Top Stories

Search here...

News

ଝାରପଡା ଜେଲରେ ମାଓନେତା ଦୁବାସୀ ଶଙ୍କରକୁ ଏନଆଇଏର ଜେରା 

Posted On - 7 minutes ago
Edited By Prabir Kumar
LAST UPDATED Dec 16, 2021 08:49 PM

୧୯୮୭ରେ ମାଓ ସଂଗଠନରେ ଯୋଗ ଦଇଥିବା ଦୁବାସୀ ଶଙ୍କର ନାଁ ଓଡିଶା ସମେତ ଆନ୍ଧ୍ର ଓ ତେଲେଙ୍ଗାନାରେ ମାଳ ମାଳ ମାମଲା ରହିଛି  ।

 

BBSR Reporters


ଭୁବନେଶ୍ୱର: ଦୁର୍ଦ୍ଧାନ୍ତ ମାଓନେତା ଦୁବାସୀ ଶଙ୍କରକୁ ଭୁବନେଶ୍ୱର ଝାରପଡା ଜେଲରେ ଏନଆଇଏର ଜେରା । ଚିତ୍ରକୋଣ୍ଡା ମାଓବାଦୀ ଆକ୍ରମଣରେ ବିଏସଏଫ କମାଣ୍ଡାଂଟ ଓ ଅନ୍ୟ ୩ ଯବାନଙ୍କ ମୃତୁ୍ୟ ମାମଲାରେ ଖୋଳତାଡ କରୁଛି କେନ୍ଦ୍ରୟ ସଂସ୍ଥା । ଏନଆଇଏର ଏକ ୨ ଜଣିଆ ଟିମ୍ ଏଥିପାଇଁ ଝାରପଡା ଜେଲରେ ପହଂଚିଛନ୍ତି ।

 

ଦୁବାସୀକୁ ଜେରା କରିବା ପାଇଁ ତଦନ୍ତକାରୀ ଅଧିକାରୀ କରିଥିବା ଆବେଦନକୁ ସ୍ୱତନ୍ତ୍ର କୋର୍ଟ ମଞ୍ଜୁର କରିବା ପରେ ଆଜି ତାଙ୍କ ଜେରା ଚାଲିଛି । ଜେରା ବେଳେ ଦୁବାସୀଠାରୁ ବିସ୍ପୋରଣ ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ଆଶା ରଖିଛନ୍ତି ତଦନ୍ତକାରୀ ଅଧିକାରୀ ।

 

୨୦୧୨ ଫେବ୍ରୁଆରୀ ୧୦ ତାରିଖରେ ବିଏସଏଫ କମାଣ୍ଡାଂଟ ଓ ୫ ଜଣ ଯବାନ ଗୋଟିଏ ଗାଡିରେ ବାଲିମେଳାକୁ ଯାଉଥିବାବେଳେ ଆକ୍ରମଣ କରିଥିଲେ ମାଓବାଦୀ । ଏହି ଆକ୍ରମଣରେ କମାଣ୍ଡାଂଟଙ୍କ ସହ ୩ ଜଣ ଯବାନଙ୍କ ମୃତୁ୍ୟ ହୋଇଥିଲା । ଅନ୍ୟଜଣେ ଯବାନ ଓ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ଚିତ୍ରକୋଣ୍ଡା ଥାନାରେ ଏନେଇ ମାମଲା ହେବା ପରେ ଏନଆଇଏ ତଦନ୍ତଭାର ହାତକୁ ନେଇଥିଲା । ୧୯୮୭ରେ ମାଓ ସଂଗଠନରେ ଯୋଗ ଦଇଥିବା ଦୁବାସୀ ଶଙ୍କର ନାଁ ଓଡିଶା ସମେତ ଆନ୍ଧ୍ର ଓ ତେଲେଙ୍ଗାନାରେ ମାଳ ମାଳ ମାମଲା ରହିଛି  ।
  

Related News
satta king tw