବ ଓ ଅନ୍ୟନା୍ୟ କାର୍ଯ୍ୟକ୍ରମରେ ଡିଜେ ଓ ଶଦ୍ଧ ସୃଷ୍ଟିକାରି ବାଣକୁ ନ ଫୁଟାିବା ପାଇଁ ଡିସିପି ଡ. ଉମାଶଙ୍କର ଦାଶ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି । ପରାମର୍ଶ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି । କେହି ଯଦି ନିୟମ ଉଲ୍ଲଂଘନ କଲେ ୬୭୪୨୫୪୦୨୯୪ ମୋବାଇଲ୍ ନମ୍ବରକୁ ଜଣାଇବାକୁ ନିବେଦନ କରାଯାଇଛି ।

 


ରାତି ୧୦ଟା ପରେ ବିବାହ ଶୋଭାଯାତ୍ରା, ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ଉପରେ କଟକଣା ରହିଛି । ଏହି ନିୟମ ବଳବତର ରହିଥିଲେ ମଧ୍ୟ ଏହାକୁ ରାଜଧାନୀବାସୀ ଫୁ କରିଦେଉଛନ୍ତି । ଏ ନେଇ ବାରମ୍ବାର ଅଭିଯୋଗ ଆସିଲା ପରେ କମିଶନରେଟ୍ ପୋଲିସ ଲହାକୁ ଗୁରୁତର ସହ ନେଇଛି । ଗୁରୁତର ସହ ନେଇ ମଙ୍ଗଳବାର ଡିସିପି ଶ୍ରୀ ଦାଶ ସୂଚନା ଦେଇଛନ୍ତି ଯେ, ଏଣିକି ରାଜଧାନୀରେ ଡିଜେ ଓ ବାଣ ଉପରେ କଟକଣା ଲଗାଯାଇଛି ।

 

ଯଦି କୌଣସି ସ୍ଥାନରେ କଟକଣା ଉଲ୍ଲଂଘନ ହେଉଥିବାର ନଜରକୁ ଆସେ ତେବେ ତୁରନ୍ତ ପୋଲିସକୁ ଜଣାଇବାକୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଏ ନେଇ ଏକ ସ୍ୱତନ୍ତ୍ର ନମ୍ବର ଜାରି କରାଯାଇଛି । ଜାରି ହୋଇଥବବା ନମ୍ବର ଟି ହେଲା ୦୬୭୪୨୫୪୦୨୯୪ । ଏହାସହ  ଡିସିପି କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବର କିମ୍ବା ୧୧୨କୁ କଲ୍ କରି ଜଣାଇପାରିବେ ମଧ୍ୟ । ତେବେ ବରିଷ୍ଠ ନାଗରିକ, ପ୍ରସୂତୀ ମହିଳା, ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏହିଭଳି କଟକଣା ଜାରି କରାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

Related News
satta king tw