Top Stories

Search here...

News

କୁବେର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରୁ ବାହାରିଲା ୧୭୭ କୋଟି ଟଙ୍କା

Posted On - 6 minutes ago
Edited By Team BbsrReporters
LAST UPDATED Dec 26, 2021 01:39 PM

ବିଭିନ୍ନ ମିଛ କମ୍ପାନି ଜରିଆରେ ସେ ବିଦେଶରୁ କଳାଟଙ୍କା ଆଣି ଧଳା କରୁଥିବା ସନେ୍ଦହରେ ଆୟକର ବିଭାଗ କାଗଜପତ୍ର ଯାଂଚ କରୁଛି ।

 

BBSR Reporters

 

କାନପୁର: ଉତର ପ୍ରଦେଶ କାନପୁରର କୁବେର ବ୍ୟବସାୟୀ ପୀୟୂଷ ଜୈନଙ୍କ କଳା ଟଙ୍କାର ସରୁନି ହିସାବ । ୨୪ ଘଂଟାରୁ ଅଧିକ ସମୟ ବିତିଗଲାଣି, ହେଲେ ନୋଟ୍ ବିଡାର ଗଣତି ଶେଷ ହୋଇପାରୁନି । ଟଙ୍କାର ହିସାବ ପାଇଁ  ୬ଟି ଟଙ୍କାଗଣା ମେସିନ ଅଣା ଯାଇଥିଲା । ହେଲେ ନୋଟ୍ ବିଡା ଏତେ ଥିଲା ଯେ, ମେସିନ୍ କମ ପଡିଗଲା । ଫଳରେ ଆଉ ଦୁଇଟି ମେସିନ୍ ଅଣାଗଲା । ନୋଟ୍ ଗଣତିରେ ୮ଟି ମେସିନ ନିୟୋଜିତ ହୋଇଥଲା । 

 


ଜିଏସଟି ଇଂଟେଲିଜେନ୍ସ ମହାନିଦେ୍ର୍ଧଶାଳୟ ଅର୍ଥାତ ଡିଜିଜିଆଇ ଏବଂ ଆୟକର ବିଭାଗର ମିଳିତ ଚଢାଉବେଳେ ଏପର୍ଯ୍ୟନ୍ତ ପୀୟୂଷଙ୍କ ଘର ବାହାରେ ଟଙ୍କାଭର୍ତି ୬ଟି ବାକ୍ସ ରଖାଯାଇଥିବା ଦେଖାଯାଇଛି । ଷ୍ଟିଲର ବଡବଡ ବାକ୍ସରେ ଆୟକର ବିଭାଗ ଏହି ଟଙ୍କାଗୁଡିକୁ ଭର୍ତିକରି ନେଉଥିବା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ତାଙ୍କ ଘରୁ ୧୭୭ କୋଟିର ଆୟବର୍ଭୂତ ସଂପତି ଠାବ ହେଲାଣି ।

 

ଦେଶର ଜଣେ ଜଣାଶୁଣା ଅତର ବ୍ୟବସାୟୀ ପୂୟୂଷ ଜୈନ । କନୌଜ, କାନପୁର ଏବଂ ମୁମ୍ବାଇରେ ତାଙ୍କ କମ୍ପାନିର କାର୍ଯ୍ୟାଳୟ ରହିଛି । ପ୍ରାୟ ୪୦ଟି କମ୍ପାନି ନେଇ ଆୟକର ବିଭାଗ ପାଖରେ ସୂଚନା ରହିଛି । ସେଲ କମ୍ପାନି ଜରିଆରେ ପୀୟୂଷ ହାୱଲା କାରବାରରେ ସଂପୃକ୍ତ ଥିବା ସନେ୍ଦହ କରାଯାଉଛି । ବିଭିନ୍ନ ମିଛ କମ୍ପାନି ଜରିଆରେ ସେ ବିଦେଶରୁ କଳାଟଙ୍କା ଆଣି ଧଳା କରୁଥିବା ସନେ୍ଦହରେ ଆୟକର ବିଭାଗ କାଗଜପତ୍ର ଯାଂଚ କରୁଛି । ତାଙ୍କ ପୁଅ ପ୍ରତୁ୍ୟଷ ଜୈନଙ୍କୁ ମଧ୍ୟ ପଚରା ଉଚରା ଚାଲିଛି ।  
 

Related News
satta king tw