Top Stories

Search here...

News

ସେୟାର ବଜାରରେ ହ୍ରାସ; ଦିନକରେ ୯ ଲକ୍ଷ ୧୫ ହଜାର କୋଟିର କ୍ଷତି 

Posted On - 5 months ago
Edited By Prabir Kumar
LAST UPDATED Jun 30, 2022 05:04 AM

ବିଶେଷଜ୍ଞଙ୍କ ମତରେ ବଢିଚାଲିଥିବା ତେଲ ଦର, କରୋନା ମହାମାରୀ, ନୂଆ ଓମିକ୍ରନ ପ୍ରଜାତି ଚିହ୍ନଟ ହେବା ତଥା ଆଗାମୀ ବଜେଟକୁ ନେଇ ଆଶଙ୍କା ମଧ୍ୟରେ ଷ୍ଟକ ବଜାରରେ ଏହି ହ୍ରାସ ଦେଖାଦେଇଛି  ।

 

BBSR Reporters

 

ମୁମ୍ବାଇ: ଭାରତୀୟ ଷ୍ଟକ ବଜାର ସୋମବାର ନିମ୍ନଗାମୀ ହୋଇଛି । ଉଭୟ ସେନସେକ୍ସ ଓ ନିଫଟିରେ ପ୍ରବଳ ହ୍ରାସ ହେବାରୁ  ନିବେଶକମାନେ ଅତିକମରେ ୯ ଲକ୍ଷ ୧୫ ହଜାର କୋଟି ଟଙ୍କାର କ୍ଷତି ସହିଥିବା ଅନୁମାନ କରାଯାଉଛି  । ବମ୍ବେ ଷ୍ଟକ ଏକ୍ସେଚେଞ୍ଜର ସୂଚକାଙ୍କ ସେନସେକ୍ସ ଆଜି ୧୮୧ ପଏଣ୍ଟ ହ୍ରାସ ସହ ଆରମ୍ଭ ହୋଇଥିଲା  । ଦିନ ମଧ୍ୟରେ ଏହା ପ୍ରାୟ ୨ ହଜାର ପଏଣ୍ଟ ହ୍ରାସ ପାଇଥିଲା  । ପରେ ସ୍ଥିତିରେ ଟିକିଏ ସୁଧାର ଆସିବାରୁ ସେନସେକ୍ସ ନିଜର କ୍ଷତିକୁ କିଛିଟା ଭରଣା କରିଥିଲା  । ଶେଷରେ ୧୫୪୫.୬୭ ପଏଣ୍ଟ ହ୍ରାସ ସହ ୫୭,୪୯୧.୫୧ ପଏଣ୍ଟ ସହ ବନ୍ଦ ହୋଇଥିଲା  । 

 

ଅନ୍ୟପକ୍ଷରେ ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟୀ ୬୧ ପଏଣ୍ଟ ହ୍ରାସ ସହ ଖୋଲିଥିଲା  । ପରେ ଏହି ହ୍ରାସ ମାତ୍ରା ବଢିଚାଲିଥିଲା  । ଦିନ ମଧ୍ୟରେ ନିଫଟୀ ସର୍ବାଧିକ ୫୦୦ ପଏଣ୍ଟ ହ୍ରାସ ପାଇଥିଲା  । ବନ୍ଦ ହେବା ବେଳକୁ ନିଫଟୀ ନିଜର କ୍ଷତିକୁ କିଛିଟା ଭରଣା କରିବା ସହ ୪୬୮ ପଏଣ୍ଟ ହ୍ରାସ ପାଇ ୧୭୧୪୯ ପଏଣ୍ଟରେ ବନ୍ଦ ହୋଇଥିଲା  ।

 

ବିଶେଷଜ୍ଞଙ୍କ ମତରେ ବଢିଚାଲିଥିବା ତେଲ ଦର, କରୋନା ମହାମାରୀ, ନୂଆ ଓମିକ୍ରନ ପ୍ରଜାତି ଚିହ୍ନଟ ହେବା ତଥା ଆଗାମୀ ବଜେଟକୁ ନେଇ ଆଶଙ୍କା ମଧ୍ୟରେ ଷ୍ଟକ ବଜାରରେ ଏହି ହ୍ରାସ ଦେଖାଦେଇଛି  । ସେହିପରି ଅନ୍ତର୍ଜାତୀୟ ବଜାରରେ ଦେଖାଦେଇଥିବା ହ୍ରାସର ପ୍ରଭାବ ଷ୍ଟକ ବଜାର ଉପରେ ପଡ଼ିଛି  ।
 

Related News
satta king tw