Top Stories

Search here...

News

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି; ବ୍ୟାଙ୍କ ଦେବାଳିଆ ହୋଇଗଲେ ଜମାକାରୀଙ୍କୁ ମିଳିବ ୫ଲକ୍ଷ ଟଙ୍କା

Posted On - 5 months ago
Edited By Team BbsrReporters
LAST UPDATED May 27, 2022 07:23 AM

୧ଲକ୍ଷ ଟଙ୍କାରୁ ଅଧିକ ଜମା ଥିଲେ ଏବଂ କୌଣସି କାରଣରୁ ବ୍ୟାଙ୍କ ବୁଡିଗଲେ ଜମାକାରୀଙ୍କୁ କେବଳ ଲକ୍ଷେ ଟଙ୍କାର କ୍ଷତିପୂରଣ ଦିଆଯାଉଥିଲା । ହେଲେ ମୋଦୀ ସରକାର ଏହାକୁ ବଢାଇ ୫ଲକ୍ଷ ଟଙ୍କା କରି ଦେଇଛନ୍ତି ।

 

BBSR Reporters


ଏଣିକି ବ୍ୟାଙ୍କ ବୁଡିଗଲେ କିମ୍ବା ଦେବାଳିଆ ହୋଇଗଲେ ଜମାକାରୀଙ୍କୁ ମିଳିବ ୫ଲକ୍ଷ ଟଙ୍କା । ପୂର୍ବରୁ ହିତାଧିକାରୀଙ୍କ ଜମା ରାଶି ଉପରେ ଲକ୍ଷେ ଟଙ୍କାର ଗ୍ୟାରେଂଟି ଥିଲା । ଅର୍ଥାତ ୧ଲକ୍ଷ ଟଙ୍କାରୁ ଅଧିକ ଜମା ଥିଲେ ଏବଂ କୌଣସି କାରଣରୁ ବ୍ୟାଙ୍କ ବୁଡିଗଲେ ଜମାକାରୀଙ୍କୁ କେବଳ ଲକ୍ଷେ ଟଙ୍କାର କ୍ଷତିପୂରଣ ଦିଆଯାଉଥିଲା । ହେଲେ ମୋଦୀ ସରକାର ଏହାକୁ ବଢାଇ ୫ଲକ୍ଷ ଟଙ୍କା କରି ଦେଇଛନ୍ତି ।

 

ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରୁ ଏଥିପାଇଁ କେନ୍ଦ୍ରରେ କଂଗ୍ରେସ ସରକାରଙ୍କୁ ଅନୁରୋଧ କରିଆସୁଥିଲେ । ହେଲେ ମନମୋହନ ସରକାର ଏହାକୁ ଏଡାଇ ଦେଇଥିଲେ । ମୋଦୀ ପ୍ରଧାନମନ୍ତ୍ରୀ ହେବାପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଆଜି ଡିପୋଜିଟର୍ସ ଇନ୍ ବ୍ୟାଙ୍କ ଡିପୋଜିଟ ଇନ୍ସୁରାନ୍ସ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

 

ସେ କହିଛନ୍ତି ପୂର୍ବ ସରକାର ସମସ୍ୟାକୁ ଟାଳିଦେବାରେ ବିଶ୍ୱାସ କରୁଥିଲେ । ହେଲେ ନୂଆ ଭାରତରେ ସମସ୍ୟାକୁ ଟାଳିଦେବା ବଦଳରେ ଏହାର ସମାଧାନ ପାଇଁ ବାଟ ବାହାର କରିବାକୁ ଗୁରୁତ୍ୱ ଦିଆଯାଉଛି । ବ୍ୟାଙ୍କ ଜମା ଉପରେ ୫ ଲକ୍ଷର ଗ୍ୟାରେଂଟି ସହ ୯୦ ଦିନର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଅର୍ଥାତ ବ୍ୟାଙ୍କ ବୁଡିବାର ୯୦ ଦିନ ଭିତରେ ଜମାକାରୀଙ୍କୁ ସେମାନଙ୍କ ଜମା ବାବଦେରେ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ ଫଳରେ ଦେଶର ଲକ୍ଷ ଲକ୍ଷ ମଧ୍ୟବିତ ଓ ସ୍ୱଳ୍ପ ଜମାକାରୀଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଦାବି କରାଯାଇଛି ।     

Related News
satta king tw