Top Stories

Search here...

News

ରାଜଧାନୀରେ ହଟିଲା ଜବରଦଖଲ; ମାଟିରେ ମିଶିଲା ୧୫ ବେଆଇନ ଘର

Posted On - 8 hours ago
Edited By Team BbsrReporters
LAST UPDATED Dec 22, 2021 08:17 PM

ମୋଟ ଉପରେ ୩ ହଜାର ସ୍କ୍ୱୋୟାର ଫୁଟର ସରକାରି ଜାଗାରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯାଇଛି । 

 

BBSR Reporters

 

ଭୁବନେଶ୍ୱର: ବିଏମସି, ବିଡିଏ ଏବଂ କମିଶନରେଟର ମିଳିତ ଏନଫୋର୍ସମେ ଟିମ୍ ଆଜି ଚନ୍ଦ୍ରଶେଖରପୁର ଅଂଚଳରେ ଜବରଦଖଲ ଉଚ୍ଛେଦ କରିଛି । ଚନ୍ଦ୍ରଶେଖରପୁର ନନ୍ଦନକାନନ ରାସ୍ତାରେ ଆଇଓସିଲ ବିଲ୍ଡିଂ ସମ୍ମୁଖରେ ଥିବା ପ୍ଲଟ ନମ୍ବର ୪୫୭ରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ବେଳେ ୬ ଟି କେବିନ୍, ଦୁଇଟି ଟିଣ ଛପର ଘର ଏବଂ ୭ ଟି ଛାତ ଘର ଭଙ୍ଗାଯାଇଛି ।

 

ମୋଟ ଉପରେ ୩ ହଜାର ସ୍କ୍ୱୋୟାର ଫୁଟର ସରକାରି ଜାଗାରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯାଇଛି । ଏନଫୋର୍ସମେ ଟିମରେ ବିଡିଏ ଏନଫୋର୍ସମେ ଅଫିସର ପ୍ରମୋଦ ପାତ୍ର, ବିଡିଏର ବୁଘାବଣା ଅଫିସର ସୁଭ୍ରାଂଶୁ ସେଖର ମହାନ୍ତି, ଜିଏ ବିଭାଗର ଅମୀୟ କୁମାର ଦାସ, ଉପସ୍ଥିତ ଥିଲେ । କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଗୋଟିଏ ପ୍ଲାର୍ଟୁନ ଫୋର୍ସ ମୁତୟନ କରାଯାଇଥିଲା । ଉଚ୍ଛେଦ କାର୍ଯ୍ୟରେ ଦୁଇଟି ଜେସିବି ଲାଗିଥିଲା ।

Related News
satta king tw