Top Stories

Search here...

News

ନିର୍ଦ୍ଦୋଷ ସତ୍ତ୍ୱେ ଜେଲରେ କାଟିଲେ ୧୯ ବର୍ଷ

Posted On - 6 minutes ago
Edited By Prabir Kumar
LAST UPDATED Dec 16, 2021 08:44 PM

ପାଖାପାଖି ୧୯ ବର୍ଷ ଜେଲରେ ରହିବା ପରେ ହାବିଲ ସିଦ୍ଧୁ ନାମକ ଜଣେ ବ୍ୟକ୍ତି ବାରିପଦା ମଣ୍ଡଳ କାରଗାରରୁ ମୁକ୍ତ ହୋଇଛନ୍ତି ।

 

BBSR Reporters

 

ବାରିପଦା: ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୩ ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ହାବିଲ ସିଦ୍ଧୁ । ୨୦୦୩ରେ ଏହି ହତ୍ୟା ଘଟଣା ଘଟିଥିଲା । ଏହାପରଠାରୁ ସେ ଜେଲରେ ଥିଲେ । ପାଖାପାଖି ୧୯ ବର୍ଷ ଜେଲରେ ରହିବା ପରେ ହାବିଲ ସିଦ୍ଧୁ ବାରିପଦା ମଣ୍ଡଳ କାରଗାରରୁ ମୁକ୍ତ ହୋଇଛନ୍ତି । ୧୮ ବର୍ଷ ୧୧ ମାସ ରହି ନିଦେ୍ର୍ଧାଶରେ ଖଲାସ ହେବା ପରେ ସେ ଆତ୍ମବିଭୋର ହୋଇଛନ୍ତି ।

 

୨୦୦୫ରେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିଚାର କରି ହାବିଲକୁ ଦଣ୍ଡିତ କରିଥିଲେ । ଏହାପରେ ହାବିଲ ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ନିଦେ୍ର୍ଧଶକ୍ରମେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପୁଣିଥରେ ରାୟ ଶୁଣାଇଥିଲେ । ଆଉ ୧୧ ସାକ୍ଷୀ, ୩୨ଟି ତଦନ୍ତ ରିପୋର୍ଟକୁ ଆଧାର କରି ଗିରଫ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି ବାରିପଦାର ଜିଲ୍ଲା ଦୌରା ଜଜ କୋର୍ଟ । 
 

Related News
satta king tw