Top Stories
Search here...
News
ନିୟମିତ ହେବେ ୧୫ ଶହ ଡାଟା ଏଟ୍ରିଂ ଅପରେଟର
Posted On - 1 month ago
ନିୟମିତ ହେବାକୁ ଥିବା ଡାଟାଏଣ୍ଟ୍ରି ଅପରେଟରମାନେ ଲୋକାଲ ଫଣ୍ଡ ଅଡିଟ୍, ସବ୍ରେଜିଷ୍ଟ୍ରୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର୍ ରହିଛନ୍ତି।
BBSR Reporters
ଭୁବନେଶ୍ୱର:ଡାଟା ଏଟ୍ରିଂ ଅପରେଟର ହେବେ ନିୟମିତ । ଏନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଯୋଗ୍ୟତା ଆଧାରରେ ସେମାନଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ୪ ଟି ବିଭାଗରେ ଆଉଟସୋର୍ସିଂ କାର୍ଯ୍ୟ କରୁଥିବା ଡାଟା ଏଟ୍ରିଂ ଅପରେଟରଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । ଏହାଦ୍ୱାରା ରାଜ୍ୟରେ ପାୟ ୧୫ ଶହ ଡାଟାଏଟ୍ରିଂ ଅପରେଟର ଉପକୃତ ହେବେ ।
ନିୟମିତ ହେବାକୁ ଥିବା ଡାଟାଏଣ୍ଟ୍ରି ଅପରେଟରମାନେ ଲୋକାଲ ଫଣ୍ଡ ଅଡିଟ୍, ସବ୍ରେଜିଷ୍ଟ୍ରୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର୍ ରହିଛନ୍ତି। ୩ ମାସ ମଧ୍ୟରେ ନିୟମିତ କରିବା ସହ ସମସ୍ତ ସୁବିଧା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଠିକା କର୍ମଚାରୀଙ୍କୁ ନିୟମିତ ନେଇ ଥିବା ମାପଦଣ୍ଡରେ ନିୟମିତ କରିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ୧୫୦୦ରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ।