Top Stories

Search here...

News

୨,୭୭୦ କୋଟି ଟଙ୍କାରେ ବ୍ରହ୍ମୋଶୋ ମିଶାଇଲ ବିକ୍ରି ନେଇ ଫିଲିଫାଇନ୍ସ ସହ ଚୁକ୍ତି କଲା ଭାରତ

Posted On - 5 months ago
Edited By Prabir Kumar
LAST UPDATED Jun 29, 2022 09:54 AM

ଦକ୍ଷିଣ ଚୀନ ସାଗରରେ ସୀମାକୁ ନେଇ ଚୀନ ସହ ଫିଲିଫାଇନ୍ସର ବିବାଦ ଲାଗିରହିଥିବା ବେଳେ ଭାରତ ଏଭଳି ଚୁକ୍ତି କରିଛି । ପ୍ରଥମ ଥର ପାଇଁ ଡିଫେନ୍ସ କ୍ଷେତ୍ରରେ ମିଶାଇଲ ବିକ୍ରି ପାଇଁ ଭାରତ ଚୁକ୍ତି କରିଛି ।

 

BBSR Reporters

 

ନୂଆଦିଲ୍ଲୀ: ଫିଲିଫାଇନ୍ସକୁ  ୩୭୫ ମିଲିୟନ ଡଲାର ଅର୍ଥାତ୍ ୨ ହଜାର ୭୭୦ କୋଟି ଟଙ୍କାରେ ବ୍ରହ୍ମୋଶୋ ସୁପରସୋନିକ ମିଶାଇଲ ବିକ୍ରି କରିବା ନେଇ ଚୁକ୍ତି କରିଛି ଭାରତ । ଦକ୍ଷିଣ ଚୀନ ସାଗରରେ ସୀମାକୁ ନେଇ ଚୀନ ସହ ଫିଲିଫାଇନ୍ସର ବିବାଦ ଲାଗିରହିଥିବା ବେଳେ ଭାରତ ଏଭଳି ଚୁକ୍ତି କରିଛି । ବହ୍ମୋଶୋ ମିଶାଇଲ ପ୍ରଦାନ ପାଇଁ ଭାରତର ବ୍ରହ୍ମୋଶୋ ଏରୋସ୍ପେସ କମ୍ପାନୀ  ସହ ଫିଲିଫାଇନ୍ସର ନ୍ୟାସନାଲ ଡିଫେନ୍ସ ବିଭାଗ ସହ ଆଜି ଚୁକ୍ତି କରିଛି  । ଏନେଇ  ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂୂଚନା ଦିଆଯାଇଛି ।  

 

ବ୍ରହ୍ମୋଶୋ ଏରୋସ୍ପେସ କମ୍ପାନୀ ଡିଆରଡିଓ ସହ ମିଳିତ ଭାବେ କାର୍ଯ୍ୟ କରୁଛି । ଭାରତ ସରକାରଙ୍କ ଏହି ଚୁକ୍ତି ଡିଫେନ୍ସ ସାମ୍ରଗୀ ରପ୍ତାନି ନୀତିକୁ ପ୍ରସେôାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।ପ୍ରଥମ ଥର ପାଇଁ ୨୯୦ କିମି ପର୍ଯ୍ୟନ୍ତ ଲକ୍ଷଭେଦି ପାରୁଥିବା ବ୍ରହ୍ମୋଶୋ ମିଶାଇଲ ବିକ୍ରି ପାଇଁ ଭାରତ ଚୁକ୍ତି କରିଛି । ଭାରତ ଏବଂ ଋଷିଆ ସହ ମିଶି ମିଳିତ ଭାବେ ଏହି ମିଶାଇଲର ବିକାଶ କରିଛି ।

 

ଫିଲିଫାଇନ୍ସର ଉପକୂଳ ସୁରକ୍ଷା ଦିଗରେ ଏହି ମିଶାଇଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ଆଜି ଏହି ଚୁକ୍ତି ସମୟରେ ବ୍ରହ୍ମୋଶୋ ସିଇଓ  ଅତୁଲ ଡି ରାଣେ, ଡେପୁଟି ସିଇଓ ସଞ୍ଜୀବ ଜୋଶୀ, ଲେଫ୍ଟେନାଂଟ୍ କର୍ଣ୍ଣେଲ ଆର ନେଗୀ ଏବଂ ପ୍ରବୀଣ ପାଠକ ଉପସ୍ଥିତ ଥିଲେ । ଏଥିସହ ଭାରତ ଇଣ୍ଡୋନେସିଆକୁ ମଧ୍ୟ ଏହି ମିଶାଇଲ ବିକ୍ରି ପାଇଁ ଆଲୋଚନା ଚଲାଇଛି ।


ଫିଲିଫାଇନ୍ସ ସହ ଏହି ଚୁକ୍ତି ପଡୋସୀ ଦେଶଙ୍କ ସହ ଚୀନର ବିସ୍ତାରବାଦୀ ନୀତି ଉପରେ ଅଙ୍କୁଶ ଲଗାଇବ ବୋଲି ଆଶା କରାଯାଉଛି । ଆଗାମୀ ଦିନରେ ଅନ୍ୟ ପଡୋସୀ ଦେଶମାନେ ଭାରତ ଠାରୁ ଡିଫେନ୍ସ ସାମଗ୍ରୀ କିଣିବେ ବୋଲି ଭାରତ ଆଶାବାଦୀ ଅଛି ।


 

Related News
satta king tw